Indus Valley Times

ଐତିହ୍ୟ କୀର୍ତିରାଜିର ସୁରକ୍ଷା ହେଉ, ବିନାଶ ନୁହେଁ

 Breaking News

ଐତିହ୍ୟ କୀର୍ତିରାଜିର ସୁରକ୍ଷା ହେଉ, ବିନାଶ ନୁହେଁ

ଐତିହ୍ୟ କୀର୍ତିରାଜିର ସୁରକ୍ଷା ହେଉ, ବିନାଶ ନୁହେଁ
July 20
09:06 2021

Govt must preserve culture and heritage, not destroy

ଅକ୍ଷୟ କୁମାର ସାହୁ

ଓଡିଶାର ରାଜଧାନୀ ଭୁବନେଶ୍ୱରର କେନ୍ଦ୍ରସ୍ଥଳରେ ଅବସ୍ଥିତ ସ୍ଥାନଟିର ନାମ ହେଲା ମାଷ୍ଟରକ୍ୟାଟିଂନ୍ ସ୍କେ୍ୱାୟାର । ଏହି ବିଶାଳ ଗୋଲେଇ ଛକରେ ଗୋଟିଏ ପଟେ ଭୁବନେଶ୍ୱର ରେଳ ଷ୍ଟେସନ, ଅନ୍ୟପଟେ ବିଧାନସଭା ଓ ରାଜ୍ୟ ସଚିବାଳୟ । ଆଉ ଗୋଟିଏ ପଟେ ରାଜମହଲ । ଭିନ୍ନ ଏକ ପଟେ ବାଣୀବିହାରକୁ ଲମ୍ବିଯାଇଥିବା ଜନପଥ । ଭାରତର ଯେକୌଣସି ବ୍ୟକ୍ତି ଭୁବନେଶ୍ୱର ସହରର ରେଳ ଷ୍ଟେସନରେ କିମ୍ବା ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରି ସହର ଭିତରକୁ ପ୍ରବେଶ କଲେ ଏହି ସ୍ଥାନରେ ପହଂଚିଥାଆନ୍ତି । ଯାତ୍ରୀମାନଙ୍କର ପ୍ରଥମ ନଜର ମାଷ୍ଟରକ୍ୟାଟିଂନ୍ ସ୍କେ୍ୱାୟାର ଠାରେ ବେଶ୍ ଯୋଦ୍ଧାଠାଣୀରେ ପ୍ରତିଷ୍ଠିତ କୋଣାର୍କ ହର୍ସ ବା କୋଣାର୍କ ଯୋଦ୍ଧାଘୋଡା ପ୍ରତିମୂର୍ତି ଉପରେ ଆପେ ଆପେ ପଡିଥାଏ । ଆଉ ପ୍ରଥମ ନଜରରେ ଜଣେ ବ୍ୟକ୍ତିର ମନରେ ଏ ଓଡିଆ ଜାତିର ବୀରତ୍ୱ ସମ୍ପର୍କରେ ଏକ ଅପୂର୍ବ ଭାବନା ସୃଷ୍ଟି ହୋଇଥାଏ ।ଯଦି ଯାତ୍ରୀଜଣଙ୍କ ଓଡିଆ ହୋଇଥାନ୍ତି, ତେବେ ତାଙ୍କ ମନ ଓ ଶରୀରରେ ଏକ ଅଭୂତପୂର୍ବ ଶିହରଣ ଖେଳି ଉଠେ । ସମ୍ରାଟ ମହାମେଘବାହନ ଏøର ଖାରବେଳଙ୍କ ଦାୟାଦ ଭାବେ ସେ ନିଜ ଜାତିର ପୂର୍ବ ଇତିହାସକୁ ତତ୍‌କ୍ଷାଣିକ ଭାବେ ନିଜର ଭାବଚକ୍ଷୁରେ ଅବଲୋକନ କରିପାରେ । ପ୍ରତ୍ୟେକ ଓଡିଆ ପ୍ରାଣରେ ଏହି ଯୋଦ୍ଧାଘୋଡା ଭରିଦିଏ ଅପୂରନ୍ତ ସାହସ, ଶକ୍ତି, ଶୌର୍ଯ୍ୟ ଓ ବୀର୍ଜ୍ୟ ।