Indus Valley Times

ନୟାଗଡ଼ ଜିଲ୍ଲାପରିଷଦ ୧୩ ବିଜେପି ପାଇଁ ଘାତକ ହୋଇପାରନ୍ତି ଶିବଶଙ୍କର

 Breaking News

ନୟାଗଡ଼ ଜିଲ୍ଲାପରିଷଦ ୧୩ ବିଜେପି ପାଇଁ ଘାତକ ହୋଇପାରନ୍ତି ଶିବଶଙ୍କର

January 22
20:17 2022

Sibashankar play spoilsport for BJP candidate in ZP Zone- 13

By Kishore Mohapatra

Nayagarh, Jan. 22: ନୟାଗଡ଼ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶିବଶଙ୍କର ମହାନ୍ତି ଆଜି ନାରୀନେତ୍ରୀ ଇରାନୀ ରାୟ ତଥା ଜିଲ୍ଲା ସଭାପତି ଲାଲା ମନୋଜ ରାୟଙ୍କୁ ଚକମା ଦେଇ ୧୩ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶିବଶଙ୍କର ଦୀର୍ଘଦିନ ଧରି ଜିଲ୍ଲା ବିଜେପି ସଂଗଠନ ସହ ଜଡିତ ଥିବା ସହ ଏସ୍.ଆର.କେ ସମାଜସେବୀ ସଂଗଠନ ମାଧ୍ୟମରେ ୧୩ ନଂ ଜୋନର ବିଭିନ୍ନ ପଞ୍ଚାୟତରେ ନିଜର ଲୋକପ୍ରିୟତା ବଜାୟ ରଖିଛନ୍ତି।

ବିଗତ ୨୦୧୯ ସାଧାରଣ ନିର୍ବାଚନରେ ଏହି ଜୋନରେ ଶିବଶଙ୍କରଙ୍କ ନେତୃତ୍ୱରେ ଦଳ  ଭଲ ପ୍ରଦର୍ଶନ କରିଥିଲା ।  ଶିବଶଙ୍କର ଏହି ୧୩ ନଂ ଜୋନ ନିମନ୍ତେ ଆଶାୟୀ ପ୍ରାର୍ଥୀ ଥିବାସ୍ଥଳେ ଦଳ ତାଙ୍କୁ ଅଣଦେଖା କରିବା ସହ  ବିଜେଡି ଦଳ ତ୍ୟାଗ ଆସିଥିବା ନସିର ମହମ୍ମଦଙ୍କୁ  ଦଳ ପ୍ରାର୍ଥୀ ଘୋଷଣା କରିଛି।ଏଥିରେ କ୍ଷୁବ୍ଧ ହୋଇ ଶିବଶଙ୍କର ସ୍ୱାଧୀନ ପ୍ରାର୍ଥୀଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ଯାହା ଫଳରେ ଏହି ଜୋନରେ ଶିବ ଶଙ୍କର ବିଜେପି ପାଇଁ  ଘାତକ ସାଜି ପାରନ୍ତି ବୋଲି ସାଧାରଣରେ ଆଲୋଚନା ହେଉଅଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031