Indus Valley Times

ନୟାଗଡ଼ ଜିଲ୍ଲାକୁ ୨ ସ୍ବର୍ଣ୍ଣ, ୭ ରୈପ୍ୟ ଓ ୬ କାଂସ୍ୟ ପଦକ

 Breaking News

ନୟାଗଡ଼ ଜିଲ୍ଲାକୁ ୨ ସ୍ବର୍ଣ୍ଣ, ୭ ରୈପ୍ୟ ଓ ୬ କାଂସ୍ୟ ପଦକ

ନୟାଗଡ଼ ଜିଲ୍ଲାକୁ ୨ ସ୍ବର୍ଣ୍ଣ, ୭ ରୈପ୍ୟ ଓ ୬ କାଂସ୍ୟ ପଦକ
April 27
12:35 2023

Nayagarh wins to gold, 7 silver and 6 bronze in West Zone Taekwondo

By Mamata Mohapatra

ନୟାଗଡ଼, April 27: ବରଗଡ଼ର ଗଣପତି ଭିଲ୍ଲାରେ ୩ଦିନ ଧରି ଆୟୋଜିତ ୨ୟ ଓ୍ବେଷ୍ଟ ଜୋନ ଟାଇକୋଣ୍ଡ ଚମ୍ପିୟାନସିପ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାଗନେବା ପାଇଁ ନୟାଗଡ଼ ଜିଲ୍ଲାରୁ ବିଭିନ୍ନ ବର୍ଗର ୧୬ ଜଣ ଖେଳାଳି ୩ ଜଣ ଅଫିସିଆଲ୍ ଓ ଜଣେ ଜାତୀୟ ରେଫରୀ ବରଗଡ଼ ଯାତ୍ରାକରିଥିଲେ।

ନୟାଗଡ଼ ମାର୍ଶାଲ ଆର୍ଟ ଆକାଡେମି ର ପ୍ରିୟାନଶୁ ପାଲ, ସତ୍ୟବ୍ରତ ବିଶ୍ବାଳ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ, ଦିକ୍ସା ପ୍ରିୟା, ରିତିକା ପାଣିଗ୍ରାହୀ, ପ୍ରତିୟୁସା ରାୟଗୁରୁ, ଆନନ୍ଦ କୁମାର, ଅଙ୍କିତ ବେହେରା, ଆଶୁତୋଷ ସାହୁ, ସ୍ମୁତିପ୍ରଜ୍ଞା ସାହୁ ରୈପ୍ୟ ପଦକ ଓ ବିରାଟ ପ୍ରୟାସ, ସମ୍ୱିତ ରଞ୍ଜନ ବିଶ୍ବାଳ, ଶୁଚିସ୍ମୀତା ବେହେରା, ଅସ୍ମିତା ସାହୁ, ଆସୁତୋଶ ସ୍ବାଇଁ, ବୈଦ୍ୟନାଥ ସାହୁ କାଂସ୍ୟ ପଦକ ହାସଲ କରି ନୟାଗଡ଼ ଜିଲ୍ଲା ପାଇଁ ସୁନାମ ଅର୍ଜନ କରିଛନ୍ତି ।

ନୟାଗଡ଼ ଟିମ୍ କୋଚ୍ ଶିବାନନ୍ଦ ରାୟଗୁରୁ, ମ୍ୟାନେଜର ଶୁଭଶ୍ରୀ ରାୟଗୁରୁ ଓ ଜାତୀୟ ରେଫରୀ ଆଶିଷ ଓମ୍ ପ୍ରକାଶ ନିଜ ନିଜ ଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ। ନୟାଗଡ଼ ରେଡକ୍ରସ ସ୍ଵେଚ୍ଛାସେବୀ ଅନୁଷ୍ଠାନ ତରଫରୁ ବିଭୁତି ଭୁଷଣ ପଟ୍ଟନାୟକ, ସନ୍ତୋଷ କୁମାର ଷଡଙ୍ଗୀ ଓ ମାନସ କୁମାର ମହାପାତ୍ର ଖେଳାଳି ମାନଙ୍କୁ ସମ୍ବର୍ଧିତ କରି ଉତ୍ସାହ ବୃଦ୍ଧି କରିଛନ୍ତି। ଜିଲ୍ଲା ସମ୍ପାଦକ ଭବାନୀ ଶଙ୍କର ରାୟଗୁରୁଙ୍କ ତତ୍ବାବଧାନରେ ନୟାଗଡ଼ ଟିମ୍ ପ୍ରତିଯୋଗିତାରେ ଭାଗନେଇଥିବା ସୁଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031