ମାଷ୍ଟରକ୍ୟାଟିଂନ୍‌ର ଯୋଦ୍ଧା ଘୋଡା ଆଧୁନିକ ଓଡିଆ ଜାତୀର ମଉଡମଣୀ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ଦ୍ୱାରା ନିର୍ମିତ ହୋଇଛି । ଏହି ଯୋଦ୍ଧା ଘୋଡା ନିର୍ମାଣ ଓ ସ୍ଥାପନ ପଛରେ ଦୁଇ ହଜାର ଚାରି ଶହ ବା ୨୪ଟି ଶତାବ୍ଦୀର ଇତିହାସ ରହିଛି । ଖ୍ରୀଷ୍ଟପୂର୍ବ ୨୬୧ରେ କଳିଙ୍ଗର ଅଶ୍ୱାରୋହୀ ଯୋଦ୍ଧାମାନେ ଅପୂର୍ବ ବୀରତ୍ୱର ସହିତ ସମ୍ରାଟ୍ ଅଶୋକଙ୍କ ଦୁର୍ଦ୍ଦଶ ସୈନ୍ୟବାହିନୀ ସହିତ ଲଢୁିଥିଲେ । ସେତେବେଳେ ମଗଧ ସମ୍ରାଟ୍ ଅଶୋକ କଳିଙ୍ଗର ଅଶ୍ୱାରୋହୀ ଓ ଗଜବାହିନୀର ପ୍ରଖର ଓ ପ୍ରଚଣ୍ଡ ଶକ୍ତି ଦେଖି ତଟସ୍ଥ ହୋଇଯାଇଥିଲେ । ଆମର ଅଶ୍ୱାରୋହୀ ସୈନ୍ୟମାନେ ଯୁଦ୍ଧ କ୍ଷେତ୍ରରେ ମଗଧ ସେନାବାହିନୀର ବହୁତ କ୍ଷତି ପହଂଚାଇଥିଲେ ।ଏହାପରେ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାଦ୍ଦୀରେ କଳିଙ୍ଗ ସମ୍ରାଟ ଖାରବେଳ ନିଜର ଅଶ୍ୱାରୋହୀ ସେନାମାନଙ୍କ ସହାୟତାରେ ହିମାଳୟ ଠାରୁ ଆରମ୍ଭ କରି କନ୍ୟାକୁମାରୀ ଯାଏ ନିଜର ସାମ୍ରାଜ୍ୟ ବିସ୍ତାର କରି ଏ ଜାତିର ବୀରତ୍ୱକୁ ବିଶ୍ୱବାସୀଙ୍କ ନିକଟରେ ପରିଚିତ କରାଇଥିଲେ ।କଳିଙ୍ଗ ବୀରମାନଙ୍କର ବୀରତ୍ୱର ଗାଥା ଓ ସମ୍ରାଟ୍ ଖାରବେଳଙ୍କ ଅଶ୍ୱାରୋହୀ ସେନାମାନଙ୍କ ସାହସୀକତା ଏ ଜାତିର କିମ୍ବଦନ୍ତୀ ପାଲଟିଗଲା । ପିଢୀ ପରେ ପୀଢି ଏହି ଅଶ୍ୱାରୋହୀମାନଙ୍କର ବୀରତ୍ୱର ଗାଥା ପଢିଲେ ଓ ଶୁଣିଲେ ଏବଂ ଏହା ଓଡିଆ ଜାତିର ଶୀରା ଓ ପ୍ରଶୀରାରେ ସଦାସର୍ବଦା ପ୍ରବାହିତ ହେବାକୁ ଲାଗିଲା ।ତ୍ରୟୋଦଶ ଶତାଦ୍ଦୀରେ ଯେତେବେଳେ ଗଙ୍ଗବଂଶୀ ରାଜା ନରସିଂହ ଦେବ କୋଣାର୍କ ଠାରେ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିବା ଲାଗି ପରିକଳ୍ପନା କଲେ, ସେତେବେଳ ସେ ସ୍ଥପତିମାନଙ୍କ ସହିତ ଦିନ ଦିନ ଧରି ମନ୍ଦିରର କାୟାକଳ୍ପ କିପରି ହେବା ସେ ନେଇ ବିଚାରବିମର୍ଷ କଲେ । କିମ୍ବଦନ୍ତୀ କହେ, ବିଶୁ ମହାରଣାଙ୍କ ସମେତ ଅନ୍ୟାନ ପ୍ରଖ୍ୟାତ ସ୍ଥପତିମାନେ ଓଡିଆ ଜାତିର ଶୌର୍ଯ୍ୟ ଓ ବୀର୍ଜ୍ୟକୁ ବହନ କରୁଥିବା ଏହି ଯୋଦ୍ଧାଘୋଡାକୁ ମନ୍ଦିର କାରୁକାର୍ଯ୍ୟରେ ସ୍ଥାନିତ କରିବାକୁ ପରାମର୍ଶ ଦେଲେ ଏବଂ ତାହା