Indus Valley Times

୨୦୨୨ ରାଜ୍ୟସଭା ନିର୍ବାଚନ: ବିଜେପି ପାଇଁ ଏତେ ସହଜ ନୁହେଁ ବିଜୟ !

 Breaking News

୨୦୨୨ ରାଜ୍ୟସଭା ନିର୍ବାଚନ: ବିଜେପି ପାଇଁ ଏତେ ସହଜ ନୁହେଁ ବିଜୟ !

୨୦୨୨ ରାଜ୍ୟସଭା ନିର୍ବାଚନ: ବିଜେପି ପାଇଁ ଏତେ ସହଜ ନୁହେଁ ବିଜୟ !
May 31
16:29 2022

ସ୍ୱାଗତିକା ଭୂତିଆ
ଭୁବନେଶ୍ୱର,୩୧ ।୫: ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ରାମନାଥଙ୍କ ପରେ କିଏ ହେବ ପରବର୍ତି ରାଷ୍ଟ୍ରପତି ତାକୁ ନେଇ ରାଜନୈତିକ ମହଲରେ ଲାଗି ରହିଛି ଚର୍ଚ୍ଚା । ୨୨ଜୁଲାଇ ୨୦୨୨ରେ ସରିବ କୋବିନ୍ଦଙ୍କ କାର୍ଯ୍ୟକାଳ । କିନ୍ତୁ ଏବେଠାରୁ ବିଜେପି ଓ କଂଗ୍ରେସ ଦଳ ମଧ୍ୟରେ ଭିତିରିଆ ଅଙ୍କ କଷା ଆରମ୍ଭ ହୋଇଗଲାଣି । କାରଣ ଶାସକ ବିଜେପି ଓ ବିରୋଧି କଂଗ୍ରେସ ଦଳ ପାଖରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ପାଇଁ ଆବଶ୍ୟକୀୟ ସଂଖ୍ୟା ନାହିଁ । ତେଣୁ ଉଭୟ ଦଳକୁ ଆଂଚଳିକ ଦଳର ସହଯୋଗ ଲୋଡିବାକୁ ହେବ ।
ନିକଟରେ ୫ଟି ରାଜ୍ୟରେ ନିର୍ବାଚନ ହୋଇଥିଲା ବେଳେ ଭାରତୀୟ ଜନତା ପାର୍ଟି ୪ଟି ରାଜ୍ୟରେ ବିଜୟ ଲାଭ କରିଥିଲା । ହେଲେ ଉତରପ୍ରଦେଶ ଓ ଉତାରଖଣ୍ଡରେ ବିଧାୟକ ସଂଖ୍ୟା କମିଯାଇଛି । ଯାହା ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡା ହେବ ।
ଗତ ଉତରପ୍ରଦେଶ ନିର୍ବାଚନରେ ବିଜେପି ଓ ତାର ସମର୍ଥନ ଆପନା ଦଳ ୩୨୩ ବିଧାନ ସଭା ଆସନ ଜିତିଥିଲେ । ହେଲେ ନିକଟରେ ଶେଷ ହୋଇଥିବା ଏହି ରାଜ୍ୟ ନିର୍ବଚନରେ ଦଳ ୨୭୩ ଆସନକୁ ଖସିଥିଲା । ସେହିଭଳି ଉତରାଖଣ୍ଡରେ ବିଜେପିର ୫୬ଟି ଆସନରୁ ଖସି ୪୭ଟି ଆସନକୁ ପାଇପାରିଥିଲା । ତେଣୁ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ବିଜେପି ପାଇଁ ସହଜ ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି ।
କିଭଳି ହୋଇଥାଏ ରାଷ୍ଟ୍ରପତି ନିର୍ବାଚନ:
ଭାରତୀୟ ଗଣତନ୍ତ୍ରରେ ରାଷ୍ଟ୍ରପତି ନିର୍ବାଚନ ସିଧାସଳଖ ନିର୍ବାଚିତ ପ୍ରତିନିଧି ଯଥା ବିଧାୟକ ଓ ସାଂସଦଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି । ନିର୍ବଚନ ଲାଗି ସାଂସଦଙ୍କ ଭୋଟ ମୁଲ୍ୟ ୭୦୮ଥିଲା ବେଳେ ବିଧାୟକଙ୍କ ଭୋଟ ମୂଲ୍ୟ ନିଧ୍ୟାରିତ ହୋଇଥାଏ ରାଜ୍ୟର ମୋଟ ଲୋକ ସଂଖ୍ୟା ଏବଂ ବିଧାନସଭା ବିଧାୟକଙ୍କ ସଂଖ୍ୟା ଦ୍ୱାରା ।
