Indus Valley Times

ନିଜର ଅନନ୍ୟ ସ୍ୱଭାବ ପାଇଁ କିଶୋର ଦା’ ଚିର ଅମର ହୋଇ ରହିବେ : ଧର୍ମେନ୍ଦ୍ର ପ୍ରଧାନ

 Breaking News

ନିଜର ଅନନ୍ୟ ସ୍ୱଭାବ ପାଇଁ କିଶୋର ଦା’ ଚିର ଅମର ହୋଇ ରହିବେ : ଧର୍ମେନ୍ଦ୍ର ପ୍ରଧାନ

December 30
22:52 2024

ବିଶିଷ୍ଟ ରାଜନେତା ସ୍ୱର୍ଗତ କିଶୋର ମହାନ୍ତିଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ସଭାରେ କେନ୍ଦ୍ରମନ୍ତ୍ରୀ

•             ଗରିବ, ଅସହାୟ ଓ ସାଧାରଣ ଲୋକଙ୍କୁ ସାମାଜିକ ଜୀବନରେ ଭେଟିବାର ପ୍ରେରଣା ମୁଁ କିଶୋର ଦା’ଙ୍କ ଠାରୁ ପାଇଛି

•             କିଶୋର ଦା’ଙ୍କ ନୀତି ଆଦର୍ଶ ଆମ ପରି ଜନପ୍ରତିନିଧିଙ୍କ ପାଇଁ ପ୍ରେରଣାର ଉତ୍ସ

•             ତାଙ୍କର ସ୍ମୃତି ରକ୍ଷା ପାଇଁ ‘କିଶୋର ମହାନ୍ତି ଫାଉଣ୍ଡେସନ’ ଗଠନ ହେବା ପ୍ରଶଂସନୀୟ ପଦକ୍ଷେପ

By Sanjay Kumar Panigrahi

ଝାରସୁଗୁଡ଼ା, ଡିସେମ୍ବର ୩୦ – କିଶୋର ଦା’ ବହୁତ ଭଲ ମଣିଷ ଥିଲେ । ହସି ହସି ସମସ୍ତଙ୍କ ସହ କଥା ହେଉଥିଲେ । ତାଙ୍କର ରାଗ ସ୍ୱଭାବ ନଥିଲା । ରାଜନୀତିରେ ଆସିବା ପୂର୍ବରୁ ମଧ୍ୟ ଲୋକଙ୍କ ସେବା କରିବା ପାଇଁ ସେ ଆଗଭର ରହୁଥିଲେ । ଏହି ଅନନ୍ୟ ସ୍ୱଭାବ ପାଇଁ କିଶୋର ଦା’ ଓଡ଼ିଶା ବିଶେଷ ଭାବରେ ଝାରସୁଗୁଡାର ଜନସାଧାରଣଙ୍କ ହୃଦୟରେ ଚିର ଅମର ହୋଇ ରହିବେ ବୋଲି ସୋମବାର ଝାରସୁଗୁଡ଼ା ଠାରେ ଓଡ଼ିଶାର ପୂର୍ବତନ ବାଚସ୍ପତି, ରାଜ୍ୟସଭା ସାଂସଦ, ବିଧାୟକ ସ୍ୱର୍ଗତ କିଶୋର ମହାନ୍ତିଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସ୍ୱର୍ଗତ ମହାନ୍ତିଙ୍କ ଫଟୋମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ କିଶୋର ଦା’ ଓ ମୁଁ ଉଭୟ ପ୍ରତ୍ୟକ୍ଷ ରାଜନୀତିରେ ଆସିବା ପୂର୍ବରୁ ଏବଂ ଆସିବା ପରେ ଅନେକ ଥର ସମୟ ବିତାଇଛୁ । ସେ ବହୁତ ସାଧାରଣ ମଣିଷ ଥିଲେ । ମୋତେ ବହୁତ ସ୍ନେହ ଆଦର କରୁଥିଲେ । ଆମ ଭିତରେ ରାଜନୈତିକ ବାଦ ବିବାଦ କେବେ ବି ନଥିଲା । ୨୦୦୦ ମସିହାରେ କିଶୋର ଭାଇ ଓ ମୁଁ ଏକାସାଙ୍ଗରେ ବିଧାନସଭାକୁ ନିର୍ବାଚିତ ହୋଇଥିଲୁ । ୨୦୦୪ରେ ଦେବଗଡ଼ ଲୋକସଭା କ୍ଷେତ୍ରର ମୁଁ ସାଂସଦ ଥିବା ବେଳେ ସେ ଝାରସୁଗୁଡ଼ାର ବିଧାୟକ ଥିଲେ । ପ୍ରତିକୂଳ ପରିସ୍ଥିତିରେ ଆମେ ଉଭୟ ନିର୍ବାଚନ ଲଢିଛୁ । ତାଙ୍କର ନୀତି ଆଦର୍ଶ ଆମ ପରି ଜନପ୍ରତିନିଧିଙ୍କ ପାଇଁ ପ୍ରେରଣାର ଉତ୍ସ । ଗରିବ ଓ ଅସହାୟ ଲୋକଙ୍କୁ ସାମାଜିକ ଜୀବନରେ ଭେଟିବାର ପ୍ରେରଣା ମୁଁ କିଶୋର ଦା’ଙ୍କ ଠାରୁ ପାଇଛି  ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ଝାରସୁଗୁଡ଼ାର ବିକାଶ ଏବଂ ଝାରସୁଗୁଡ଼ା ମାଧ୍ୟମରେ ଓଡ଼ିଶାର ବିକାଶ, ଏହା ଥିଲା ତାଙ୍କର ପରିକଳ୍ପନା । ସେ ଆଜି ନାହାଁନ୍ତି ସତ କିନ୍ତୁ ଓଡ଼ିଆ ଜନଜୀବନରେ ଲମ୍ବା ସମୟ ପର୍ଯ୍ୟନ୍ତ କିଶୋର ଦା’ ସମସ୍ତଙ୍କ ହୃଦୟରେ ଅମର ହୋଇ ରହିବେ । ତାଙ୍କର ଦୁଃର୍ମୂଲ୍ୟ ବିଚାରକୁ ଅଧିକ ଦୀପ୍ତିମାନ କଲେ ହିଁ ତାଙ୍କ ପ୍ରତି ଉଚିତ୍ ଶ୍ରଦ୍ଧାଞ୍ଜଳି ହେବ । ତାଙ୍କର ସ୍ମୃତି ରକ୍ଷା ପାଇଁ ‘କିଶୋର ମହାନ୍ତି ଫାଉଣ୍ଡେସନ’ ଗଠିତ ହେବା ସହ କିଶୋର ମହାନ୍ତି ସ୍ମୃତି କମିଟି ତରଫରୁ ହେଉଥିବା ବ୍ୟାପକ ଉଦ୍ୟମ ପ୍ରଶଂସନୀୟ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031