Indus Valley Times

କୋରାପୁଟ ରାଜନୀତିରେ ପାଙ୍ଗି ପରିବାର,ପିଢିପରେ ପିଢିର ପରିବାରବାଦ ରାଜନୀତି

 Breaking News

କୋରାପୁଟ ରାଜନୀତିରେ ପାଙ୍ଗି ପରିବାର,ପିଢିପରେ ପିଢିର ପରିବାରବାଦ ରାଜନୀତି

କୋରାପୁଟ ରାଜନୀତିରେ ପାଙ୍ଗି ପରିବାର,ପିଢିପରେ ପିଢିର ପରିବାରବାଦ ରାଜନୀତି
January 27
21:53 2022

Pangi family tries to dominate Koraput politics generation after generation

By Suryanarayan Panda

Koraput, Jan. 17: କୋରାପୁଟ ଜିଲ୍ଲାରେ ସବୁବେଳେ ରାଜନୀତିକ ଚର୍ଚ୍ଚାରେ ରହି ଆସିଛନ୍ତି ପାଙ୍ଗି ପରିବାର । ୧୯୬୦ ଦଶକରୁ କେହି ନା କେହି ପ୍ରତ୍ୟେକ ନିର୍ବାଚନରେ ପରୋକ୍ଷ ଓ ପ୍ରତେକ୍ଷ ଭାବେ ଭାଗ ନେଇଛନ୍ତି ।୬୦ଦଶକରେ ଜୟରାମ ପାଙ୍ଗୀଙ୍କ ବାପା ନିର୍ବାଚନ ଲଢିଥିବା ବେଳେ ବିଗତ ଦିନରେ ଶିକ୍ଷକତା ଛାଡି ଜୟରାମ ପାଙ୍ଗି ରାଜନୀତିକୁ ଆସିଥିଲେ । ରାଜ୍ୟ ରାଜନୀତିରେ ବିଧାୟକ ଓ ମନ୍ତ୍ରୀ ଭାବେ ରହିଥିଲେ । ପରେ ସାଂସଦ ହୋଇ ଦିଲ୍ଲୀ ଦରବାରରେ ପହଞ୍ଚି ଯାଇଥିଲେ । ଜିଲ୍ଲା ପରିଷଦ ନିର୍ବାଚନରେ ପୁଅ ଅଶୋକ ପାଙ୍ଗୀ ଅଧ୍ୟକ୍ଷ ହୋଇଥିବା ବେଳେ ଅନ୍ୟ ଜଣେ ପୁଅ ଜଗତଜ୍ୟୋତି ପାଙ୍ଗି ଗତଥର ପଟ୍ଟାଙ୍ଗୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ହୋଇଥିଲେ । ଏବେ ପୁଣି ଜିଲ୍ଲା ପପରିଷଦ ପ୍ରାର୍ଥୀ ।

ଅନ୍ୟପଟେ ପାଙ୍ଗିଙ୍କ ଝିଅ ଅମ୍ବିକା ପାଙ୍ଗି ଗତ ଥର ନନ୍ଦପୁର ଜୋନରେ ଜିଲ୍ଲା ପରିଷଦ ପ୍ରାର୍ଥିନୀ ହୋଇଥିବା ବେଳେ ଏଥର କୋଟିଆ ପଞ୍ଚାୟତର ସମିତି ସଭ୍ୟା ଭାବେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ପାଙ୍ଗି ପରିବାର କେହି ନା କେହି ରାଜନୀତିରେ ରହି ଆସୁଥିବା ବେଳେ ଜିଲ୍ଲାରେ ଜୟରାମଙ୍କର ବେଶ ଦବଦବା ରହିଛି । ରାଜନୀତି ଗୋଟି ଚାଳନା କରି ସେ ପଞ୍ଚାୟତ ହେଉ କିମ୍ବା ବିଧାନ ସଭା,ଲୋକସଭା ସବୁଥିରେ ପରିବାର ବାଦ ଜାରି ରଖିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031