କାର୍ଯ୍ୟକାରୀ ହୋଇଥିଲା । ୧୯୩୬ ମସିହା ଏପ୍ରିଲ୍ ୧ ତାରିଖରେ ଓଡିଶା ଭାଷା ଭିତିରେ ପ୍ରଥମ ରାଜ୍ୟ ଭାବେ ଗଠିତ ହେଲା । ସେବେ ଠାରୁ ଆମ ରାଜ୍ୟର ଚିନ୍ତାନାୟକମାନେ ଚିନ୍ତା କଲେ ଯେ ଏ ଜାତୀର ପରିଚୟ ପାଇଁ ଏକ ପ୍ରତୀକ ବା ଏମ୍‌ବ୍ଲେମ୍ ଆବଶ୍ୟକ । ପ୍ରାୟତଃ ସମସ୍ତେ ସ୍ଥିର କଲେ ଯେ କୋଣାର୍କ ସୂର୍ଯ୍ୟ ମନ୍ଦିରର ଯୋଦ୍ଧାଘୋଡା ବ୍ୟତୀତ ଆଉ କିଛି ଭଲ ପ୍ରତୀକ ହୋଇନପାରେ । ପାରଳା ମହାରାଜା କୃ୍‌ଷ୍ଣ ଚନ୍ଦ୍ର ଗଜପତି ତଥା ପରବର୍ତି ସମୟରେ ଓଡିଶାର ବହୁ ବରିଷ୍ଠ ଦିଗ୍‌ଦ୍ରଷ୍ଟାସମ୍ପନ୍ନ ରାଜନେତା ଯଥା ହରେକୃଷ୍ଣ ମହାତାବ, ବିରେନ୍ ମିତ୍ର, ବିଜୁ ପଟ୍ଟନାୟକ,ନୀଳମଣୀ ରାଉତରାୟ, ଜାନକୀ ବଲ୍ଲଭ ପଟ୍ଟନାୟକ ପ୍ରମୂଖ ବିଶାଳ ବ୍ୟକ୍ତିବିଶେଷଙ୍କ ମତ ଓ ପରାମର୍ଶ କ୍ରମେ ଏହା ଓଡିଶା ସରକାରଙ୍କ ପ୍ରତୀକ ଭାବେ ସ୍ୱୀକୃତି ଲାଭ କରି ୧୯୬୪ ମସିହା ଅଗଷ୍ଟ ୩ ତାରିଖ ଦିନ ମାଷ୍ଟରକ୍ୟାଂଟିନ ଛକଠାରେ ପ୍ରତିଷ୍ଠା କରାଯାଇଥିଲା । ଉପରୋକ୍ତ ଏøତିହାସିକ ପୃ୍‌ଷ୍ଠଭୂମୀରେ ଆଲୋଚନା କଲେ ଯେ କୌଣସି ସ୍ୱାଭିମାନୀ ଓଡିଆ ସହମତ ହେବ ଯେ ମାଷ୍ଟରକ୍ୟାଟିଂନ୍ ଛକରେ ଯୋଦ୍ଧାଘୋଡା ଏକ ସାଧାରଣ ପଥରର ପ୍ରତିମୂର୍ତି ନୁହେଁ । ୨୪ ଶହ ବର୍ଷ ଧରି ଏହା ଓଡିଆ ଜାତିର ସ୍ୱାଭିମାନ ଓ ସମ୍ମାନ ପ୍ରତୀକ ହୋଇ ରହିଆସିଅଛି । ଆମେରିକାର ନ୍ୟୁୟର୍କ ସହରରେ ଥିବା ଆମେରିକାବାସୀଙ୍କ ସ୍ୱାଭିମାନର ପ୍ରତୀକ ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଭଳି ଏହା ଓଡିଆବାସୀଙ୍କ ସ୍ୱାଭୀମାନର ପ୍ରତୀକ ବା ଆଲୋକବର୍ତିକା ହୋଇ ରହିଆସିଛି । ଏବେ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ପ୍ରତ୍ୟେକ ଓଡିଆ ଏହି ପ୍ରତୀକଟିକୁ ନେଇ ନିଜକୁ ବେଶ୍ ଗର୍ବିତ ଅନୁଭବ କରନ୍ତି ।ଭୁବନେଶ୍ୱର ସହରକୁ ଆସିଥିବା ରାଜ୍ୟର ଯେ କୌଣସି ବ୍ୟକ୍ତି ଯେତେବେଳେ ଏହି ପ୍ରତିମୂର୍ତିଟିକୁ ଅବଲୋକନ କରନ୍ତି, ତାଙ୍କ ଦେହରେ ଅପୂରନ୍ତ ଶକ୍ତି, ସାହସ ଓ ଉଦ୍ଦାମତା ସୃଷ୍ଟି ହୁଏ । ଏହି ପ୍ରତିମୂର୍ତି ମାଧ୍ୟମରେ ସେମାନେ ଏ ଜାତିର ପୂର୍ବ ସୂରୀମାନଙ୍କ ଅପୂର୍ବ ବୀରତ୍ୱ କାହାଣୀକୁ ଉପଲବ୍ଧୀ କରିପାରନ୍ତି ।