Indus Valley Times

କାହିଁକି ଆତ୍ମହତ୍ୟା?

 Breaking News

କାହିଁକି ଆତ୍ମହତ୍ୟା?

କାହିଁକି ଆତ୍ମହତ୍ୟା?
July 21
21:00 2020

କାହିଁକି ଆତ୍ମହତ୍ୟା?
ନିବେଦିତା ପଟନାୟକ
ହିନ୍ଦି ଫିଲ୍ମର ଉଦୀୟମାନ କଳାକାର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଖାଲି ବଲିଉଡର କଳାକାରଙ୍କ ମଧ୍ୟରେ ନୁହେଁ ବରଂ ସାରା ଦେଶରେ ଶୋକର ଛାୟା ଖେଳାଇଛି । ସଂଘର୍ଷ ସମୟରେ ନୁହେଁ ବରଂ ସଂଫଳତାର ଶୀର୍ଷରେ ଥିବାବେଳେ ଆତ୍ମହତ୍ୟା କରିଛନ୍ତି ସୁଶାନ୍ତ, ସୁନେଲି ସ୍ୱପ୍ନ ଦେଖିବାର ବୟସରେ ଜୀବନ ତାଙ୍କ ପାଇଁ ବୋଝ ହୋଇଯିବା ଆଶ୍ଚର୍ଯ୍ୟର ବିଷୟ । କେବଳ ସୁଶାନ୍ତ ନୁହନ୍ତି, ବର୍ତ୍ତମାନ ଯୁବ ବର୍ଗମାନେ ଆତ୍ମହତ୍ୟା କରିବାର କିମ୍ବା ଆତ୍ମହତ୍ୟା ଉଦ୍ୟମ କରିବାର ଦେଖାଯାଉଛି ।
ବିଶ୍ୱରେ ପ୍ରତିବର୍ଷ ୮ ଲକ୍ଷ ଲୋକ ଆତ୍ମହତ୍ୟା କରନ୍ତି । ପ୍ରତି ୪୦ ସେକେଣ୍ଡେରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରନ୍ତି । ଭାରତ ବିଶ୍ୱରେ ଅଧିକ ଆତ୍ମହତ୍ୟା ହାର ବିଶିଷ୍ଟ ଦେଶ ଗୁଡିକ ମଧ୍ୟରୁ ଅନ୍ୟତମ ବୋଲି ବିଶ୍ୱ ସ୍ୱାସ୍ଥ୍ୟସଂସ୍ଥା ପକ୍ଷରୁୁ କୁହାଯାଇଛି । ବିଶ୍ୱରେ ୧୫ ରୁ ୨୯ ବର୍ଷ ବୟସ ମଧ୍ୟରେ ମୃତ୍ୟୁବରଣ କରୁଥିବା ଲୋକଙ୍କର ଆତ୍ମହତ୍ୟା ହେଉଛି ପ୍ରମୁଖ ଦ୍ୱିିତୀୟ କାରଣ । ଯେତିକି ଲୋକ ଆତ୍ମହତ୍ୟାରେ ମୃତ୍ୟୁବରଣ କରନ୍ତି, ଏହାର ୨୦ଗୁଣା ବ୍ୟକ୍ତି ଆତ୍ମହତ୍ୟା ପାଇଁ ଉଦ୍ୟମ କରନ୍ତି । ବିକଶିତ ଓ ବିକାଶଶୀଳ ରାଷ୍ଟ୍ରରେ ଏହି ଆତ୍ମହତ୍ୟାର ହାର ଅଧିକ । ୨୦୧୬ ରେ ଏକ ସର୍ଭେରୁ ଜଣାପଡେ ୭୯ ପ୍ରତିଶତ ଆତ୍ମହତ୍ୟା ସ୍ୱଳ୍ପ ଓ ମଧ୍ୟମ ଆୟକାରୀ ଦେଶରେ ଦେଖାଯାଏ ।
