Indus Valley Times

ଅଗଷ୍ଟ ୯ରେ ୧ କୋଟି ୨ ଲକ୍ଷ ୪୦ ହଜାର ମହିଳାଙ୍କୁ ମିଳିବ ସୁଭଦ୍ରା କିସ୍ତି

 Breaking News

ଅଗଷ୍ଟ ୯ରେ ୧ କୋଟି ୨ ଲକ୍ଷ ୪୦ ହଜାର ମହିଳାଙ୍କୁ ମିଳିବ ସୁଭଦ୍ରା କିସ୍ତି

July 27
19:48 2025

ଭୁବନେଶ୍ୱର,୨୭/୭: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ଅଗଷ୍ଟ ୯ରେ ୧ କୋଟି ୨ ଲକ୍ଷ ୪୦ ହଜାର ମହିଳାଙ୍କ ସୁଭଦ୍ରା ଟଙ୍କା ମିଳିବ। ଏ ବାବଦରେ ୧ ଲକ୍ଷ ୮୮ ହଜାର ବଞ୍ଚିତ ଥିବା ହିତାଧିକାରୀଙ୍କ ପାଇଁ ପର୍ଯ୍ୟାୟ କ୍ରମେ ବ୍ୟବସ୍ଥା ହେବ। ଯୋଗ୍ୟ ହେଲେ ଅଗଷ୍ଟ ୯ରେ ସୁଭଦ୍ରା କିସ୍ତି ମିଳିବ।
ବଳକା ହିତାଧିକାରୀ ଯୋଗ୍ୟ ହେଲେ ମାର୍ଚ୍ଚ ୮ରେ ସମସ୍ତ କିସ୍ତିର ଅର୍ଥ ପାଇବେ। ଜିରୋ ଇନ୍‌କମ୍ ଟ୍ୟାକ୍ସ ଦେଉଥିବେ, ୨.୫ ଲକ୍ଷରୁ ଊଦ୍ଧର୍‌ବ ରୋଜଗାର ଥିଲେ ସୁଭଦ୍ରା ମିଳିବନି ବୋଲି ପ୍ରଭାତୀ କହିଛନ୍ତି।
ଏଥିସହିତ କୋଟିଆରେ ଘରେ ଘରେ ସୁଭଦ୍ରା ଟଙ୍କା ପହଞ୍ଚିବ। ଏହା ପୂର୍ବରୁ କୋଟିଆ ଯାଇ ସୁଭଦ୍ରା ଏନ୍‌ରୋଲ୍‌ମେଣ୍ଟ୍ ଚେକ କରିବେ। ଅଗଷ୍ଟ ୯ରେ ସୁଭଦ୍ରା କିସ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଜୟପୁର ଗସ୍ତ କରି ପ୍ରଦାନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ଆଜି ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031