Legatus

ବୋରିଗୁମ୍ମା: ମିଳୁନି ବାର୍ଦ୍ଧକ୍ୟ ଭତ୍ତା , ହିତାଧିକାରୀ ନିରାଶ

 Breaking News

ବୋରିଗୁମ୍ମା: ମିଳୁନି ବାର୍ଦ୍ଧକ୍ୟ ଭତ୍ତା , ହିତାଧିକାରୀ ନିରାଶ

September 10
20:37 2023

Old age pension still remains a dream for elderly people in Boriguma block

ବିଡିଓଙ୍କ ବଦନ୍ୟତା, ୫ ହିତାଧିକାରୀଙ୍କୁ ଗାଁ ରେ ଭତ୍ତା ଟଙ୍କା ପଠାଇବା ଲାଗି ଦେଲେ ପ୍ରତିଶୃତି

By Prakash Kumar Singh

Boriguma, Sept. 10: ବୋରିଗୁମ୍ମା ରାଜ୍ୟ ସରକାରଙ୍କ ତରଫରୁ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତା ଦଶ ମାସ ହେଲା ମିଳୁ ନଥିବାରୁ ପ୍ରବଳ ବର୍ଷା ସତ୍ୱେ August 31 ରେ ବାଧ୍ୟ ହୋଇ ଭୋର ସକାଳୁ ଘରୁ ପାଦ କାଢି ୨୫ କିମି. ପାହାଡ଼, ଜଙ୍ଗଲ ରାସ୍ତାଦେଇ ଚାଲି ଚାଲି ବୋରିଗୁମ୍ମା ବ୍ଲକ କାର୍ଯ୍ୟାଳୟକୁ ଅପରାହ୍ନ ୨ ଟା ସମୟରେ ପହଞ୍ଚି ଥିଲେ ବରିଷ୍ଠ ନାଗରିକ ହିତାଧିକାରୀ |

ମାସ ମାସ ଧରି ଭତ୍ତା ନପାଇ ନିରାଶ ହୋଇ ଅପରାନ୍ହ ୩. ୩0ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ |ଗଣମାଧ୍ୟମ ପ୍ରତିନିଧି ଖବର ନେବାରୁ ଜଣାପଡିଛି ଯେ ରଣସପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅଭିଯୋଗ ଜଣାଇ ଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନ ଥିବାରୁ ମଙ୍ଗଳବାର ପଞ୍ଚାୟତର କିଛି ଲୋକଙ୍କ ପ୍ରରଚନାରେ ପଡି ବୋରିଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏ ନେଇ ସିଧାସଳଖ ଅଭିଯୋଗ ଜଣାଇ ଏବଂ ଭତ୍ତା ଟଙ୍କା ପ୍ରଦାନ ପାଇଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ବ୍ୟବସ୍ଥା କରିବାକୁ ଅନୁରୋଧ କରିବାକୁ ଆସିଥିଲେ ବୋରିଗୁମ୍ମା ବ୍ଲକ ରଣସପୁର ପଞ୍ଚାୟତ ଡୁମୁରି ପଦର ଗ୍ରାମର ୫ ଜଣ ଉର୍ଦ୍ଧ ବୟସ୍କ ହିତାଧିକାରୀ |

ମାସ ମାସ ଧରି ଭତ୍ତା ନପାଇ ନିରାଶ ହୋଇ ଅପରାନ୍ହ ଘ.୩.୫0ମିନିଟ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ହିତାଧିକାରୀ | ବହୁ ଦୂରରୁ ଚାଲି ଚାଲି ୫ ହିତାଧିକାରୀ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିବା ଖବର ପାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣୟ ରଞ୍ଜନ ବେହେରା ପହଞ୍ଚି ହିତାଧିକାରୀମାନଙ୍କ ସହ ଆଲୋଚନା କରି ଯଥାଶୀଘ୍ର ଭତ୍ତା ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବାପରେ ହିତାଧିକାରୀ ମାନେ ରାତିରେ ଜଙ୍ଗଲ ମଧ୍ୟଦେଇ ଘରକୁ ଯାଇପାରିବେନି ଜାଣିପାରି ସେମାନଙ୍କ ପାଇଁ ରାତ୍ରି ରୋହଣି ର ବ୍ୟବସ୍ଥା କରିଦେଇଥିଲେ ଏବଂ ହିତାଧିକାରୀମାନେ ଆଜି ସକାଳୁ ନିଜ ଘରକୁ ଫେରିଥିବା ଜଣାପଡିଛି |

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31