Indus Valley Times

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ

 Breaking News

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ
August 21
20:23 2021

Railway minister Ashwini Vaishnav promises all-round development of Odisha

ନବରଙ୍ଗପୁର,21/8: ପୂର୍ବୋଦୟ ର ବିକାଶ ରେ ବିକାଶ ହିଁ ଦେଶର ସାମଗ୍ରିକ ବିକାଶ । ପୂର୍ବ ଭାରତ ବିଶେଷତଃ ଓଡିଶା ରେ ରେଳ , ଜଳ , ଯୋଗାଯୋଗ କ୍ଷେତ୍ର ରେ ଉତ୍କର୍ଷ ସାଧିତ ହେବ ପ୍ରଧାନମନ୍ତ୍ରୀ ମୋଦୀ ଜୀ ଙ୍କ ଏହି ସଂକଲ୍ପ  କୁ ସାକାର କରିବା ଆମ ସମସ୍ତଙ୍କର ଲକ୍ଷ୍ୟ ଓ ପ୍ରୟାସ  ବୋଲି କେନ୍ଦ୍ର ରେଳବାଇ ଓ ଆଇ ଟି ମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଷ୍ଣବ ପ୍ରକାଶ କରିଛନ୍ତି। ଜନ ଆଶୀର୍ବାଦ କାର୍ଯ୍ୟକ୍ରମ ରେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଷ୍ଣବ ନବରଙ୍ଗପୁର ଜିଲ୍ଲାକୁ ଗସ୍ତ କରି ଜନ ଆଶୀର୍ବାଦ ଗ୍ରହଣ କରିଛନ୍ତି ।  ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ନବରଙ୍ଗପୁର ର ଇନ୍ଦ୍ରାବତୀ ନଦୀ ନିକଟ ରେ ପହଞ୍ଚିବା ପରେ ଜିଲ୍ଲା ବିଜେପି ପକ୍ଷରୁ ଭବ୍ୟ ସ୍ଵାଗତ କରାଯାଇଥିଲା ।

ସେଠାରେ ମନ୍ତ୍ରୀ ପୋଡା ମକା ବିକ୍ରି କରୁଥିବା ମହିଳା ମାନଙ୍କ ସହ ଆଲୋଚନା କରିବା ସହ ପୋଡା ମକା ଖାଇଥିଲେ । ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଥିବା ପରିପ୍ରେକ୍ଷୀ ରେ ସେ ସହର ମଧ୍ୟରେ ଥିବା ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ । ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାର ଘରଣୀ ଙ୍କ ମନ୍ଦିର କୁ ଯାଇ ଦର୍ଶନ କରିଥିଲେ। ରାସ୍ତାରେ ରୋଡ ସୋ କରାଯାଇଥିବା ବେଳେ ଲୋକ ଙ୍କ ଠାରୁ ମନ୍ତ୍ରୀ ଆଶୀର୍ବାଦ ଗ୍ରହଣ କରିଥିଲେ । ଏହି ଅବସର ରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସଂଘଠନ ପକ୍ଷରୁ ମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା |

ଏହି ପରିପେକ୍ଷୀରେ ନୂତନ କର୍ମୀ ଙ୍କ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ସେଠାରୁ ମନ୍ତ୍ରୀ ସ୍ଥାନୀୟ ସର୍କିଟ ହାଉସ ଯାଇଥିଲେ ସେଠାରେ ନବରଙ୍ଗପୁର ଜିଲ୍ଲାପାଳ ଏବଂ ଏସପି ମନ୍ତ୍ରୀ ଙ୍କୁ ସ୍ୱାଗତ କରିଥିଲେ ସେଠାରେ ମନ୍ତ୍ରୀ ଜିଲ୍ଲାପାଳ ଓ ଏସପି ଙ୍କ ସହ ଆଲୋଚନା କରି ରେଳ ସଂଯୋଗ ପାଇଁ ଜମି ଅଧିଗ୍ରହଣ ବିଷୟରେ ପଚାରି ବୁଝିଥିଲେ,ରେଳ ଲାଇନ ପାଇଁ ସରକାର କିପରି ଜମି ଜଗାଇଦେବେ ସେଥିପାଇଁ ରାଜ୍ୟ ସରକାର ଙ୍କ ସହ ଆଲୋଚନା ଜାରିରହିଛି ଏବଂ 70ବର୍ଷ ପରେ ଯେତେବେଳେ ଏତେବଡ ପଦକ୍ଷେପ ନିଆଯାଇଛି ବିଳମ୍ବ ହେଲେ ବି ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ୱିତ କରାଯିବ ସେ ଦିଗରେ ପ୍ରୟାସ କରାଯାଉଥିବା ପ୍ରେସ ବିବୃତି ରେ ମନ୍ତ୍ରୀ ମତ ଦେଇଥିଲେ |ପରେ ମନ୍ତ୍ରୀ ପାପଡାହାଣ୍ଡି କୁ ଯାଇ ସେଠାରେ ଥିବା ଶହିଦ ସ୍ମୃତି ସ୍ତମ୍ଭ ରେ ଶ୍ରଦ୍ଧା ସୁମନ ଅର୍ପଣ କରି ଶହୀଦ ମାନଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ ମଇଦଲପୁର ଗ୍ରାମର ହାଟପଦା ଠାରେ ମନ୍ତ୍ରୀ ପହଞ୍ଚି ମହିଳା ମାନଙ୍କୁ ଉଜ୍ଜ୍ୟାଳା ଗ୍ୟାସ୍ ବଣ୍ଟନ କରିଥିଲେ ।
ଏହି କାର୍ଯ୍ୟ କ୍ରମ ରେ ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଶୋୟୀ, ରାଜ୍ୟ ବିଜେପି ଉପ ସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀ , ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଓ ଗୌରୀ ମାଝୀ ଏବଂ ପୂର୍ବତନ ସାଂସଦ ପର୍ଶୁ ମାଝୀ, କାନୁ ଦାସ, ମୃତୁଞ୍ଜୟ ଦାସ,ଜୟନ୍ତ ପାତ୍ର ଙ୍କ ସମେତ ରାଜ୍ୟ ବିଜେପି ର ନେତୃ ମଣ୍ଡଳୀ ଗୋଲକ ମହାପାତ୍ର, ଭୃଗୁ ବକ୍ସିପତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031