Indus Valley Times

ସାବଧାନ ରାଜଧାନୀବାସୀ ! ଭୁବନେଶ୍ୱର ଗଳିକନ୍ଦିରେ ବିକ୍ରି ହେଉଛି ନକଲି ସର୍ଫ ପ୍ୟାକେଟ୍‌

 Breaking News

ସାବଧାନ ରାଜଧାନୀବାସୀ ! ଭୁବନେଶ୍ୱର ଗଳିକନ୍ଦିରେ ବିକ୍ରି ହେଉଛି ନକଲି ସର୍ଫ ପ୍ୟାକେଟ୍‌

ସାବଧାନ ରାଜଧାନୀବାସୀ ! ଭୁବନେଶ୍ୱର ଗଳିକନ୍ଦିରେ ବିକ୍ରି ହେଉଛି ନକଲି ସର୍ଫ ପ୍ୟାକେଟ୍‌
April 20
20:51 2022

Be aware! You may buy fake Surf Excel in Bhubaneswar if you don’t know the real one!

By Swagatika Bhutia
ଭୁବନେଶ୍ୱର,୨୦/୪: ଭୁବନେଶ୍ୱରବାସୀ ପାଇଁ ସାବଧାନ୍ । ଆପଣ ଯଦି କେଉଁ ଛୋଟ ଦୋକାନରୁ ସର୍ଫ କିଣୁଛନ୍ତି, ତେବେ ଟିକିଏ ସତର୍କ ହୋଇଯାଆନ୍ତୁ । କାରଣ ଭୁବନେଶ୍ୱରର ଗଳିକନ୍ଦିରେ ବିକ୍ରି ହେଉଛି ନକଲି ସର୍ଫ ପ୍ୟାକେଟ୍ । ଉପରେ ଥିବା ଉପରୋକ୍ତ ଫଟୋଟିକୁ ଦେଖନ୍ତୁ । ଫଟୋରେ ଆପଣ ତିନିଟି ଫଟୋ ଦେଖୁଛନ୍ତି । ପ୍ରଥମଟି ଟିକିଏ ଫିକା । ଦ୍ୱିତୀୟଟି ଢେର୍ ଗାଢା ନୀଳ । ତୃତୀୟଟି ପ୍ରଥମଟି ଅପେକ୍ଷା ବେଶ୍ ଗାଢ ନୀଳ ।
ପ୍ରଥମ ପ୍ୟାକେଟ୍‌ର ଉପର ଅଂଶ ବା ଧଡି ଆବଡାଖାବଡା…ସହଜରେ ହାତରେ ଛିଡାଇ ହେବ ନାହିଁ । ପାଉଚର କ୍ୱାଲିଟ୍ ବେଶ୍ ଋଗ୍‌ଣ । ଦ୍ୱିତୀୟ ଓ ତୃତୀୟ ବେଶ୍ ଟାଣ, ଚିକଣ ଓ ଧଡି ପୂରା ମସୃଣ ଅଛି…ସହଜରେ ହାତରେ ଛିଡାଇ ହେବ । ଆପଣ ନିରିଖି ଦେଖିଲେ କେଉଁଟି ଅସଲି ଓ କେଉଁଟି ନକଲି ଚିହ୍ନିପାରିବେ । ହେଲେ ଯଦି ।
ଗ୍ରାହକଙ୍କ ଆଖିକୁ ଧୋକ୍କା ଦେବା ପାଇଁ ଛୋଟଛୋଟ ଦୋକାନୀଙ୍କୁ ଯୋଗାଣ କରୁଥିବା ସପ୍ଲାୟରସବାଲା କିଭଳି ନକଲି ସର୍ଫ ପ୍ରସ୍ତୁତକାରୀମାନଙ୍କ ଠାରୁ ଏହାକୁ କିଣି ବଜାରରେ ବିକ୍ରି କରୁଛନ୍ତି ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି ।
ମଙ୍ଗଳବାର ଦିନ କଟକରେ ଥରା ହୋଇଥିବା ତିନି ହଜାର କିଲୋରୁ ଉର୍ଦ୍ଧ ନକଲି ସର୍ଫର କିଭଳି ବହୁଳ ଭାବେ ସାରା ରଜ୍ୟରେ ବ୍ୟାପି ଯାଇଛି ତାହାର ଏହା ଏକ ଛୋଟ ଉଦାହରଣ । ତେଣୁ ଆପଣ ବଜାରରୁ ସର୍ଫ କିଣିଲା ବେଳେ ଆଗେ ପରଖନ୍ତୁ ଅସଲି ନକଲି, ତା’ପରେ ଜିନିଷ କିଣିବେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031