ଏବେ ଏହି ପ୍ରତିମୂର୍ତକୁ ରାଜଭବନ ନିକଟକୁ ଉଠାଇନେବା ଲାଗି ନିଷ୍ପତି ହୋଇଥିବା କଥା କୁହାଯାଉଛି । କୁହାଯାଉଛି ଯେ ସହରର ସୌନ୍ଦର୍ଯ୍ୟକରଣ ଲାଗି ଏହାର ସ୍ଥାନାନ୍ତର ଆବଶ୍ୟକ ।ରାଜଧାନୀର ସୌନ୍ଦର୍ଯ୍ୟକରଣକୁ କେହି ବିରୋଧ କରିବେ ନାହିଁ । ସମସ୍ତେ ଚାହାଁନ୍ତି ରାଜ୍ୟର ରାଜଧାନୀ ଦେଶର ଶ୍ରେଷ୍ଠ ସହର ଭାବରେ ବିବେଚିତ ହେଉ । କିନ୍ତୁ ସହରକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ସରକାରଙ୍କ ପାଖରେ କଣ ନୀଳନକ୍ସା ବା ବ୍ଲୁପ୍ରିଂଟ୍ ରହିଛି ତାହା ସମସ୍ତେ ଜାଣିବାର ଆବଶ୍ୟତା ରହିଛି । କୁହାଯାଉଛି ଏଠି କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଦୃଷ୍ଟିରୁ ଏଠାରେ ଫ୍ଲାଇଓଭର ସମେତ ଅନ୍ୟାନ ନିର୍ମାଣ କାର୍ଯ୍ୟ ହେବ । ଏ ନେଇ ସରକାରଙ୍କ କଣ ଇଂଜିନିୟରିଂ ପ୍ଲାନିଂ ଅଛି ତାହା ସାର୍ବଜନୀନ ହେବା ଦରକାର । ଏହି ନିଷ୍ପତି ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଭୁବନେଶ୍ୱରର ତିନି ବିଧାୟକ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣିଛନ୍ତି କି ନାହିଁ, ତାହା ମଧ୍ୟ ରାଜ୍ୟବାସୀ ଜାଣିବା ଦରକାର ।ଯେତେବେଳେ ଏ ଜାତିର ୨୪ଶହ ବର୍ଷର ଏକ ଏøତିହ କିର୍ତିରାଜି ବହୁ ମହାମନିଷୀଙ୍କ ପରାମର୍ଶ କ୍ରମେ ଭୁବନେଶ୍ୱରର କେନ୍ଦ୍ରସ୍ଥଳନରେ ଏ ଜାତିକୁ ବତୀଘର ଭଳି ଦିଗଦର୍ଶନ ଲାଗି ସ୍ଥାପିତ କରାଯାଇଛି, ତାହାର ସ୍ଥାନାନ୍ତର ନେଇ ଯାହା କିଛି ନିଷ୍ପତି ଆବଶ୍ୟକ ସେ ନେଇ ଗଣବିତର୍କର ମଧ୍ୟ ଆବଶ୍ୟକତା ରହିଛି । ଯେହେତୁ ବହୁ ପୂର୍ବ ମୁଖ୍ୟମନ୍ତ୍ରୀମାନଙ୍କର ସହମତିରେ ଏହି ପ୍ରତିମୂର୍ତି ଏଠାରେ ସ୍ଥାପନ କରାଯାଇଥିଲା, ତେଣୁ ଏହାର ସ୍ଥାନାନ୍ତର ନେଇ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହେବାର ଆବଶ୍ୟକତା ରହିଛି ।