Indus Valley Times

ଗଜପତି:- କୋଭିଡ୍ ସହାୟତା ରାଶି ବଦଳାଇଛି ଜୀବନ ରାହା

 Breaking News

ଗଜପତି:- କୋଭିଡ୍ ସହାୟତା ରାଶି ବଦଳାଇଛି ଜୀବନ ରାହା

January 24
22:07 2022

Gajapati: Covid assistance has come as a great solace for the poor

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି), Jan. 24: କରୋନା  ମହାମାରୀ’ର  ଭୟାବହତା  ମଧ୍ୟରେ  ବେଶ୍  ପ୍ରଭାବିତ  ହୋଇଛନ୍ତି  ସାଧାରଣ  ଜନତା  ଓ  ସେମାନଙ୍କ  ଜୀବନଯାପନ  l ଉଜୁଡ଼ି  ଯାଇଛି  ଅନେକ’ଙ୍କ  ସ୍ୱପ୍ନର  ଇମାରତ୍  l ତଥାପି  ହାର  ମାନି  ନାହାନ୍ତି  ସୁବନିୟ ଶବର୍  ଏବଂ  ସୁନ୍ତନି  ଶବରଙ୍କ  ପରି  ଉଦ୍ୟମୀ  ଲୋକମାନେ  l

ଉଲ୍ଲେଖଯୋଗ୍ୟ , ଗତ  ୨୦୧୮  ମସିହା’ରୁ  ଗଜପତି  ଜିଲ୍ଲାର  ଗୁମ୍ମାବ୍ଲକ୍ ଅନ୍ତର୍ଗତ  କୁରତାମ  ଗ୍ରାମ’ରେ  ନନ୍ଦିନୀ  ଶକ୍ତି  ଦଳ  ନାମକ  ଏକ  ସ୍ଵୟଂସହାୟିକା ଗୋଷ୍ଠୀର  ସଦସ୍ୟା  ସୁନ୍ତନି  ଶବର  ଏକ  ତେଜରାତି  ଦୋକାନ  ଚଳାଇ  ଆସୁଥିଲେ  l ସୁନ୍ତନି’ଙ୍କ  ସ୍ଵାମୀ  ଦିବ୍ୟାଙ୍ଗ  ହୋଇଥିବାରୁ  ଉକ୍ତ  ଦମ୍ପତି  ତଥା  ସମ୍ପୂର୍ଣ୍ଣ  ପରିବାର’ର  ଏକମାତ୍ର  ରୋଜଗାରପନ୍ଥା  ଥିଲା  ଉକ୍ତ  ଦୋକାନ’ଟି  l ନିଜ  ସଞ୍ଚିତ  ଅର୍ଥରାଶି’ରୁ  ପଚିଶ  ହଜାର  ବିନିଯୋଗ  କରି  ସେମାନେ  ଆରମ୍ଭ  କରିଥିବା  ଏହି  ଦୋକାନ’ରେ  ସେମାନେ  ବିଭିନ୍ନ  ପ୍ରକାର  ତେଜରାତି(କିରାନା) ସାମଗ୍ରୀ  ସଂଗ୍ରହ  କରି  ରଖୁଥିଲେ  ଏବଂ  ଏହାକୁ  ବିକ୍ରୟ  କରୁଥିଲେ  l  ସେଥିରୁ ମାସିକ ପ୍ରାୟ ଦୁଇହଜାର  ଟଙ୍କା  ଲାଭ ମଧ୍ଯ କରୁଥିଲେ  l             ତେବେ  କରୋନା  ମହାମାରୀ’ର  ଭୟାବହ  ପରିସ୍ଥିତି ମଧ୍ୟରେ  ସମ୍ପୂର୍ଣ୍ଣ  ଲକଡାଉନ୍  ଏବଂ  ଅନ୍ୟାନ୍ୟ  ନିୟମ  ଆଦି  ଯୋଗୁ  ସେମାନେ  ଦୋକାନ’ରେ  ବିକ୍ରି  ପାଇଁ  ଆବଶ୍ୟକୀୟ  ଜିନିଷ  ସବୁ  ପାଇବା’ରେ ଏବଂ ଗମନାଗମନ  ପ୍ରଭୃତି  କ୍ଷେତ୍ରରେ ସେମାନଙ୍କୁ ଅନେକ  ସମସ୍ୟା’ର  ସମ୍ମୁଖୀନ ହେବାକୁ ପଡୁଥିଲା ।  ପରିସ୍ଥିତି  ଏପରି  ହେଲା  ଯେ , କିଛି ଦିନ ପାଇଁ    ସେମାନଙ୍କୁ  ଦୋକାନ  ବନ୍ଦ  ମଧ୍ଯ  କରିବାକୁ  ପଡିଲା  l ଏମିତି କି , ଏଭଳି ହେବାଦ୍ୱାରା ସେମାନଙ୍କୁ ପ୍ରାୟ  ଦଶହଜାର  ଟଙ୍କାର  କ୍ଷତି ମଧ୍ଯ ସହିବାକୁ ପଡିଲା  ।l

ତେବେ  ପରବର୍ତ୍ତୀ  ସମୟରେ  ସ୍ଵୟଂ ସହାୟିକା  ଗୋଷ୍ଠୀର  ଏକ  କାର୍ଯ୍ୟକ୍ରମ’ରେ  ସୁନ୍ତନି  କୋଭିଡ୍  କ୍ଷତିପୂରଣ  ସହାୟତା (ସିଏପି) ସମ୍ବନ୍ଧରେ  ଜାଣିବାକୁ  ପାଇଲେ , ଯାହାକି ତାହା ଓଡ଼ିଶା  ଜୀବନଧାରଣ  ମିଶନ (ଓଏଲଏମ) ମାଧ୍ୟମରେ  ଦିଆ ଯାଉଥିଲା l ତାହାର  ସହାୟତା  ନେଇ  ସେ  ସିଏପି: – ୧ ୧୧ ରୁ ୩ ଡିସେମ୍ବର ୨୦୨୦ ମସିହା’ରେ ୨୦,୦୦୦  ଟଙ୍କାର  ଋଣ  ନେଲେ  ଏବଂ  ନିଜ  ବ୍ୟବସାୟ’କୁ  ପୁଣି  ଚଳେଇବାରେ  ଲାଗି  ପଡିଲେ l ପରବର୍ତ୍ତୀ  ସମୟରେ  ମାତ୍ର  ନଅ  ମାସ  ମଧ୍ୟରେ  ହିଁ  ୪  ଅଗଷ୍ଟ  ୨୦୨୧ ସୁଦ୍ଧା  ସେ  ଉକ୍ତ  ଋଣ  ଫେରସ୍ତ  କରିପାରିଲେ  l

ବର୍ତ୍ତମାନ ସମୟ’ରେ  ସେ  ସେଥିରୁ ମାସକୁ ଆରାମରେ  ୩୫୦୦  ରୁ ୫୦୦୦  ଟଙ୍କା ପର୍ଯ୍ୟନ୍ତ  ଲାଭ  କରି  ପାରୁଛନ୍ତି  l ତାଙ୍କର  ଏହି  ବ୍ୟବସାୟ  ଏପରି  ଚାଲିଲେ  ଆଗାମୀ ଦିନରେ  ଏହାକୁ ବଡ଼ ଦୋକାନ’ରେ ସମ୍ପ୍ରସାରିତ  କରିବା  ପାଇଁ  ସେ  ଖୁବ୍  ଆଶାବାଦୀ  ଥିବା ଜଣାଯାଇଛି l

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031