ଦେଶରେ ସବୁଠାରୁ ଅଧିକ ବିଧାୟକ ଉତରପ୍ରଦେଶରୁ ରହିଛନ୍ତି । ତେଣୁ ଉତରପ୍ରଦେଶରେ ଗୌରିକ ଦଳ ପାଇଁ ବିଧାୟକ ସଂଖ୍ୟା ହ୍ରାସ ଏକ ବଡ଼ ସମସ୍ୟା ହୋଇ ଛିଡା ହୋଇଛି ।
ରାଷ୍ଟ୍ରପତି ନିର୍ବାଚନ ପାଇଁ ମୋଟ ନିର୍ବାଚନୀ ମଣ୍ଡଳ ସଂଖ୍ୟା ବର୍ତ୍ତମାନ ସମୟରେ ୧୦ଲକ୍ଷ ୯୩ହଜାର ୩୪୭ । ବର୍ତ୍ତମାନ ଏନ୍‌ଡିଏ ପାଖରେ ମୋଟ ଭୋଟର ୪୮.୮ ପ୍ରତିଶତ ଭୋଟ ମୂଲ୍ୟ ରହିଛି । ହେଲେ ନିର୍ବାଚନ ଜିତିବାକୁ ହେଲେ ୫୦ପ୍ରତିଶତ ଭୋଟ ମୂଲ୍ୟର ଆବଶ୍ୟକ ରହିଛି ।
ନିର୍ବାଚନ ଜିତିବାକୁ କିଏ ବିଜେପିକୁ ସାହାଯ୍ୟ କରିବ?
ରାଷ୍ଟ୍ରପତି ନିର୍ବାଚନ ଜିତିବାଲାଗି ଆଂଚଳିକ ଦଳର ଭୋଟ ମୂଲ୍ୟ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି । ଆଂଚଳିକ ଦଳ ଯଥା ଟିଏମ୍‌ସି, ଆପ୍‌, ଟିଆର୍‌ଏସ୍ ,ତେଲେଙ୍ଗାନା ରାଷ୍ଟ୍ରୟ ସମିତି, ୱାଇଏସ୍‌ଆର୍ କଂଗ୍ରେସ ଏବଂ ବିଜୁ ଜନତା ଦଳ ।
ଟିଏମ୍‌ସି ପାଖରେ ୩.୦୫ପ୍ରତିଶତ ଭୋଟ ମୂଲ୍ୟ ରହିଛି, ଆପ୍ ପାଖରେ ରହିଛି ୧ପ୍ରତିଶତ ଭୋଟ ମୂଲ୍ୟ, ୱାଇଏସ୍‌ଆର୍ କଂଗ୍ରେସ ୪ପ୍ରତିଶତ, ତେଲେଙ୍ଗାନା ରାଷ୍ଟ୍ରୟ ସମିତି ପାଖରେ ୨.୨ ପ୍ରତିଶତ ଏବଂ ବିଜୁ ଜନତା ଦଳ ପାଖରେ ରହିଛି ପାଖାପାଖି ୩ ପ୍ରତିଶତ ଭୋଟ ମୂଲ୍ୟ ।
ଏମାନଙ୍କ ମଧ୍ୟରୁ ଆପ୍‌, ଟିଏମ୍‌ସି ଓ ଟିଆର୍‌ଏସ୍ ଭାରତୀୟ ଜନତା ପାର୍ଟିକୁ ସହଯୋଗ କରିବାର ସମ୍ଭାବନା କ୍ଷୀଣ । ଆଦର୍ଶଗତ ଭିନ୍ନତା କାରଣରୁ ଏଭଳି ସମ୍ଭାବନା ଦେଖାଦେଇପାରେ ।
ସେହିଭଳି ବିଜେପିର ଶେଷ ବିକଳ୍ପ ରହିପାରେ ଜଗନ ମୋହନ ରେଡ୍ଡିଙ୍କ ସରକାର ଏବଂ ନବୀନ ସରକାରଙ୍କ ଠାରୁ ସହଯୋଗ ଲୋଡିବାର ସମ୍ଭାବନା ବେଶି ରହିଛି ।
ନିଟରେ ନାଗରିକତ୍ୱ ସଂଶୋଧନ ବିଲ ଏବଂ ଧାରା ୩୭୦କୁ ପାଶ୍ କରିବାରେ ୱାଇଏସ୍‌ଆର୍‌ସିପି ଏବଂ ବିଜେଡିର ସହଯୋଗ ବିଜେପି ସହ ରହିଥିଲା ଏହି କାରଣରୁ ଏବେ ଚର୍ଚ୍ଚା ହେଉଛି ଯେ ରାଷ୍ଟ୍ରପତି ନିର୍ବାଚନରେ ଏହି ଦୁଇ ଦଳର ସହଯୋଗ ଏନ୍‌ଡିଏ ସରକାର ସହିତ ରହିବେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031