ଭାରତର ଅଧାଅଧି ଲୋକସଂଖ୍ୟାର ବୟସ ୨୬ ବର୍ଷ, ୨୦୨୦ ରେ ପୃଥିବୀରେ ଭାରତ କମ ବୟସର ଦେଶ ଭାବେ ଘୋଷଣା ହୋଇପାରେ । ଏହା ଏକ ସାକରାତ୍ମକ ପୁର୍ବାନୁମାନ କିନ୍ତୁ ଅପରପକ୍ଷରେ ଭାରତରେ ଯୁବକଙ୍କ ଆତ୍ମହତ୍ୟାର ହାର ଅଧିକ । ଯୁବବର୍ଗର ଉକ୍ତ ଆତ୍ମହତ୍ୟା ହାର ପାଇଁ ଆର୍ଥିକ, ସାମାଜିକ ଏବଂ ଭାବନାତ୍ମକ କାରଣ ଦାୟୀ । ପାଠପଢା, କାର୍ଯ୍ୟକ୍ଷେତ୍ର ସାମାଜିକ ବ୍ୟବସ୍ଥାର ଚାପ ସହରାଞ୍ଚଳର ଆଧୁନିକରଣ ଏବଂ ଭୁଷୁଡି ପଡୁଥିବା ସମ୍ପର୍କ ସହାୟତା ବ୍ୟବସ୍ଥା କେତେକ ଗବେଷଣାକାରୀଙ୍କ ମତରେ ଦ୍ରୁତ ସହରୀକରଣ ବ୍ୟବସ୍ଥା ଏବଂ ପାରମ୍ପରିକ ଯୌଥ ପରିବାରର ସହାନୁଭୂତି ସହଯୋଗ ବ୍ୟବସ୍ଥା ନଷ୍ଟ ହୋଇଯିବା ଯୁବକଙ୍କ ମଧ୍ୟରେ ଆତ୍ମହତ୍ୟା ବଢାଇବା ପାଇଁ ଅନେକାଂଶରେ ଦାୟୀ ।
ବର୍ତ୍ତମାନ ସମୟରେ ଛୋଟ ପରିବାର ସଂଖ୍ୟା ବଢୁଛି, ଫଳରେ ପରିବାର ସଦସ୍ୟଙ୍କ ସଂଖ୍ୟା କମୁଛି ଯାହାଦ୍ୱାରା ପରଷ୍ପର ମଧ୍ୟରେ କଥାବାର୍ତ୍ତା ହେବା ସମୟ ଆବଶ୍ୟକତା ଠାରୁ ନଗଣ୍ୟ ରହୁଛି । ଏହାଦ୍ୱାରା ପରିବାରରେ ଛୋଟ ପିଲା ଓ ଯୁବ ବର୍ଗ ମଧ୍ୟରେ ଅଧିକ ମାନସିକ ଚାପ ସୃଷ୍ଟି ହେଉଛି । ଗବେଷଣାରୁ ଜଣାଯାଏ ଭାରତରେ ୧୩ ରୁ ୪୪ ବର୍ଷ ବୟସ୍କଙ୍କ ମଧ୍ୟରେ ବିଷାଦ ଗ୍ରସ୍ତଙ୍କ ସଂଖ୍ୟା ଅଧିକ । ପରିବାର, ବନ୍ଧୁ ବାନ୍ଧବଙ୍କ ଦୟା ଓ ସମବେଦନା ଜଣେ ବ୍ୟକ୍ତିକୁ ଆତ୍ମହତ୍ୟାରୁ ନିବୃତ୍ତ କରିପାରିବ । ଆତ୍ମହତ୍ୟା ପ୍ରବଣ ବ୍ୟକ୍ତିଙ୍କ ପାଇଁ ପରିବାର ଓ ବନ୍ଧୁବାନ୍ଧବଙ୍କ ସ୍ନେହ ସମ୍ବୋଧନ, ସମବେଦନା ଏକ ସୁରକ୍ଷା କବଚ ଭଳି ରକ୍ଷା କରେ । ସୁଶାନ୍ତ ସିଂ ରାଜପୁତଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଥିଲା । ସେ ଘରେ ଏକୁଟିଆ ରହୁଥିଲେ ଏବଂ ଆତ୍ମହତ୍ୟା ପୂର୍ବରୁ ତାଙ୍କ ମାଙ୍କ ନିମନ୍ତେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ, ତାଙ୍କ ମା ଦୁନିଆରେ ନଥିଲେ, କିନ୍ତୁ ଯଦି ପରିବାର ସଦସ୍ୟ ତାଙ୍କ ପାଖରେ ରହୁଥାନ୍ତେ ତେବେ ଘଟଣା ଅନ୍ୟ ପ୍ରକାରର ହେବା ଆଶା କରାଯାଇ ପାରିଥାନ୍ତା । ଏବେ ପରିବାରରେ ମାତା, ପିତାଙ୍କ ପାଖରେ ସନ୍ତାନ ମାନଙ୍କ ପାଇଁ ସମୟ ରହୁନାହିଁ ଫଳରେ ପିଲାମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଅନ୍ୟ କେତେକ ବିଭିନ୍ନ କାର୍ଯ୍ୟରେ ବିଫଳ ହେବାଦ୍ୱାରା ସେମାନଙ୍କ ମଧ୍ୟରେ ଏକ ପ୍ରକାର ନାକରାତ୍ମକ ଭାବନା ସୃଷ୍ଟି ହେଉଛି, ଯାହାକି ସେମାନଙ୍କୁ ବିଷାଦ ଗ୍ରସ୍ତ କରିବା ସହ ଆତ୍ମହତ୍ୟା ପାଇଁ ପ୍ରେରିତ କରୁଛି ।
ସଂପ୍ରତି ଦେଶରେ ଶିକ୍ଷିତଙ୍କ ସଂଖ୍ୟା ଯେତେ ବଢୁଛି ଆତ୍ମହତ୍ୟା ଜନିତ ମୃତ୍ୟୁସଂଖ୍ୟା ଅନୁରୂପ ଭାବେ ବଢିବଢି ଚାଲିଛି । ମୋବାଇଲ ଓ ଇଣ୍ଟରନେଟର ବହୁଳ ବ୍ୟବହାର କୋମଳମତି କିଶୋର / କିଶୋରୀଙ୍କ ଆତ୍ମହତ୍ୟା ଏକ ପ୍ରମୁଖ କାରଣ ପାଲଟିଛି । ଏନ୍‌ସିଆରବି ଙ୍କ ରିପୋର୍ଟ ଅନୁଯାୟୀ ୨୦୧୮ ରେ ଦେଶରେ ମୋଟ ୧,୩୦,୫୧୬ ଜଣ ଆତ୍ମହତ୍ୟା କରିଥିଲେ, ଯାହାକି ପୂର୍ବବର୍ଷ ତୁଳନାରେ ୩.୬ ପ୍ରତିଶତ ଅଧିକ ଥିଲା । ପ୍ରତି ୧ ଲକ୍ଷ ଲୋକସଂଖ୍ୟାରେ ଆତ୍ମହତ୍ୟା ହାର ୨୦୧୭ ତୁଳନାରେ ୨୦୧୮ ରେ ୦.୩ ପ୍ରତିଶତ ବୃଦ୍ଧି ପାଇଥିଲା ।
ଆତ୍ମହତ୍ୟା କାରଣ ସଂପର୍କରେ ସମୀକ୍ଷା କଲାବେଳେ ଏନେଇ ମାନସିକ ରୋଗ ପ୍ରମୁଖତା ଗ୍ରହଣ କରିଥାଏ । ଡିପ୍ରେସନ, ସିଜୋଫେନିଆ ପରି ୨ ପ୍ରମୁଖ ମାନସିକ ରୋଗ ବ୍ୟକ୍ତିକୁ ଆତ୍ମହତ୍ୟା କରିବା ପାଇଁ ପ୍ରେରିତ କରିଥାଏ । ଏହା ଛଡା ଅନ୍ୟାନ୍ୟ କାରଣ ଯେପରି ଦୁଃସାଧ୍ୟ ରୋଗ କ୍ୟାନସର, ଏଚ.ଆଇ.ଭି ରେ ପୀଡିତ, ସାମାଜିକ ବିଭେଦତା, ଆର୍ଥିକ ବୋଝ, ଆତ୍ମହତ୍ୟାର ପାରିବାରିକ ଇତିହାସ ଇତ୍ୟାଦି ।
