Indus Valley Times

ଅଧିକାର ଓ ସୁରକ୍ଷା ନିମନ୍ତେ ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ମଞ୍ଚ ପକ୍ଷରୁ ବିରାଟ ଶୋଭାଯାତ୍ରା : ୭ ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ

 Breaking News

ଅଧିକାର ଓ ସୁରକ୍ଷା ନିମନ୍ତେ ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ମଞ୍ଚ ପକ୍ଷରୁ ବିରାଟ ଶୋଭାଯାତ୍ରା : ୭ ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ

March 18
20:38 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା , ୧୮/୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ମଞ୍ଚ ପକ୍ଷରୁ ଭତ୍ତା ହିତାଧିକାରୀ ମାନଙ୍କ ସୁରକ୍ଷା ଓ ନ୍ୟାର୍ଯ୍ୟ ଦାବୀ ପୂରଣ ସମ୍ପର୍କରେ ଏକ ବିରାଟ ଶୋଭାଯାତ୍ରା ସ୍ଥାନୀୟ ଗାୟତ୍ରୀ ମନ୍ଦିର ନିକଟରୁ ବାହାରି ହାତରେ ଦାବୀ ସମ୍ପର୍କିତ ପ୍ଲା କାର୍ଡ ଧରି ସ୍ଲୋଗାନ ମାନ ଦେଇ ସମଗ୍ର ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ୭ ଦଫା ସମ୍ବଳିତ ଦାବୀ ପତ୍ର ସ୍ଥାନୀୟ ଉପଜିଲ୍ଲାପାଳ ଡ଼. ରୀନା ପ୍ରଧାନ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦେଶ୍ୟରେ ପ୍ରଦାନ କରିଥିଲେ ।
ଉକ୍ତ ଦାବୀ ପତ୍ରରେ ଆମ ରାଜ୍ୟରେ ନୂତନ ସରକାର ଗଠନ ହେବା ପୂର୍ବରୁ ଏକ ହଜାର ଟଙ୍କା ପାଉ ଥିବା ଭତ୍ତା ହିତାଧିକାରୀ ତିନି ହଜାର ଟଙ୍କା ପାଇବେ ବୋଲି ପ୍ରତିଶୃତି ଦେଇଥିଲେ, କିନ୍ତୁ ଏପର୍ଯ୍ୟନ୍ତ ସରକାର ନିଜ ପ୍ରତିଶୃତି ରଖି ନାହାନ୍ତି, ଯାହାରି ଫଳରେ ସମସ୍ତ ଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି ।
ସରକାରଙ୍କ ଠାରୁ ପାଉଥିବା ଭତ୍ତା ରାଶି ଦ୍ୱାରା ଗରିବ, ବିଧବା, ଭିନ୍ନକ୍ଷମ, ବାର୍ଦ୍ଧକ୍ୟ, ସ୍ୱାମୀ ପରିତ୍ୟାକ୍ତା ଅସହାୟ ହିତାଧିକାରୀ ମାସ ତମାମ ସୁରୁଖୁରୁ ରେ ଅତି କଷ୍ଟର ସହ ଚଳି ଆସୁଥିବା ସ୍ଥଳେ, ଠିକ ସମୟ ରେ ଭତ୍ତା ନପାଇବା, ଓ ବ୍ୟାଙ୍କ ଦ୍ୱାରା ଭତ୍ତା ପାଉଥିବା ହିତାଧିକାରୀ ବହୁତ କଷ୍ଟ ରେ ଟଙ୍କା ଉଠାଉଛନ୍ତି, ଏବଂ ଅନେକ ସମୟରେ ବ୍ୟାଙ୍କ କର୍ମଚାରୀଙ୍କ ଦ୍ରୁବ୍ୟବହାର ଯୋଗୁଁ ଅସନ୍ତୋଷ ପ୍ରକାଶ ପାଉଛି , ସରକାର ମଙ୍ଗଳ ଯୋଜନାରେ ଅସହାୟ ବିଧବା ର ଉପକାର ନିମନ୍ତେ ଯେଉଁ ସହାୟତା ରାଶି ପ୍ରଦାନ କରୁଛନ୍ତି, ତାହା ମଧ୍ୟ ହିତାଧିକାରୀ ଆବେଦନ କରୁଛନ୍ତି ସତ ହେଲେ ବର୍ଷ ବର୍ଷ ଧରି ଉକ୍ତ ଟଙ୍କା ମିଳିବାରେ ବିଳମ୍ୱ ହେଉଛି, ଶେଷରେ ନିରାଶ ହୋଇ ନିଜ ଭାଗ୍ୟ କୁ ଆଦରି ରହୁଛନ୍ତି ହିତାଧିକାରୀ ।
ନୂତନ ଭତ୍ତା ମଞ୍ଜୁର ହେବାରେ ବିଳମ୍ୱ ସହ କିଛି ଭତ୍ତାଧାରୀ ଙ୍କ ନୂତନ ଭତ୍ତା ମଞ୍ଜୁର ହୋଇଥିଲେ ସୁଧା ଭତ୍ତା ଧାରୀ ଜାଣିପାରୁ ନାହାନ୍ତି ।
ଷାଠିଏ ବର୍ଷ ରୁ ଉର୍ଦ୍ଧ ହୋଇଥିଲେ ସୁଧା କାଗଜ ପତ୍ର ର ସଂଶୋଧନ ପ୍ରଶାସନ ଦ୍ୱାରା ସୁବିଧା ମିଳୁନ ଥିବାରୁ ଅନେକ ଯୋଗ୍ୟ ହିତାଧିକାରୀ ସରକାର ଙ୍କ ଭତ୍ତା ଯୋଜନା ରୁ ବଞ୍ଚିତ ହେଉଛନ୍ତି, ।
ଭିନ୍ନକ୍ଷମ, ବିଧବା ମହିଳା ଙ୍କୁ ସ୍ୱତନ୍ତ୍ର ପକ୍କା ଘର ଯେପରି ସୁବିଧାରେ ମିଳି ପାରିବ , ସେ ଦିଗରେ ସରକାର ଗୁରୁତ୍ୱ ଦେବା ନିହାତି ଦରକାର ବୋଲି ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ ରହିଛି ।
ଏହି ମଞ୍ଚର ଉପଦେଷ୍ଟା ରଘୁନାଥ ମଲିକ, ଫିଲିପ କୁମାର ଦିଗାଲ, ଇମାନୁଏଲ ନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରାରେ ସଭାପତି ପରମାନନ୍ଦ ନାୟକ, ସମ୍ପାଦକ ସୁରକ୍ଷିତ ନାୟକ, ଉପ ସଭାପତି ଶ୍ୟାମସନ ନାୟକ, ସୁଲେଶ୍ଵର ବେହେରା ମାଝୀ, ଯୁଗ୍ନ ସମ୍ପାଦକ କୁମଶ୍ରୀ ପ୍ରଧାନ, କୋଷାଧକ୍ଷ ମହେଶ ଦିଗାଲ, କାର୍ଯ୍ୟକାରି ସଦସ୍ୟ ଶ୍ୟାମ ଦିଗାଲ, ଉଦୟ ନାଥ ନାୟକ, ଦେବ କୁମାର, ପୂର୍ଣ୍ଣଚନ୍ଦ୍ର ନାୟକ, ଜଳେଶ୍ୱର ନାୟକ, ବାସୁଦେବ ଦିଗାଲ, ଜିସାୟ ନାୟକ, ଜୁଆନ ପ୍ରଧାନ, ଦୟାନିଧି ଦିଗାଲ, ନାହକା ଦିଗାଲ, ରବୀନ୍ଦ୍ର ବଡ଼ ମାଝୀ, ସୁଶାନ୍ତ ମୁଠା ମାଝୀ, ସିମାଞ୍ଚଳ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ବିରାଟ ଶୋଭାଯାତ୍ରାରେ ଉପଖଣ୍ଡ ସ୍ତରୀୟ ପ୍ରତ୍ୟେକ ବ୍ଲକ ରୁ ଶତାଧିକ ହିତାଧିକାରୀ ମାନେ ଉପସ୍ଥିତ ରହି ନିଜ ନିଜ ର ସମସ୍ୟା ଉପସ୍ଥାପନା କରିବା ସହ ସମସ୍ତେ ଖୁସୀ ବ୍ୟକ୍ତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031