Indus Valley Times

‘ଅଟକିଛି ମୌସୁମୀ’ : ଆହୁର ଦିନ ତାତି, ବିଭିନ୍ନ ଜିଲ୍ଲାକୁ ହିଟ୍ଓ୍ୱେଭ୍ ନେଇ ଆଲର୍ଟ

 Breaking News

‘ଅଟକିଛି ମୌସୁମୀ’ : ଆହୁର ଦିନ ତାତି, ବିଭିନ୍ନ ଜିଲ୍ଲାକୁ ହିଟ୍ଓ୍ୱେଭ୍ ନେଇ ଆଲର୍ଟ

‘ଅଟକିଛି ମୌସୁମୀ’ : ଆହୁର ଦିନ ତାତି, ବିଭିନ୍ନ ଜିଲ୍ଲାକୁ ହିଟ୍ଓ୍ୱେଭ୍ ନେଇ ଆଲର୍ଟ
June 18
10:26 2024

ଭୁବନେଶ୍ୱର,୧୮/୬:ରାଜ୍ୟରେ କେବେ ମୌସୁମୀ ବର୍ଷା ହେବ, ତାତି ଓ ଗୁଳୁଗୁଳିରୁ ମୁକ୍ତି ମିଳିବ ତାହା ସ୍ପଷ୍ଟ ହୋଇପାରୁ ନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବର୍ଷା ହେବା ନେଇ ଦିଆଯାଉଥିବା ପୂର୍ବାନୁମାନ ସୂଚନା ଠିକ୍ ହେଉନାହିଁ। ତାରିଖ ପରେ ତାରିଖ ବଦଳୁଥିଲେ ମଧ୍ୟ ଏଯାଏ ରାଜ୍ୟରେ ମୌସୁମୀ ବର୍ଷାର ଦେଖାନାହିଁ।
ଫଳରେ ରାଜ୍ୟବାସୀ ତାତି ଓ ଗୁଳୁଗୁଳିରେ ଛଟପଟ ହେବା ସହ ପାଣିପାଗ ବିଭାଗର ସୂଚନାକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି।
୧୭ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ଆରମ୍ଭ ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଗତ ସପ୍ତାହରେ ଆକଳନ କରାଯାଇଥିଲା। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ଗଣମାଧ୍ୟମ ଆଗରେ ଏହି ସୂଚନା ଦେଇଥିଲେ। ରଜରେ ଗରମ ଓ ଗୁଳୁଗୁଳିରେ ହନ୍ତସନ୍ତ ଲୋକେ ୧୭ ତାରିଖରୁ ବର୍ଷା ଅପେକ୍ଷାରେ ରହିଥିଲେ।
ମାତ୍ର ରବିବାର ସେପରି କୌଣସି ସ୍ଥାନରେ ମୌସୁମୀ ବର୍ଷା ହୋଇ ନ ଥିବାବେଳେ କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ସୂଚନା ମିଳିଛି। ସେହିପରି ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ସାରେ ଜାରି ବୁଲେଟିନ ଅନୁଯାୟୀ, ଆସନ୍ତା ୩ ଦିନ ଅର୍ଥାତ ୨୦ ତାରିଖ ପର‌୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗୁଳୁଗୁଳି ହେବ। ଏହି ସମୟ ମଧ୍ୟରେ କିଛି କିଛି ସ୍ଥାନରେ କାଳବୈଶାଖୀଜନିତ ବିଜୁଳି ଘଡ଼ଘଡ଼ି ସହ ସ୍ବଳ୍ପ ବର୍ଷା ହେବ। ମାତ୍ର ଏହା
ଗୁଳୁଗୁଳିକୁ ପ୍ରଶମିତ କରିପାରିବ ନାହିଁ। ୧୭ ତାରିଖ ପରିବର୍ତ୍ତେ ୨୦ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଚଳିତ ବର୍ଷ ମୌସୁମୀ ଜୁନ ୮ରେ ଓଡ଼ିଶା ଛୁଇଁଥିଲା।
ସ୍ବାଭାବିକଠାରୁ ୨ଦିନ ଆଗୁଆ ମୌସୁମୀ ଛୁଇଁଥିଲେ ମଧ୍ୟ ଏହା କେବଳ ମାଲକାନଗିରି ଜିଲାରେ ହିଁ ସୀମିତ ହୋଇ ରହିଯାଇଛି। ମୌସୁମୀ ଅଗ୍ରସର ହେଉ ନ ଥିବାରୁ ସାରା ରାଜ୍ୟରେ ତାତି ଓ ଗୁଳୁଗୁଳି ଜାରି ରହିଛି।
ଅନ୍ୟପଟେ ମୌସୁମୀ ଓଡ଼ିଶା ଛୁଇଁବା ପରେ ମୌସୁମୀର ଗତିବିଧି ସମ୍ପର୍କରେ ଆଗୁଆ ସୂଚନା ଦିଆଯାଉଥିଲା। ମାତ୍ର ଚଳିତବର୍ଷ ମୌସୁମୀର ଅଗ୍ରସର ସମ୍ପର୍କରେ ବାରମ୍ବାର ମତ ବଦଳାଯାଉଥିବାରୁ ଚାଷୀମାନେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30