ଆତ୍ମହତ୍ୟା ହେଉଛି ନିଜେ ନିଜର ଜୀବନ ନେବା, ଆତ୍ମହତ୍ୟା ମହାପାପ ଏହି ଶାସ୍ତ୍ରୀୟ ବାକ୍ୟଟି ଆଜି ତାର ଅସ୍ତିିତ୍ୱ ହରାଉଛି । ଆଇନରେ ଆତ୍ମହତ୍ୟା ଏକ ଅପରାଧ ବୋଲି ଗ୍ରହଣ କରାଯାଇ ଏଭଳି ଉଦ୍ୟମ କରୁଥିବା ବକ୍ତିଙ୍କ ପାଇଁ ଦଣ୍ଡ ବ୍ୟବସ୍ଥା ରହିଥିଲେବି ଆତ୍ମହତ୍ୟା କମାଇବାରେ ଏହା ସାହାଯ୍ୟକାରୀ ହୋଇପାରୁନି ।
ଆତ୍ମହତ୍ୟା ପରି ସମସ୍ୟାର କିଭଳି ମୁକାବିଲା କରି ହେବ ତାହା ବର୍ତ୍ତମାନ ସମାଜ ଆଗରେ ଏକ ବଡ ଆହ୍ୱାନ । ପ୍ରତିବର୍ଷ ସେପ୍ଟେମ୍ବର ୧୦ ତାରିଖ ବିଶ୍ୱ ଆତ୍ମହତ୍ୟା ନିରାକରଣ ଦିବସ ପାଳନ କରାଯାଇଛି । ମାନସିକ ଭାବରେ ଅସୁସ୍ଥ ଥିବା ବ୍ୟକ୍ତି ବିଶେଷଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟାକୁ ସମାଧାନ ପାଇଁ ଚେଷ୍ଟା କରାଯିବା ଜରୁରୀ ଅଟେ । ଅନେକ ସମୟରେ ସାମାଜିକ ଅପଯଶ ଡରରେ ଅନ୍ୟମାନଙ୍କ ଆଗରେ ବ୍ୟକ୍ତିଟି ତାର ଦୁଃଖ, ସମସ୍ୟା ଓ ଚିନ୍ତାକୁ ବ୍ୟକ୍ତ କରିପାରେନି । ତେବେ ସେମାନଙ୍କୁ ସହାୟତାର ହାତ ବଢାଇ ସମସ୍ୟାର ସମାଧାନ କରି ପାରିଲେ ଆତ୍ମହତ୍ୟାକୁ ରୋକି ହେବ । ବିଶେଷ ଭାବେ ଅଭିଭାବକ ମାନେ କୋମଳମତି କିଶୋର/ କିଶୋରୀଙ୍କ ଚାଳିଚଳନ, ଆଚରଣଗତ ପରିବର୍ତ୍ତନ, ମୋବାଇଲ କିମ୍ବା ଇଣ୍ଟରନେଟରେ ଅଧିକ ସମୟ ବିତାଉଥିଲେ ସେଥିପ୍ରତି ସତର୍କ ଦୃଷ୍ଟିଦେବା ଜରୁରୀ . .. .. . .. ଯୁବବର୍ଗ ନିଜର ବିଫଳତାରେ ହତୋତ୍ସାହିତ ନହୋଇ ସଂଘର୍ଷ କରି ସଫଳତା ହାସଲ କରିବା ପାଇଁ ଚେଷ୍ଟା କରିବା ଆବଶ୍ୟକ ।
ଖାରବେଳ ନଗର
ୟୁନିଟ-୩
ଫୋନ୍‌-୯୪୩୭୧୯୦୩୯୯

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031