ବଲାଙ୍ଗୀର : ଶିକ୍ଷା ବ୍ୟବସାୟୀକରଣ କେତେ ପ୍ରଯୁଜ୍ୟ ?
The adverse impact of privatisation of education
By Mahendra Darjee
ବଲାଙ୍ଗୀର: ସରକାର ଙ୍କ ମାଳ ମାଳ ଯୋଜନା ଫେଲ ମାରୁଛି। ଶିକ୍ଷା ସମାଜ ତଥା ଦେଶର ମେରୁଦଣ୍ଡ। ଓଡ଼ିଶାରେ ପ୍ରଣୟନ ଶିକ୍ଷା ନୀତି ଛାତ୍ରଛାତ୍ରୀଙ୍କ ପାଇଁ କେତେ ପ୍ରଯୁଜ୍ୟ। ଶିକ୍ଷା ର ବିକାଶ ପାଇଁ ସରକାରୀ ସ୍ଥରରେ ଅଧିକ ରୁ ଅଧିକ ସ୍କୁଲ କଲେଜ୍ ଖୋଲି ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱଳ୍ପ ଖର୍ଚ୍ଚରେ ଶିକ୍ଷାଦାନ କଲେ ଅନେକ ମେଧାବୀ ଛାତ୍ରଛାତ୍ରୀ ସରକାରୀ ଲାଭ ଉଠାଇ ପାରାନ୍ତେ।ଏହା ପରିବର୍ତ୍ତେ ସରକାର ଅସ୍ତ୍ର ତ୍ୟାଗ ପୂର୍ବକ ଘରୋଇ ସଂସ୍ଥା ମାନଙ୍କୁ ସ୍କୁଲ କଲେଜ ଖୋଲିବା ପାଇଁ ଅନୁମତି ଦେଇ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ଖର୍ଚ୍ଚାନ୍ତ କରୁଥିବା ପରିଲକ୍ଷିତ ହୁଏ।
ଛାତ୍ର ଛାତ୍ରୀଙ୍କ ଅଭିଭାବକମାନେ ଅନେକ ସମୟରେ ଶିକ୍ଷା ର ଖର୍ଚ୍ଚ ବହନ କରି ନ ପାରି ମାନସିକ ଭାରାକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି।ଶିକ୍ଷାରେ ବ୍ୟବସାୟୀ କରଣ ହେଲା ପରେ ସରକାର ଏବଂ ଘରୋଇ ଶିକ୍ଷା ଦାନ କେନ୍ଦ୍ର ଗୁଡ଼ିକ ମାଲେ ମାଲ ହେଉଥିବା ,ବିକଶିତ ଶିକ୍ଷା ର ବିନାଶ କରାଯାଉଥିବା ପରିଲକ୍ଷିତ ହୁଏ।
ଜାତୀୟ ଶିକ୍ଷା ନୀତି ଅନୁସାରେ ଉଚ୍ଚ ଶିକ୍ଷ୍ୟା କ୍ଷେତ୍ରରେ ହେଉ ବା ତଲ ସ୍ତରରୁ ଶିକ୍ଷା ର ମୂଳଦୁଆ କୁ ସୁଦୃଢ କରିବା ନିମନ୍ତେ ହେଉ,’ ରାଜ୍ୟରେ ବିଭିନ୍ନ ସରକାର ଅମଳରେ ଶିକ୍ଷା ବିଭାଗର ବାରମ୍ବାର ଶିକ୍ଷା ନୀତି ବଦଳ ଯୋଗୁ ଶିକ୍ଷ୍ୟା କ୍ରମଶଃ ରାଜନୀତି କରଣ ଜରିଆରେ ବ୍ୟାପାରରେ ପରିଣତ ହେଲାଣି।୨୦୧୭ ମସିହାରେ ଯୁକ୍ତ ଦୁଇ କଲେଜ୍ ଗୁଡ଼ିକ ଯୁକ୍ତ ତିନି କଲେଜ୍ ସହ ଯୋଡ଼ି ହୋଇଥିଲା।କିନ୍ତୁ ଏବେ ସେହି ଯୁକ୍ତ ଦୁଇ କଲେଜ୍ ଗୁଡ଼ିକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ କୁ ଅଣାଯାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କରାଗଲା।ଏହା ସହିତ ଡିଷ୍ଟାଂଶ କୋର୍ସ ର ବିଭିନ୍ନ ଆଳରେ ଅପେକ୍ଷାକୃତ ଦୁର୍ବଳ ଭିତ୍ତି ଭୂମି ଓ ନିମ୍ନ ମାନର ଶିକ୍ଷା ସହ ଢିଲା ସୁରକ୍ଷା ବ୍ୟବସ୍ଥା ଇତ୍ୟାଦି ରହିଥିବା ସ୍କୁଲ ବା କଲେଜ୍ ଗୁଡିକରେ ପରୀକ୍ଷା କେନ୍ଦ୍ର ଫିକ୍ସିଂ କରାଯାଇ ତହିରୁ ଯେଉଁ ସବୁ ପିଲା ବାହାରିଲେ ସେମାନଙ୍କୁ ଯୁକ୍ତ ତିନ କଲେଜ୍ ରେ ଏଡମିସନ୍ ମିଳିଲା।ଆହୁରି ମଧ୍ୟ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ସହିତ ଆନ୍ଧ୍ର,ମଧ୍ୟ ପ୍ରଦେଶ,ଛତିଶ ଗଡ଼,ଆସାମ ଇତ୍ୟାଦି ବାହାର ରାଜ୍ୟର ବୋର୍ଡ ନା ରେ ଜାଲ ସାର୍ଟିଫିକେଟ ରେ ମଧ୍ୟ ଯୁକ୍ତ ତିନ କଲେଜ୍ ମାନଙ୍କରେ ଏଡମିସନ ଦିଆଯିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଟି ସୁପାରିସ କରୁଛି।
ଓଡ଼ିଶାରେ ଥିବା ଉଚ୍ଚ ଶିକ୍ଷା ବିଭାଗର ଷ୍ଟୁଡେଣ୍ଟ୍ ଏକାଡେମୀକ୍ ସିଷ୍ଟମ ମେନେଜମେଣ୍ଟ କମିଟି ସହାୟକ ହେଲା।ଏଣୁ ଏଭଳି ଜାଲ ସାର୍ଟିଫିକେଟ ର ଯୁକ୍ତ ଦୁଇ ପିଲାଙ୍କୁ ଏଡମିଶନ ଦେବାରେ ଯୁକ୍ତ ତିନ କତୃପକ୍ଷଙ୍କ ର କୌଣସି ଉତ୍ତର ଦାୟିତ୍ବ ରହିଲା ନାହିଁ।ଏଣୁ ୨୦ ରୁ ୬୦ ହଜାର ଟଙ୍କାରେ ଜାଲ ସାର୍ଟିଫିକେଟ ବିକ୍ରି ହେଲା ବା ଉପରୋକ୍ତ ଘରୋଇ ଯୁକ୍ତ ଦୁଇ କଲେଜ୍ ଗୁଡ଼ିକ ଏଭଳି ପିଲାଙ୍କୁ ସୃଷ୍ଟି କରି ଚାଲିଲେ।ଶିକ୍ଷାର ଏଭଳି ବ୍ୟବସାୟୀ କରଣ କିଭଳି ଭାବରେ ଦେଶର ଭବିଷ୍ୟତ କୁ ନଷ୍ଟ କରୁଛି ଏହାହିଁ ତାର ପ୍ରକୁଷ୍ଟ ଉଦାହରଣ।