Indus Valley Times

ଓଡିଶା ଶିକ୍ଷା ବିଭାଗର ଅଜବ କାର୍ଯ୍ୟଶୈଳୀ: କିରାଣୀ ବଦଳିରେ ମାର୍ଶାଲ ଅର୍ଡର, ଶିକ୍ଷକ / ଶିକ୍ଷୟିତ୍ରୀ ବଦଳିରେ ନାଚାର ନୀତି

 Breaking News

ଓଡିଶା ଶିକ୍ଷା ବିଭାଗର ଅଜବ କାର୍ଯ୍ୟଶୈଳୀ: କିରାଣୀ ବଦଳିରେ ମାର୍ଶାଲ ଅର୍ଡର, ଶିକ୍ଷକ / ଶିକ୍ଷୟିତ୍ରୀ ବଦଳିରେ ନାଚାର ନୀତି

ଓଡିଶା ଶିକ୍ଷା ବିଭାଗର ଅଜବ କାର୍ଯ୍ୟଶୈଳୀ: କିରାଣୀ ବଦଳିରେ ମାର୍ଶାଲ ଅର୍ଡର, ଶିକ୍ଷକ / ଶିକ୍ଷୟିତ୍ରୀ ବଦଳିରେ ନାଚାର ନୀତି
September 24
08:06 2021

Odisha mass education department dithers in effecting teachers’ transfer exercise
ମହେନ୍ଦ୍ର ଦର୍ଜୀଙ୍କ ରିପୋର୍ଟ
ବଲାଙ୍ଗୀର, ତା ୨୪/୯
: କଥାରେ ଅଛି ଅଜବ ଦେଶର କି ଗଜବ କାହାଣୀ । ଆମ ରାଜ୍ୟ ସରକାର ପ୍ରତିବର୍ଷ କିରାଣୀ ଅଦଳ ବଦଳ ପ୍ରକ୍ରିୟା କରିଥାନ୍ତି । ଯେଉ କିରାଣୀ ଗୋଟିଏ ସ୍ଥାନରେ ୬ ବର୍ଷ କାମକରେ ସଙ୍ଗେ ସଙ୍ଗେ ତାଙ୍କ ବଦଳି ହୋଇଥାଏ । ଅସୁବିଧା ବଶତଃ କିରାଣୀ କିଛି ମାସ ସମୟ ମାଗିଲେ ସମୟ ଦିଆଯାଏ ନାହିଁ । କିରାଣୀ ମାନଙ୍କ ପାଇଁ ମାର୍ଶଲ ଅର୍ଡର । ହେଲେ,ଓଡ଼ିଶା ଶିକ୍ଷ୍ୟା ବିଭାଗ ରେ ଚାଲେ ଅଜବ ନିୟମ । ଶିକ୍ଷକ ମାନଙ୍କ କ୍ଷେତ୍ର ରେ ବଦଳି ପ୍ରକ୍ରିୟା କଡ଼ା କଡ଼ି ହୁଏ ନାହିଁ ।


