Indus Valley Times

Give Blood Save Life ତରଫରୁ ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ ଓ ସଚେତନତା ଅଭିଯାନ ଆରମ୍ଭ

 Breaking News

Give Blood Save Life ତରଫରୁ ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ ଓ ସଚେତନତା ଅଭିଯାନ ଆରମ୍ଭ

Give Blood Save Life ତରଫରୁ ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ ଓ ସଚେତନତା ଅଭିଯାନ ଆରମ୍ଭ
June 06
10:23 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୬/୬ : ଗୁରୁବାର ଜୁନ ୫ ତାରିଖ ବିଶ୍ୱ ପରିବେଶ ଦିବସ ଅବସରରେ ଇକିରି ଗ୍ରାମର ସରକାରୀ ହୋମିଓପ୍ୟାଥିକ ଡାକ୍ତରଖାନା ପରିସରରେ ବୃକ୍ଷ ରୋପଣ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା।
ଶୁଭାଶିଷ ନାୟକଙ୍କ ଆବାହକତ୍ଵରେ ଇଟାମାଟି ଓ ଆଖପାଖ ଗ୍ରାମର ପ୍ରାୟ ୬୦ଜଣରୁ ଉର୍ଦ୍ଧ୍ବ ପରିବେଶ ପ୍ରେମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ବିଶିଷ୍ଠ ସମାଜସେବୀ ଭାଗିରଥି ବାଇଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହେବା ସହିତ ନିକୁଲର ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁ ଏହାକୁ ସଞ୍ଚାଳନ କରଥିଲେ।
ପ୍ରଦୀପ୍ତ ପଟ୍ଟନାୟକଙ୍କ ପରିବେଶ ଓ ବୃକ୍ଷ ରୋପଣ ସମ୍ପର୍କତ ସ୍ୱାଗତ ସଂଗୀତରେ ସମସ୍ତଙ୍କୁ ମନକୁ ବେସ୍ ଛୁଇଁଥିଲା। ପରିବେଶ ଦିବସ ୨୦୨୫ର ବିଷୟବସ୍ତୁ ପ୍ଲାଷ୍ଟିକ ପ୍ରଦୂଷଣକୁ ପରାସ୍ତ କରିବା ସମ୍ପର୍କରେ ଏକ ବିସ୍ତୃତ ଆଲୋଚନା ହେବା ସହିତ ପରିବେଶ ପ୍ରତି ଆମେ କିପରି ସଚେତନ ହୋଇପାରିବା ଏବଂ ପ୍ରଦୂଷଣ ନିୟନ୍ତ୍ରଣ କରିବା ରେ ସକ୍ଷମ ହେବ ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।
ପରିଶେଷରେ ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା ବୋଲି ପ୍ରାୟ ସମସ୍ତେ ମତ ପ୍ରକାଶ କରିଥିଲେ। ସମସ୍ତ ଆଲୋଚନା ସରିବା ପରେ ଡାକ୍ତରଖାନା ପରିସରରେ ପ୍ରାୟ ୨୦ ରୁ ଉର୍ଦ୍ଧ ବଉଳ ବୃକ୍ଷ ଏବଂ ଅଁଳା ବୃକ୍ଷ ଅତିଥି ମାନଙ୍କ ଦ୍ୱାର ରୋପଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଇକିରି ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରଞ୍ଜିତା ଦାଶ ଙ୍କ ସମେତ ପ୍ରଧାନ ଶିକ୍ଷକ ରାମ ଚନ୍ଦ୍ର ନାୟକ ହୋମିଓପ୍ୟାଥିକ ମେଡିକାଲ ଡାକ୍ତର ବିଷୁବ କାନ୍ତି ଆଚାର୍ଯ୍ୟ ପୋଷ୍ଟ ମାଷ୍ଟର ମାଧବ ଚନ୍ଦ୍ର ବେହେରା, ଅବସର ପ୍ରାପ୍ତ ଶିକ୍ଷକ ଗୋବର୍ଦ୍ଧନ ନାୟକ, ଗୋପାଳ ଚନ୍ଦ୍ର ସାହୁ , ଓ ମଳୟ କୁମାର ଜେନା , ସମାଜ ସେବୀକା ଅମିତା ପ୍ରଧାନ , ପ୍ରଭୁ ଦତ୍ତ ପ୍ରଧାନ , ସୁକାନ୍ତ ମହାନ୍ତି, ସଞ୍ଜୟ କୁମାର ସାହୁ, ଜ୍ୟୋତି ରଞ୍ଜନ ପରିଡା , ରମେଶ ମଲ୍ଲ, ସରସ୍ବତ ବିଭୁପଦ,ଦେବପ୍ରସାଦ ବେହେରା,ବବୁଲ ଦାଶ,ପ୍ରକାଶ,ଅନିଲ, ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସମାଜ ସେବୀ ପ୍ରଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031