Indus Valley Times

୧୫ ମିନିଟ୍ ପାଇଁ ଦଶମ ଶ୍ରେଣୀ ଛାତ୍ର ସାଜିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 Breaking News

୧୫ ମିନିଟ୍ ପାଇଁ ଦଶମ ଶ୍ରେଣୀ ଛାତ୍ର ସାଜିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

December 13
20:56 2021

ସ୍ୱାଗତିକା ଭୂତିଆଙ୍କ ରିପୋର୍ଟ
ବ୍ରହ୍ମପୁର, ୧୩/୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଦଶମ ଶ୍ରେଣୀର ଛାତ୍ର ! ଆଶ୍ଚର୍ଯ୍ୟ ଲାଗୁଛି କି? ନା’ ଆଜ୍ଞା । କଥାଟି ନିରାଟ ଆଉ ନିରୋଳା ସତ୍ୟ । ରବିବାର ଦିନ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ଥିତ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗସ୍ତ କରିବା ସମୟରେ କିଛି ସମୟ ଲାଗି ଦଶମ ଶ୍ରେଣୀକକ୍ଷରେ ପିଲାମାନଙ୍କ ଲାଗି ଉଦ୍ଦିଷ୍ଟ ବେଂଚରେ ବସି ପ୍ରଧାନ ଶୀକ୍ଷୟତ୍ରୀଙ୍କ ପାଠ ପଢାକୁ ଜଣେ ଶୃଙ୍ଖଳିତ ଛାତ୍ର ଭାବେ ମନଧ୍ୟାନ ଦେଇ ଶୁଣିଥିଲେ ।
ମୁଖ୍ୟମନ୍ତ୍ରୀ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ଥିବା ଏହି ସ୍ଲୁଲକୁ ହଠାତ୍ ପରିଦର୍ଶନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।
ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ଗହଣରେ ୧୫ ମିନିଟ୍ ବସ ିଶାନ୍ତିଲତାଙ୍କ ପାଠପଢ଼ାକୁ ଅନୁଧ୍ୟାନ କଲେ ଏବଂ ପରେ ପିଲାଙ୍କୁ ସେହି ବିଷୟରେ ପଚାରି ବୁଝିଥିଲେ । ସେହି ସମୟରେ ଦଶମ ଶ୍ରେଣୀର ଛାତ୍ର ଜଶୱନ୍ତ ଜାନି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ନିଜର ଏକ ଫଟୋଚିତ୍ର ଉପହାର ସ୍ୱରୂପ ଦେଇଥିଲେ ।
ଆଉ ଜଣେ ଛାତ୍ରୀ ଅର୍ପିତାରାଣୀ କହିଛନ୍ତି ମୁଖ୍ୟମନ୍ତ୍ରୀ ଆସିବା କଥା ଜାଣିଥିଲୁ, ହେଲେ ମୁଖ୍ୟମନ୍ତ୍ରୀ ଶ୍ରେଣୀ ଗୃହରେ ପ୍ରବେଶ କରିବା ଦେଖି ଟିକେ ବିଚଳିତ ହୋଇପଡଇଥିଲୁ । ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଆମେ ବହୁତ ଖୁସି ଅଛୁ ବୋଲି କହିଛନ୍ତି ଏହି ଦଶମ ଶ୍ରେଣୀର ଛାତ୍ରୀ ।
ରାଜ୍ୟ ସରକାର ଓଡ଼ିଶାରେ ୧୦୭୫ ଟି ସ୍ଲୁଲକୁ ସ୍ଲାର୍ଟ ସ୍ଲୁଲରେ ରୂପାନ୍ତରିତ ପାଇଁ ପ୍ରତିଶୃତି ଦେଇଛନ୍ତି । ଏହି ସ୍ଲାର୍ଟ ସ୍ଲୁଲକୁ ଜାତୀୟ ସ୍ତରର ଶିକ୍ଷା ପ୍ରଣାଳୀରେ ସାମିଲ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଏହି ସ୍ଲାର୍ଟ ସ୍ଲୁଲ କିଭଳି କାର୍ଯ୍ୟକାରୀ ହେଉଛିତା’ର ସ୍ଥିତି ପରିଖିଥିଲେ ମୁଖ୍ୟମନ୍ତ୍ରୀ ।

Odisha CM Naveen Patnaik turns a student for 15 minutes, sits with Class X students

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930