ଜଣେ ଶିକ୍ଷକ ଗୋଟିଏ ସ୍କୁଲ ରେ ଚାକିରି ଆରମ୍ଭ କରି ସେହି ସ୍କୁଲ ରେ ଅବସର ନିଏ । ବଲାଙ୍ଗୀର ଜିଲ୍ଲା କଣ ସାରା ଓଡ଼ିଶାରେ ଏଭଳି ନିୟମ ଚାଲିଛି । ସ୍କୁଲ ର ଶୃଙ୍ଖଳା ଦୃଷ୍ଟିରୁ ଶିକ୍ଷକ / ଶିକ୍ଷୟିତ୍ରୀ ମାନଙ୍କୁ ମଧ୍ୟ ପ୍ରତି ୬ ବର୍ଷ ରେ ବଦଳି କରିବା ନିୟମ କଡ଼ା କଡ଼ି କଲେ ଶିକ୍ଷ୍ୟା ବିଭାଗ ରେ କିଛିଟା ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ହୁଏ । ଆଉ ମଧ୍ୟ ଚର୍ଚ୍ଚା ହୁଏ , ଅନେକ ଶିକ୍ଷୟିତ୍ରୀ ଙ୍କ ସ୍ୱାମୀମାନେ ଉଚ୍ଚ ପଦାଧିକାରୀ ହୋଇଥିବାରୁ ସରକାର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ବଦଳି ସମ୍ପର୍କରେ ଧ୍ୟାନ ଦିଅନ୍ତି ନାହିଁ । ବର୍ଷକୁ ଥରେ କେବଳ ରେଶନାଲାଇଯେଶନ ନାମରେ ଯେଉଁଠି ସ୍କୁଲ ରେ ଅଧିକ ଛାତ୍ର/ଛାତ୍ରୀ ଥିବେ ସେହି ସ୍କୁଲ କୁ ଶିକ୍ଷକ ଦିଆଯାଉଛି ଏବଂ ଯେଉଁଠି ପିଲା କମ୍ ଅଛନ୍ତି ସେହି ସ୍କୁଲ ରୁ ଶିକ୍ଷକ ଙ୍କୁ ଅନ୍ୟତ୍ର ବଦଳି କରାଯାଉଛି ।ଏହି ପ୍ରକିୟା ପ୍ରାଇମେରୀ ଏବଂ ସେକେଣ୍ଡାରୀ ସ୍କୁଲ ମାନଙ୍କରେ ଲାଗୁ କରାଯାଇଛି ।କିନ୍ତୁ ଏହା ସରକାର ଙ୍କ ବଦଳି ପ୍ରକ୍ରିୟା ନୁହେଁ ।
ଶୃଙ୍ଖଳା ଦୃଷ୍ଟିରୁ ଯଦି କିରାଣୀ ମାନଙ୍କୁ ୬ ବର୍ଷ ରେ ବଦଳି କରାଯାଉଛି ,ସେହିଭଳି ସରକାରୀ ନିୟମ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ କ୍ଷେତ୍ର ରେ ଲାଗୁ ହେବା ଉଚିତ୍ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୁଏ ।ସରକାର ଶିକ୍ଷା ର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସରକାରୀ ସ୍କୁଲ ରେ ଛାତ୍ର/ଛାତ୍ରୀ ସଂଖ୍ୟା କମ ହୋଇ ସ୍କୁଲ ବନ୍ଦ ହେଉଛି । ଗୋଟିଏ ସ୍କୁଲ ରେ ଜଣେ ଶିକ୍ଷକ ବର୍ଷ ବର୍ଷ ଧରି ରହିବା ଦ୍ଵାରା ଛାତ୍ର /ଛାତ୍ରୀ ତାଙ୍କ ପାଠ ପଢ଼ାଇବା ଶୈଳୀ ରେ ଅତିଷ୍ଟ ହେଉଥିବା ପରିଲକ୍ଷିତ ହୁଏ ।


ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ବଦଳି ହେଲେ ଛାତ୍ର /ଛାତ୍ରୀ କିଛି ନୂତନ ପ୍ରଣାଳୀରେ ପାଠ୍ୟ ଶିକ୍ଷ୍ୟା କରି ପାରନ୍ତେ ବୋଲି ବୁଦ୍ଧିଯିବି ମାନେ ମତପୋଷଣ କରନ୍ତି । ଛାତ୍ର/ଛାତ୍ରୀ ଙ୍କ ମନରେ ପାଠପଢ଼ା ପ୍ରତି ଉତ୍ସାହ ମଧ୍ୟ ଦେଖାଦେଇପାରେ । ସରକାରୀ ସ୍କୁଲ ରେ ସମସ୍ତ ସୁବିଧା ସୁଯୋଗ ପାଉଥିବା ସତ୍ତ୍ୱେ ବେସରକାରୀ ସ୍କୁଲ କୁ ଛାତ୍ର/ଛାତ୍ରୀ ମାନେ ଅଜସ୍ର ଟଙ୍କା ଦେଇ ପାଠ ପଢିବା କୁ ଯାଉଥିବା ଦେଖିବାକୁ ମିଳୁଛି । ଏହା ପଛରେ କି କାରଣ ଅଛି ଦେଖିବାରୁ ଜଣାପଡ଼ିଲା , ବେସରକାରୀ ସ୍କୁଲ ରେ ଶିକ୍ଷକ/ଶିକ୍ଷୟତ୍ରୀ କମ୍ ଦରମା ପାଉଥିଲେ ମଧ୍ୟ ପାଠ ପଢ଼ାଇବାରେ ଅବହେଳା କରୁ ନ ଥିବା ପରିଲକ୍ଷିତ ହୁଏ । ଅବହେଳିତ ହେଲେ ସ୍କୁଲ ବଦନାମ ହେବ ଏବଂ ଛାତ୍ର/ଛାତ୍ରୀ ସଂଖ୍ୟା କମିଯିବା ଭୟ ମଧ୍ୟ ଅଛି । କିନ୍ତୁ ସରକାରୀ ସ୍କୁଲ ରେ ସରକାରଙ୍କ ଠାରୁ ଉଚିତ୍ ଦରମା ନେଇ ମଧ୍ୟ ଛାତ୍ର ସଂଖ୍ୟା କମି ସ୍କୁଲ ବନ୍ଦ ହେଉଛି କାହିକି ।

ସରକାରୀ ସ୍କୁଲ ରେ ଛାତ୍ର/ଛାତ୍ରୀ ସଂଖ୍ୟା କମିଲେ ବିଭାଗ ଆଖିଦୃଶିଆ ପଦକ୍ଷେପ ନେଲେ କିଛିଟା ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ହୁଏ । ଅନେକ ସରକାରୀ ଶିକ୍ଷକ ତାଙ୍କ ସନ୍ତାନ ମାନଙ୍କୁ ବେସରକାରୀ ସ୍କୁଲ ରେ ପାଠ ପଢ଼ାଉଛନ୍ତି । ସରକାରୀ ସ୍କୁଲ ର ଶିକ୍ଷା ବ୍ୟବସ୍ଥା ଉପରେ ବୋଧ ହୁଏ ବିଶ୍ୱାସ ନାହିଁ । ଏଣୁ ବେସରକାରୀ ସ୍କୁଲ ଉପରେ ନିର୍ଭର କରୁଥିବା ଜଣାପଡେ । ଏଣୁ ସରକାର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ କିରାଣୀ ମାନଙ୍କ ଭଳି ସରକାରୀ ନିୟମ ଅନୁଯାୟୀ ବଦଳି କରିଲେ ଶିକ୍ଷ୍ୟା ବ୍ୟବସ୍ଥାରେ ସୁଧାର ଆସିବ । ତେବେ ସରକାର କିରାଣୀ ମାନଙ୍କ ପ୍ରତି ବୈମାତୃକ ମନୋଭାବ ଦେଖାଇ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପରେ କୋହଳ ମନୋଭାବ ଦେଖାଉଥିବା ପ୍ରତୀତ ହୁଏ । ସମସ୍ତ ଙ୍କ ପାଇଁ ଗୋଟିଏ ନିୟମ ଲାଗୁ କଲେ ସମସ୍ତ ବିଭାଗ ସମାନ୍ତରାଳ ରେ ଚାଲିବ । ସରକାରଙ୍କ ପ୍ରତି ଭୟ ରହିବ । ସରକାରୀ ସ୍କୁଲ ର ପୂର୍ବ ଅବସ୍ଥା ଫେରି ଆସିବ । ନଚେତ୍ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ସ୍କୁଲ ବନ୍ଦ ହୋଇ ଶେଷରେ ସରକାର ବେସରକାରୀ ସଂସ୍ଥା ହାତରେ ଶିକ୍ଷ୍ୟା ବିଭାଗକୁ ଟେକି ଦେବା ଭଳି ଦିନ ଆସିବ ।
ଏଣୁ ବେଳ ଥାଉ ଥାଉ ବନ୍ଧ ବାନ୍ଧରେ …….।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031