Indus Valley Times

ପାରାଦୀପ ପୌର ନିର୍ବାଚନରେ ଏକମାତ୍ର ପ୍ରାର୍ଥୀ ହୋଇ କଂଗ୍ରେସ ଦଳର ସମ୍ମାନ ରଖିଲେ କେଦାର ଜେନା

 Breaking News

ପାରାଦୀପ ପୌର ନିର୍ବାଚନରେ ଏକମାତ୍ର ପ୍ରାର୍ଥୀ ହୋଇ କଂଗ୍ରେସ ଦଳର ସମ୍ମାନ ରଖିଲେ କେଦାର ଜେନା

ପାରାଦୀପ ପୌର ନିର୍ବାଚନରେ ଏକମାତ୍ର ପ୍ରାର୍ଥୀ ହୋଇ କଂଗ୍ରେସ ଦଳର ସମ୍ମାନ ରଖିଲେ କେଦାର ଜେନା
March 09
07:12 2022


Kedar Jena of Congress wins from Udaybata Zone

Report Pravakar Sahoo

ପାରାଦୀପ, 9/3/ ଚଳିତ ପୌର ନିର୍ବାଚନରେ ପାରାଦୀପ ପୌର ପାଳିକା ନିମନ୍ତେ ପାରାଦୀପକୁ କଂଗ୍ରେସ୍ ମୁକ୍ତରୁ ରକ୍ଷା କରିଛନ୍ତି ଦଳର ବରିଷ୍ଠ ନେତା କେଦାର ଜେନା । ପାରାଦୀପ ଉଦୟବଟରୁ କେଦାର ପୂର୍ବରୁ ଜିତି ଥିବା ବେଳେ ତାଙ୍କ ସହଧର୍ମିଣୀ ସ୍ୱର୍ଗତା ସୀଲାରାଣୀ ଜେନା ଗତ ପୌର ନିର୍ବାଚନରେ କଂଗ୍ରେସ୍ ଦଳରୁ ବିଜୟ ଲାଭ କରିଥିଲେ ।
ପୂର୍ବରୁ ଘନଗଳିଆ ୨ ନମ୍ବର ଓ ପରେ ଏହି ସିଟ୍ ଟି ଉଦୟବଟ ୪ ନମ୍ବର ସିଟ୍ ହୋଇଛି । ଏହି ସିଟ୍ କି କଂଗ୍ରେସ୍ ଦଳ ଆରମ୍ଭରୁ ନିଜ ଦଖଲ ରେ ରଖିବାକୁ ସଫଳ ହୋଇଛି । ପାରାଦୀପ ବିଜ୍ଞାପିତ ଅଂଚଳ ପରିଷଦ ଓ ପାରଦୀପ ପୌର ପରିଷଦର ପ୍ରଥମ ନିର୍ବାଚିତ ନଗରପାଳ ସ୍ୱର୍ଗତ ରମେଶ ଚନ୍ଦ୍ର ସାମନ୍ତରାୟଙ୍କ ଦବ୍‌ଦବା ଏଠାରେ ଥିଲା । ରମେଶ ପି.ପି.ଏଲ୍‌.ରୁ ଜିତିବା ପରେ କେଦାର ଜେନା ଏହି ସିଟ୍ କୁ ନିଜ ଅକ୍ତିଆରକୁ ଆଣିଥିଲେ । କେଦାର ପୂର୍ବରୁ କୁଜଙ୍ଗ ବ୍ଲକ୍ ବାଲିଆ ପଂଚାୟତର ସରପଂଚ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତ
ପାରାଦୀପର ସର୍ବ ପୂରାତନ କାର୍ତ୍ତୀକେଶ୍ୱର ମତ୍ସ୍ୟ ବ୍ୟବସାୟୀ ସଂଘର ସଭାପତି ଭାବେ ପ୍ରାୟ ୩୦ ବର୍ଷରୁ ଉର୍ଦ୍ଧ୍ୱ ହେବ ସଭାପତି ରହିଛନ୍ତି । ଅଠରବାଙ୍କୀ ବାଲିପ୍ଲଟ୍ ଠାରେ ଥିବା ଏହି ସଂଘକୁ ସଠିକ୍ ଭାବେ ପରିଚାଳନା କରିବାରେ ସେ ସଫଳ ହୋଇଛନ୍ତି । ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାଲିପ୍ଲଟ ଅଂଚଳର ବ୍ୟବସାୟୀମାନଙ୍କର ବହୁ ଉନ୍ନତି ହୋଇ ପାରିଛି । ଚଳିତ ପୌର ନିର୍ବାଚନରେ କଂଗ୍ରେସ୍ ଦଳର ଏକମାତ୍ର ପ୍ରାର୍ଥୀ ହୋଇଛନ୍ତି । ଉଦୟବଟର ସବୁବର୍ଗର ଲୋକମାନଙ୍କ ସହିତ ସେ ସବୁ ବେଳେ ସବୁ ସମୟରେ ରହି ଆସିଥିବାରୁ ସେ ଏଠାରେ ବେଶ୍ ଲୋକପ୍ରିୟ । ତାଙ୍କର ଲୋକପ୍ରିୟତା ହିଁ ତାଙ୍କର ବିଜୟରେ ସହାୟକ ହୋଇ ପାରିଛି । ସୋମବାର ଦିନ ଚଳିତ ପୌର ନିର୍ବାଚନ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନରେ କେଦାର ଜେନା ଉଦୟବଟରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ବଡପଡିଆ ଛକରେ ପହଂଚିଥିଲେ । ସେଠାରୁ ଏକ ବିରାଟ ପଟୁଆରେ ନିଜ ସମର୍ଥକଙ୍କ ସହିତ ପହଂଚିଥିଲେ ପୌର କାର୍ଯ୍ୟାଳୟରେ । ସେଠାରେ ସେ ଉଦୟବଟ ସିଟ୍ ନିମନ୍ତେ ପ୍ରାଥୀପତ୍ର ଦାଖଲ କରିଥିଲେ । ପାରାଦୀପର ୧୯ ଗୋଟି ଓାର୍ଡ ଥିବା ବେଳେ କେବଳ ୪ ନମ୍ବର ଓାର୍ଡରେ କଂଗ୍ରେସ୍ ଦଳରୁ ସେ ଏକମାତ୍ର ପ୍ରାର୍ଥୀ ଭାବେ ମନୋନୟନପତ୍ର ଦାଖଲ କରିଛନ୍ତି । କଂଗ୍ରେସ୍ କୁ ଛାଡି ଦେଲେ ପୌରପାଳିକାକୁ ୧୫ ବର୍ଷ ଧରି ଦଖଲରେ ରଖିଥିବା ବିଜେଡି ସମସ୍ତ ଓାର୍ଡରେ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ମଧ୍ୟ ସମସ୍ତ ଓାର୍ଡରେ ପ୍ରାର୍ଥୀ ଦେଇଛି । ଚଳିତ ନିର୍ବାଚନରେ ସେ ପୁର୍ନବାର ଉଦୟବଟବାସୀଙ୍କର ସମର୍ଥନରେ ପୁର୍ନବାର ବିଜୟ ଲାଭ କରିବେ ବୋଲି କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031