Indus Valley Times

ଅଜବ ଗଜବ: କମ୍ପ୍ୟୁଟର ଜାଣି ନ ଥିଲେ ଡ୍ରାଇବିଂ ଲାଇସେନ୍ସ ମନା !!!

 Breaking News

ଅଜବ ଗଜବ: କମ୍ପ୍ୟୁଟର ଜାଣି ନ ଥିଲେ ଡ୍ରାଇବିଂ ଲାଇସେନ୍ସ ମନା !!!

December 25
06:51 2020

No driving license without computer knowledge policy leaves many disappointed

By Mahendra Kumar Darjee

ବଲାଙ୍ଗୀର, Dec. 25: – ଗାଡ଼ି ଚଳାଇବା ପାଇଁ ଲାଇସେନ୍ସ ଆବଶ୍ୟକ । ଚାରି ଚକିଆ ହେଉ ଅବା ଦୁଇ ଚକିଆ ରାସ୍ତାରେ ବିନା ଲାଇସେନ୍ସ ରେ ଚଳାଇବା ଅପରାଧ । ଏଣୁ ଚାଳକକୁ ଆର୍ ଟି ଓ, ଅଫିସ୍ ରେ ପ୍ରଥମେ ଲର୍ଣ୍ଣିଂ ଲାଇସେନ୍ସ ବା ଏଲ୍ ଏଲ , ଓ ପରେ ଡ୍ରାଇଭିଂ ଲାଇସେନ୍ସ ବା ଡି ଏଲ, ଲାଇସେନ୍ସ କରିବାକୁ ପଡେ ।
ଏଲ ଏଲ , ଲାଇସେନ୍ସ ଚାଳକକୁ ଯାନ ଶିଖିବା ପାଇଁ ମିଳୁଥିଲା । ଏବେ ଏଲ ଏଲ, ଲାଇସେନ୍ସ ପାଇବାକୁ ହେଲେ ପରୀକ୍ଷାର୍ଥୀ କୁ କମ୍ପୁଟର ଶିଖିବା ଜରୁରୀ । କମ୍ପୁଟର ରେ କୋଡ଼ିଏ ଗୋଟି ପ୍ରଶ୍ନ ରୁ ୧୨ ଗୋଟି ର ସଠିକ ଉତ୍ତର ଦେଲେ ଏଲ ଏଲ , ଲାଇସେନ୍ସ ପାଇପାରିବା ର ନିୟମ ଅଛି । ଜଣେ ଡ୍ରାଇଭର ପଢି ଥାଉ କିମ୍ବା ପଢି ନ ଥାଉ ଯଦି କମ୍ପ୍ୟୁଟର ଚାଳନା ଶିଖି ନାହିଁ ତେବେ ସେ ଲାଇସେନ୍ସ ପାଇବା ପାଇଁ ଅଯୋଗ୍ୟ ।
ସରକାର ଙ୍କ ଏହି ଅଜବ ନୀତି ନିୟମ ଯୋଗୁ ଅନେକ ଗାଡ଼ି ଚାଳକ ଟେଷ୍ଟ ଦେବାକୁ ଯାଇ କମ୍ପ୍ୟୁଟର ସମ୍ମୁଖ ରେ ବସି ହତାଶ ହୋଇ ଫେରି ଯାଉଛନ୍ତି । କାରଣ କମ୍ପ୍ୟୁଟର ଖୋଲି ଓଟିପି , ଏପ୍ଲିକେସନ୍ ନମ୍ୱର୍ , ଜନ୍ମ ତାରିଖ ଟାଇପ୍ କରି ଲଗ୍ କଲା ପରେ କମ୍ପ୍ୟୁଟର ଖୋଲିବ । ଏହାପରେ କୋଡ଼ିଏ ଗୋଟି ପ୍ରଶ୍ନ ସ୍କ୍ରିନ୍ ରେ ଆସିବ । ୧୨ ଗୋଟି ସଠିକ ଉତ୍ତର ଦେଲେ ଏଲ ଏଲ ଲାଇସେନ୍ସ ପାଇବାକୁ ଯୋଗ୍ୟ ହେବେ । କମ୍ପ୍ୟୁଟର ଜାଣିନଥିବା ବ୍ୟକ୍ତବିଶେଷ ଏଲ ଏଲ ଲାଇସେନ୍ସ ପାଇବାରୁ ବଞ୍ଚିତ ହୁଅନ୍ତି । ସରକାର ଙ୍କ ଅଜବ ନୀତି ଯୋଗୁ ଅନେକ ଚାଳକ ଲାଇସେନ୍ସ ନ ପାଇ ବିନା ଲାଇସେନ୍ସ ରେ ଗାଡ଼ି ଚଳାଉଥିବା ଦେଖିବାକୁ ମିଳୁଛି । ସରକାର ନିଜ ନୀତି ପରିବର୍ତ୍ତନ ନ କଲେ ଆଗାମୀ ଦିନରେ ଅନେକ ଗାଡ଼ି ଚାଳକ ବିନା ଲାଇସେନ୍ସ ରେ ଗାଡ଼ି ଚଳାଉଥିବା ଦେଖିବାକୁ ମିଳିବ । ଏଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଗାଡ଼ି ଚାଳନା ପରୀକ୍ଷା ତଥା ପ୍ରଶ୍ନ ପଚାରି ଲାଇସେନ୍ସ ଦେଲେ ଅନେକ ଗାଡ଼ି ଚାଳକ ଲାଇସେନ୍ସ ପାଇଁ ଗାଡ଼ି ଚଳାଇବାର ଯୋଗ୍ୟତା ପାଇପାରିବେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031