Indus Valley Times

ଜଣେ ଯନ୍ତ୍ରୀଙ୍କ ଅବହେଳା ପାଇଁ ସଇଁତଳାରେ ଗ୍ରାମ୍ୟ ଜଳ ଯୋଗାଣ ଠପ୍‌, ଲୋକେ ଅସୁବିଧାରେ

 Breaking News

ଜଣେ ଯନ୍ତ୍ରୀଙ୍କ ଅବହେଳା ପାଇଁ ସଇଁତଳାରେ ଗ୍ରାମ୍ୟ ଜଳ ଯୋଗାଣ ଠପ୍‌, ଲୋକେ ଅସୁବିଧାରେ

November 27
21:32 2023

People in Saintala suffer due to negligence by engineer

By Our Correspondent
ଭୁବନେଶ୍ୱର, ତା ୨୭/୧୧: ବଣ ପାହାଡ ଘେରା ସଇଁତଳା ବ୍ଲକ, ଜନଜାତି ଓ ଅନୁସୂଚିତ ଜନଜାତି ବହୁଳ ଏହି ବ୍ଲକ ର ବିଭିର୍ଣ୍ଣ ଗାଁରେ ଅନେକ ସମସ୍ୟା ରହିଛି ସେ ମଧ୍ୟରୁ ପାନୀୟ ଜଳ ସଙ୍କଟ ଗୁରୁତ୍ୱପୂର୍ଣ୍ଣ ।
ବ୍ଲକର ବିଭିର୍ଣ୍ଣ ଗାଁ ରେ ବସବାସ କରୁଥିବା ଲୋକଙ୍କ ସୁବିଧା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ସଂସ୍ଥା ପକ୍ଷରୁ ଅନେକ ପ୍ରକଳ୍ପ ନିର୍ମାଣ ଜାରି ରହିଛି ଓ କିଛି ଗାଁ ରେ ପ୍ରକଳ୍ପ ସମ୍ପୂର୍ଣ୍ଣ ତ ହୋଇଛି ହେଲେ ଗ୍ରାମବାସୀ ପାଣି ଟିକକ ପାଇବାରୁ ବଂଚିତ ହୋଇଛନ୍ତି ।
ସଇଁତଳା ବ୍ଲକ ର ତେଲ ନଦୀ କୂଳରେ କୋଟି କୋଟି ଟଙ୍କା ଖର୍ଚ୍ଚରେ ମେଗା ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି । ଏହି ପ୍ରକଳ୍ପ ମାଧ୍ୟମରେ ସଇଁତଳା ବ୍ଲକର ୧୮ ଟି ଗାଁ ଓ ଟିଟିଲାଗଡ ବ୍ଲକ ର ୭ ଟି ଗାଁ କୁ ଜଳ ଯୋଗାଣ ହେବା କଥା ହେଲେ ଦୀର୍ଘ ଦିନ ହେଲା ଏହି ପ୍ରକଳ୍ପର ରକ୍ଷଣାବେକ୍ଷଣ ହୋଇ ପାରୁନଥିବାରୁ ଅନେକ ଗାଁ କୁ ପାଣି ଆସୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ସଇଁତଳା ବ୍ଲକର ଘୁନସର, ଛାନ୍ଦୋତରା, ଟିଟିଲାଗଡ ବ୍ଲକର ଗୋଖରୁଙ୍ଗ ଓ ବିଜେପୁର , ଗଣ୍ଡପଦର ଭଳି ବିଭିର୍ଣ୍ଣ ଗାଁକୁ ପାଣି ଆସୁନଥିବା ଯୋଗୁଁ ସ୍ଥାନିୟ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେବା ସହିତ ଦୂଷିତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହେଉଛି ।
