Indus Valley Times

ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କୁ ଏକାଠି କରିବା ହିଁ ଥିଲା ଗାନ୍ଧିଜୀଙ୍କ ବଡ଼ ସଫଳତା: କୁମାର ପ୍ରଶାନ୍ତ

 Breaking News

ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କୁ ଏକାଠି କରିବା ହିଁ ଥିଲା ଗାନ୍ଧିଜୀଙ୍କ ବଡ଼ ସଫଳତା: କୁମାର ପ୍ରଶାନ୍ତ

December 03
11:05 2021

Uniting people of all sects in South Africa was greatest success of Gandhi

Report by Gopal Biswal

Bhubaneswar, Dec. 3: ଦକ୍ଷିଣ ଆଫ୍ରିକାରେ ରହୁଥିବା ଭାରତର ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କୁ ଏକାଠି କରିବା ହିଁ ଥିଲା ଗାନ୍ଧିଜୀଙ୍କ ବଡ଼ ସଫଳତା। ଯାହାକି ସେ ସମୟରେ ଅନେକ ଆଫ୍ରିକୀୟଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଦକ୍ଷିଣ ଆଫ୍ରିକା ରହଣି ସମୟରେ ମୁସଲିମ ଫୋରମ ସହ ଗାନ୍ଧିଜୀ କାର୍ଯ୍ୟ କରିଥିଲେ। ଯାହାର ସିଧା ଅନୁଭବ ତାଙ୍କୁ ମୁସଲମାନଙ୍କ ବିଷୟରେ ଅଧିକ ଜାଣିବାକୁ ଏକ ନୂଆ ଦୃଷ୍ଟି ଦେଇଥିଲା। 1915 ରେ ଭାରତ ଫେରିବା ପର ଠାରୁ ନିଜ ମୃତ୍ୟୁ ପର୍ଯ୍ୟନ୍ତ ଦେଶରେ ଚାଲୁଥିବା କ୍ରାନ୍ତିକାରୀ, ସାମାର୍ଯ୍ୟବାଦ, ସମ୍ପ୍ରଦାୟିକତା ପରି 3ଟି ହିଂସାକୁ ସାମ୍ନା କରିଥିଲେ। ମାତ୍ର ନିଜ ଅହିଂସାର ମାର୍ଗରେ ଲଢ଼େଇ ଆରମ୍ଭ କରିଥିଲେ।

ଗାନ୍ଧୀ କଥାର ଦ୍ୱିତୀୟ ଦିନରେ ‘ଗାନ୍ଧୀ ଓ ସମ୍ପ୍ରଦାୟିକତା’ ଶୀର୍ଷକ ଆଲୋଚନା ଚକ୍ରରେ ଏହା କହିଛନ୍ତି ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ କୁମାର ପ୍ରଶାନ୍ତ।

ଉତ୍କଳ ଗାନ୍ଧୀ ସ୍ମାରକନିଧି ଓ ରାଷ୍ଟ୍ରୀୟ ଯୁବା ସଂଗଠନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଶାନ୍ତ କହିଥିଲେ ସବୁ ସମ୍ପ୍ରଦାୟର ଲୋକଙ୍କୁ ନେଇ ସ୍ୱାଧୀନତା ସଂଗ୍ରାମ ଲଢ଼ିବା ଥିଲା ଗାନ୍ଧୀଙ୍କ ମୂଳ ଉଦେଶ୍ୟ। ଯାହାଫଳରେ ସାମ୍ପ୍ରଦାୟିକତା ଲଢ଼େଇ ଲଢ଼ୁଥିବା ଲୋକଙ୍କ ଚିରଶତ୍ରୁ ପାଲଟି ଯାଇଥିଲେ ଗାନ୍ଧୀ।

ତେବେ ସାମ୍ପ୍ରଦାୟିକତାର ଅନ୍ତ ଗାନ୍ଧୀଙ୍କ ପ୍ରତି ଶେଷ ଶ୍ରଦ୍ଧାଞ୍ଜଳି ହେବି ବୋଲି ନିଜ ବକ୍ତବ୍ୟରେ ସେ କହିଛନ୍ତି। ଆଲୋଚନାରେ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଗାନ୍ଧୀ କଥା ଶୁଣିବା ସହ ନିଜର ପ୍ରଶ୍ନ ଉପସ୍ଥାପନ କରିଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031