Legatus

ସେବାର ଅନ୍ୟନାମ ମାହେଶ୍ଵରୀ ସଂଗଠନ

 Breaking News

ସେବାର ଅନ୍ୟନାମ ମାହେଶ୍ଵରୀ ସଂଗଠନ

August 10
12:34 2023

ମହେନ୍ଦ୍ର କୁମାର ଦର୍ଜୀଙ୍କ ରିପୋର୍ଟ

ବଲାଙ୍ଗୀର, ୧୦ ।୮/୨୦୩:, ମନରେ କୌଣସି ଅଭିପ୍ରାୟ ଏବଂ ଆଶା ନରଖି ମାନବ ସେବାରେ ନିଜକୁ ବ୍ରତୀ କରିଥିବା ଏକ ଅଗ୍ରଣୀ ଅନୁଷ୍ଠାନ ମାହେଶ୍ଵରୀ। ମା ମାହେଶ୍ଵରୀଙ୍କ ନାମରେ ନାମିତ ଥିବା ଏହି ଅନୁଷ୍ଠାନ ଅସହାୟ ଲୋକଙ୍କ ପାଇଁ ମା ସଦୃଶ। ପ୍ରତି ପଞ୍ଚାୟତରେ ମାହେଶ୍ଵରୀ ଅନୁଷ୍ଠାନ ତାର ଅଭିଯାନ ଜାରି ରଖିଛି। ପଞ୍ଚାୟତ ଅଭିଯାନ କରିବାର ତାତ୍ପର୍ଯ୍ୟ ସଭିଏଁ ସେବା ମନୋଭାବ ରଖି ଗରିବ,ନିରୀହ,ଅସହାୟ ଲୋକଙ୍କ ସେବାରେ ନିଜକୁ ଜଡ଼ିତ ରଖିବା। ଏଭଳି ପ୍ରୟାସ ଜାରି ରହିଲେ ଆଗାମୀ ଦିନରେ ଲୋକେ କୁ ପଥ ଛାଡ଼ି ସୁପଥଗାମୀ ହେବେ।
ବଲାଙ୍ଗୀର ଜିଲ୍ଲାରୁ ହିଂସା କମିବା ସଙ୍ଗେ ସଙ୍ଗେ ଅପରାଧ ମଧ୍ୟ ନିୟନ୍ତ୍ରଣ ହେବ।ସମସ୍ତଙ୍କ ମଧ୍ୟରେ ଭାଇଚାରା ମନୋଭାବ ସୃଷ୍ଟି ହେବ।ସଭିଏଁ ଶାନ୍ତିରେ ରହିବେ।
ଏହି ଉଦ୍ଦେଶ୍ୟକୁ ନେଇ ସଦର ବ୍ଲକ ବିଡିଘାଟ ପଞ୍ଚାୟତରେ ମାହେଶ୍ଵରୀ ସଂଗଠନ ବିଧିବଦ୍ଧ ଭାବେ ତାର ଏକ ଶାଖା ଶୁଭାରମ୍ଭ କରିଛି।
ଏହି ଶୁଭାରମ୍ଭ ସମୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ ସମେତ ଜଦୁପତି ନାଥ, ରଘୂପତି ନାଥ,ପ୍ରସନ୍ନ ଘଡେ଼ଇ, ଦନାର ସାହୁ,ଲଳିତ ସାହୁ,ସତ୍ୟବ୍ରତ ବେହେରା ପ୍ରମୁଖ ଅଞ୍ଚଳର ବାୟୋଜୈଷ୍ଠ ବ୍ୟକ୍ତି ପ୍ରାରମ୍ଭିକ ସଭାରେ ଉପସ୍ଥିତ ରହି ଯୁବ ଗୋଷ୍ଠୀ ଙ୍କୁ ଉତ୍ସାହିତ କରିଥିଲେ।ମୁନ୍ନା ଧରୁଆ ବିଡିଘାଟ ଶାଖା ସଂଯୋଜକ ଭାବେ ମନୋନୀତ ହୋଇଥିବା ବେଳେ ଦେବରାଜ ରାଉତ୍,ପ୍ରଦୀପ ଭୋଇ,ଦିଲୀପ ବିଶ୍ଵାଳ, ଦନାର୍ ସାହୁଙ୍କ ସହ ଅନେକ ଯୁବକ ସାମିଲ ହୋଇଥିଲେ।
ବଲାଙ୍ଗୀର ମୁଖ୍ୟ ଶାଖା ସଭ୍ୟ ଦେବାଶିଷ ପାଣ୍ଡିଆ ସଭା ସଂଯୋଜନା କରିଥିବା ବେଳେ ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ,ସଭାପତି ଶୋଭନ ଅଗ୍ରୱାଲ,ସଭ୍ୟ ଅପ୍ରମିତ ପରିଛା,ସୋସିଆଲ ମିଡିଆ ସଂଯୋଜକ ଶିବ ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ।
ଏହି ଅଞ୍ଚଳର ସେବା ପାଇଁ ଯୁବଗୋଷ୍ଠୀ ଆଗଭର ହୋଇ ବାହାରିବା ଏକ ଶୁଭ ସଙ୍କେତ ଏବଂ ସର୍ବଦା ପୂର୍ଣ୍ଣ ସମର୍ଥନ ରହିବ ବୋଲି ବିଡ଼ିଘାଟ ସରପଞ୍ଚ ନନ୍ଦିତା କଲେଟ୍,ବଲାଙ୍ଗୀର ବ୍ଲକ ଅଧ୍ୟକ୍ଷା ସରିତା ବାଗ ଙ୍କ ସହ ରାଜ୍ୟ କିଷାନ ମହାସଂଘ ଉପସଭାପତି ସମରେନ୍ଦ୍ର ପରିଛା ମତବ୍ୟକ୍ତ କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31