Indus Valley Times

ବଲାଙ୍ଗୀର: ସଦାଇପାଲି ଗ୍ରାମରେ ଆବର୍ଜନା ପୂର୍ଣ୍ଣ ଡ୍ରେନ, ସଙ୍କଟରେ ଗ୍ରାମବାସୀ

 Breaking News

ବଲାଙ୍ଗୀର: ସଦାଇପାଲି ଗ୍ରାମରେ ଆବର୍ଜନା ପୂର୍ଣ୍ଣ ଡ୍ରେନ, ସଙ୍କଟରେ ଗ୍ରାମବାସୀ

July 14
08:34 2021

Sadaipalli residents in Balangir lives in stinks and filth sans sanitation drive by local civic body
ମହେନ୍ଦ୍ର କୁମାର ଦର୍ଜୀଙ୍କ ରିପୋର୍ଟ
ବଲାଙ୍ଗୀର, ୧୪/ ୭: ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ସଦାଇପାଲି ଗ୍ରାମରେ ଡ୍ରେନ ଆବର୍ଜନା ପୂର୍ଣ୍ଣ ହୋଇ ପୋତି ହୋଇଯାଇଥିବା ରୁ ୮ନମ୍ବର ୱାର୍ଡ ବାସି ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି। ଦୀର୍ଘ ବର୍ଷ ହେବ ଡ୍ରେନ ରୁ ଆବର୍ଜନା ସଫା କରିବା ପାଇଁ ସଦାଇପାଳି ପଞ୍ଚାୟତ ର ସରପଞ୍ଚ ଲିନା ଭୋଇ ଙ୍କୁ ଅନେକ ଥର ୱାର୍ଡ ବାସି ଅଭିଯୋଗ କରିଥିଲେ ମଧ୍ୟ ଡ୍ରେନ ସଫା ହୋଇ ପାରିନାହିଁ ।
କରୋନା ମହାମାରୀ ସାରା ବିଶ୍ୱରେ ମୃତ୍ୟୁ ର ତାଣ୍ଡବ ଖେଲାଇଥିବା ବେଳେ ସରକାର ଜନସାଧାରଣ ଙ୍କୁ ସ୍ୱଚ୍ଛ ପରିବେଶ ରେ ରହିବା ପାଇଁ ସଚେତନ କରୁଛନ୍ତି । କିନ୍ତୁ ସଦାଇପାଳୀ ଗ୍ରାମରେ ଏହାର ଓଲଟା ଦେଖିବାକୁ ମିଳୁଛି । ସରପଞ୍ଚ ଙ୍କ ଘର ସମ୍ମୁଖ ରେ ଅବ୍ୟବସ୍ଥା ରେ ଡ୍ରେନ ଥିବା ବେଳେ କେଉ କାରଣ ରୁ ସଫା କରାଯାଇନାହିଁ ବୁଝିବା କଷ୍ଟକର । ଏହା ରାଜନୀତିକ ଅଭିସନ୍ଧି ନୁହେଁ ତ ବୋଲିଁ ଚର୍ଚ୍ଚା ହୁଏ । ଅସରାଏ ବର୍ଷା ରେ ଆବର୍ଜନା ଡ୍ରେନ ପାଣି ଘର ଭିତରକୁ ପ୍ରବେଶ କରୁଥିବା ୱାର୍ଡ ବାସି ଅଭିଯୋଗ କରିଛନ୍ତି ।
ଅନୁସନ୍ଧାନ ରୁ ଜଣାପଡେ ଯାହାକୁ ଡ୍ରେନ ବୋଲି କୁହାଯାଉଛି ପ୍ରକୃତ ରେ ଏହା ଡ୍ରେନ ନୁହେଁ । ସଦାଇ ପାଲି ଚାଷୀ ମାନଙ୍କ ଜୀବନରେଖା ବୋଲି ଗ୍ରାମବାସୀ କୁହନ୍ତି । ଏହା ଏକ ପାଣି ନାଳ ଅଟେ । ଏହି ପାଣି ନାଳ ନିକଟସ୍ଥ ରାମ ସାଗର କଣ୍ଟାରୁ ବାହାରି ସଦାଇ ପାଲି ଗ୍ରାମର ୮ ନମ୍ବର ୱାର୍ଡ ଦେଇ ଗ୍ରାମର ପଛପଟେ ଥିବା ରାଣୀ ବନ୍ଧ ଏବଂ ଚାଷ ଜମି କୁ ପାଣି ଯାଏ । ଚାଷୀ ମାନେ ଏହି ପାଣି କୁ ନିଜ ଚାଷ କାର୍ଯ୍ୟ ରେ ଲଗାଇ ଚାଷ କରିଥାନ୍ତି । ସଦାଈ ପାଲି ଗ୍ରାମକୁ ୨/୩ ଦିନରେ ଥରେ ପାଇପ ଜଳ ଯୋଗାଣ ହେଉଥିବାରୁ ରାଣୀ ବନ୍ଧ ଜଳ ଉପରେ ନିର୍ଭର କରୁଥିବା ପ୍ରକାଶ କରିଥିଲେ ।
ପାଣି ନାଳ ଆବର୍ଜନା ହୋଇଥିବାରୁ ଏହି ପାଣି ବନ୍ଧ କୁ ପ୍ରବେଶ କରୁଛି । ଏଣୁ ବ୍ୟବହାର ଉପଯୋଗୀ ନୁହେଁ । ପାଣି ନାଳ ଆବର୍ଜନା ମୁକ୍ତ ହେଲେ ଅଞ୍ଚଳର ଚାଷୀ ମାନଙ୍କ ଜୀବନରେଖା ହେବ ବୋଲି ଚାଷୀ ମାନେ ମତବ୍ୟକ୍ତ କରିଥିଲେ । ବର୍ଷା ନ ହେଲେ ମଧ୍ୟ ପାଣି ନାଳ ଯୋଗୁ ତଳି ଅଞ୍ଚଳରେ ଚାଷ ହେଉଥିବା ତଥା ପାଣି ନାଳ ବନ୍ଦ ହେଲେ ଚାଷୀ ର ଚାଷ ଉଜୁଡ଼ି ଯିବ ବୋଲି ଗ୍ରାମବାସୀ ଏବଂ ଚାଷୀ ମାନେ ଅଭିଯୋଗ କରିଛନ୍ତି । ଗ୍ରାମର ଜଗଦୀଶ ନାଏକ, ସୁଧାକର ନାଏକ, ଦୟ ସାଗର ନାଏକ, ହେମ ସାଗର ନାଏକ, ଅର୍ଜୁନ ନାଏକ, ଭୀମସେନ ନାଏକ ଏବଂ ହରେକୃଷ୍ଣ ସାହୁ ଙ୍କ ଘରକୁ ଅସରାଏ ବର୍ଷା ହେଲେ ଆବର୍ଜନା ପାଣି ପଶୁଥିବା ବିଷୟରେ ସରପଞ୍ଚ ଏବଂ ବି ଡି ଓ ଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ ନାଳ ସଫା ହୋଇନାହିଁ । ସରପଞ୍ଚ କୌଣସି କଥା ଶୁଣୁ ନ ଥିବାରୁ ଆଗାମୀ ଦିନରେ ସରପଞ୍ଚ, ନାଏବ ସରପଞ୍ଚ ଏବଂ ପି ଇ ଓ ଙ୍କ କାରନାମା ର ରହସ୍ୟ ଗ୍ରାମବାସୀ ଙ୍କ ବୟାନ ଅନୁସାରେ ଆଗାମୀ ଦିନରେ ପ୍ରକାଶ ପାଇବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031