ଏହି ସମସ୍ତ ପ୍ରକଳ୍ପର ରକ୍ଷଣା ବେକ୍ଷଣ ପାଇଁ ସଇଁତଳା ବ୍ଲକରେ ଜଣେ ଜନ୍ତ୍ରୀ ନିଯୁକ୍ତି ପାଇଛନ୍ତି ହେଲେ ଯନ୍ତ୍ରୀ ଦୀର୍ଘ ଦିନ ହେଲା ନିଜ କାର୍ଯରେ ଯୋଗଦେଇ ନଥିବାରୁ ବ୍ଲକର ବିଭିର୍ଣ୍ଣ ଗାଁ କୁ ଜଳ ଯୋଗାଣ ଠିକ ଭାବରେ ହୋଇପାରୁ ନଥିବା ଅଭିଯୋଗ ହୋଇଛି । ସଇଁତଳା ବ୍ଲକ ର ବିଭିର୍ଣ୍ଣ ଗାଁ ରେ ଜଳ ଯୋଗାଣ ପାଇଁ ଅନେକ ପ୍ରକଳ୍ପ ଚାଲୁ ରହିଛି ହେଲେ ଜନ୍ତ୍ରୀ ଦୀର୍ଘ ଦିନ ହେଲା କାର୍ଯରେ ଯୋଗ ଦେଇନଥିବାରୁ ଅନେକ ପ୍ରକଳ୍ପ ରେ ସମସ୍‌ଯା ଦେଖା ଦେଲାଣି । ବର୍ତ୍ତମାନ କାମଚଳା ପାଇଁ ଟିଟିଲାଗଡ ବ୍ଲକ ର ଜନ୍ତ୍ରୀ ଅତିରିକ୍ତ ଦାଇତ୍ୱ ତୁଳାଉଛନ୍ତି ହେଲେ ମଧ୍ୟ ତାହା ଯଥେଷ୍ଟ ହେଉ ନଥିବାରୁ ସଇଁତଳା ବ୍ଲକ ରେ ସମସ୍ୟା ଦେଖାଦେଇଛି ।
ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ଯେ ଫୁଲବାଣୀ ଜିଲ୍ଲା ଦାରିଙ୍ଗବାଡିରୁ ଜଣେ ଜନ୍ତ୍ରୀ (ଜ୍ୟୋତିପ୍ରକାଶ ଦାସ ) ସଇଁତଳା ବ୍ଲକ କୁ ବଦଳୀ ହୋଇଛନ୍ତି ହେଲେ ଦୀର୍ଘ ୧୨ ବର୍ଷ ହେଲା ଦାରିଙ୍ଗବାଡି ରେ କାର୍ଯରତ ଥିଲେ ମଧ୍ୟ ସଇଁତଳା ରେ ଯୋଗ ଦେବାକୁ ମଙ୍ଗୁନଥିବା ଓ ବାରିଷ୍ଟ ଅଧିକାରୀଙ୍କୁ ଧରି ବଦଳି ପାଇଁ ଚେଷ୍ଟା କରୁଥିବା ସୂଚନା ମିଳିଛି ।
ଜଣେ ଯନ୍ତ୍ରୀ ର ସ୍ୱାର୍ଥ ପାଇଁ ବ୍ଲକର ଲକ୍ଷାଧିକ ଲୋକ ବର୍ତମାନ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ଉଚ୍ଚାଧିକାରୀମାନେ ନୀରବ ଦ୍ରଷ୍ଟା ସାଜିଛନ୍ତି । ଗତ ୦୨/୧୧/୨୩ ତାରିଖ ଟିଟିଲାଗଡ ବିଧେୟକ ଓ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଏକ ସମୀକ୍ଷ୍ୟ ବୈଠକ କରିଥିଲେ ଓ ଏହି ସମୟରେ ଜନ୍ତ୍ରୀ ଯୋଗ ଦେଇ ନଥିବାରୁ ଓ ଜଳ ଜୋଗଣ ରେ ସମସ୍ୟା ଦେଖା ଦେଇଥିବାରୁ ବିଭାଗୀୟ ଅଧିକାରୀଙ୍କୁ ଚେତାବନୀ ମଧ୍ୟ ଦେଇଥିଲେ ହେଲେ ବର୍ତମାନ ଶୁଦ୍ଧା ଏହି ସମସ୍ୟାର ସମାଧାନ ହୋଇ ପାରିନଥିବାରୁ ଅଞ୍ଚଳ ରେ ଜଣ ଅସନ୍ତୋଷ ଦେଖା ଦେଇଛି । ବର୍ତମାନ ଅପେକ୍ଷା ରହିଲା ସଇଁତଳା ଅଞ୍ଚଳର ଲୋକଙ୍କୁ କେବେ ନ୍ୟାୟ ମିଳିବ ସେଥି ଉପରେ ସମସ୍ତଙ୍କ ନଜର ରହିଛ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30