ରାଜ୍ୟ ସରକାର ଅଧିକାଂଶ ସମୟରେ ସ୍ମାର୍ଟସିଟି ଭୁବନେଶ୍ୱରର କାୟାକଳ୍ପରେ ପରିବର୍ତନ ଆଣିବା ଲାଗି ବିଭିନ୍ନ ଆନ୍ତଜାର୍ତିକ କନସଲଟାଂଟ୍ ସଂସ୍ଥାକୁ ବହୁ ପାରିଶ୍ରମିକ ଦେଇ ପରାମର୍ଶ ଆଣୁଛନ୍ତି । ମାଷ୍ଟର କ୍ୟାଂଟିନ୍ ଠାରେ ଏହି ଯୋଦ୍ଧା ଘୋଡାର ପ୍ରତମୂର୍ତିକୁ ରଖି କିପରି ପରିକଳ୍ପିତ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ସମ୍ପାଦିତ ହୋଇପାରି ସେ ନେଇ ମଧ୍ୟ ସରକାର କନସଲଟାଂଟ୍ ସଂସ୍ଥାମାନଙ୍କର ପରାମର୍ଶ ନେଇପାରନ୍ତି । ଏହାଛଡା ଉଚ୍ଚ ଦରମା ନେଇ ଚାକିରି କରୁଥିବା ଆମ ରାଜ୍ୟର ଉଚ୍ଚକୋଟୀର ଇଂଜିନିୟରମାନ ସହାୟତା ମଧ୍ୟ ନିଆଯାଇ ପାରେ ।ଭୁବନେଶ୍ୱର ଏକ ମନ୍ଦିରମାଳିନୀ ଏøତିହ ସହର । ସହର ଭିତରେ ଅଧିକ ଓ ଉଚ୍ଚ ଅଟ୍ଟାଳିକା ନିର୍ମାଣ ନହେଉ ସେ ନେଇ କଟକଣା ରହିଛି । ମୂଳ ସହରରେ ଅଧିକ ଭିଡ ନହେଉ ବୋଲି ସାଟେଲାଇଟି ସିଟି ନିର୍ମାଣ କରାଯାଉଛି । ସହର ଭିତରେ ଭାରିଯାନ ନଯାଉ ବୋଲି ଦାବି ହେବାରୁ ଖୋର୍ଦ୍ଧା ପିତାପଲ୍ଲୀ ଠାରୁ ୧୬ ନମ୍ବର ଜାତୀୟ ରାଜପଥର ଏକ ଶାଖା ଚୌଦ୍ୱାର ପର୍ଯ୍ୟନ୍ତ ନିର୍ମାଣ କରାଗଲା । ପ୍ରତିମୂର୍ତି ସ୍ଥାନାନ୍ତର ବଦଳରେ ଏହାର ଅଧିକ ସୌନ୍ଦର୍ଯ୍ୟକରଣ ଲାଗି କିଛି ବିକଳ୍ପ ଚିନ୍ତା କରାଯାଇପାରେ । ପଦ୍ମବିଭୂଷଣ ସୁଦର୍ଶନ ସାହୁ ସତର୍କ କରିଦେଇଛନ୍ତି ଯେ ମୂର୍ତି ସ୍ଥାନାନ୍ତର ସମୟରେ ଭାଙ୍ଗି ଯିବାର ସମ୍ଭାବନା ରହିଛି । ନିକଟରେ ଆମେ ଏହା ଏକ ନଜିର ପାଇସାରିଛେ । ପୂରୂଣା ଭୁବନେଶ୍ୱର ସୁକଶାରୀ ମନ୍ଦିର ନିକଟରେ ଖନନ ସମୟରେ ଉଦ୍ଧାର ହୋଇଥିବା କିଛି କିର୍ତିରାଜି ଖଣ୍ଡଖଣ୍ଡ ହୋଇଯାଇଛି ।ଶେଷରେ ସରକାରଙ୍କ ନିକଟରୁ ଏ ଜାତି ଏତିକି ଆଶା କରିବ ଯେ ଆମର ଏøତିହ୍ୟ ସୁରକ୍ଷା ହେଉ । ଏହାର ବିନାଶ କଲେ ଭବିଷ୍ୟତ ବଂଶଧର ଆମକୁ କ୍ଷମା ଦେବେ ନାହିଁ ।———ରାଜ୍ୟ ପ୍ରତିନିଧି, ଦି ଏସିଆନ୍ ଏଜ୍‌ଫୋନ: ୯୪୩୯୧୭୬୮୩୬

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031