Indus Valley Times

ଅପନା ଘର ଆଶ୍ରମରେ ବିଶେଷ ଉତ୍ସବ( ବିକୃତ ମାନସିକଙ୍କ ଆବାସ)

 Breaking News

ଅପନା ଘର ଆଶ୍ରମରେ ବିଶେଷ ଉତ୍ସବ( ବିକୃତ ମାନସିକଙ୍କ ଆବାସ)

November 10
08:25 2024

ବରଦା ଦାସଙ୍କ ରିପୋର୍ଟ
କଟକ,୧୦/୧୧ : କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ସାରସ୍ଵତ ସାଧିକା କବୟତ୍ରୀ କଲ୍ୟାଣୀ ମିଶ୍ରଙ୍କ ଶୁଭ ଜନ୍ମଦିନ ଅବସରରେ ସାତଭାଟିଆର ଅପନା ଘର ଆଶ୍ରମର ସମସ୍ତ ପ୍ରଭୁଜୀଙ୍କ ସହ ପାଳନ କରିଛନ୍ତି ।
ଜନ୍ମଦିନ ପାଳନ କରିବାର ମୂଳ ଉଦେଶ୍ୟ ପ୍ରଭୁଜୀଙ୍କ ମୁହଁ ରେ ଆନନ୍ଦ ଦେବା । ପ୍ରତିଷ୍ଠାତା ଶୁଖଦେବ ଅଗ୍ରୱାଲ ସାରଙ୍କ ସହ ବହୁ ବିଶିଷ୍ଟ ସମାଜ ସେବୀ ସାରସ୍ଵତ ବନ୍ଧୁ ମାନେ ଯୋଗ ଦେଇଥିଲେ ।
ସେମାନଙ୍କ ମଧ୍ୟରୁ ଲୋକ ସମ୍ପର୍କ ବିଭାଗ ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ତଥା ଥିଙ୍କର୍ଶ କ୍ଲବ ସଭାପତି ବରଦା ପ୍ରସନ୍ନ ଦାସ, ରାଜୀବ ଷଡ଼ଙ୍ଗୀ କବି ସାହିତ୍ୟିକ, ଆଇନ୍ ଜୀବୀ, ଉତ୍କଳ ସାହିତ୍ୟ ସମାଜର ନିର୍ବାଚିତ ପ୍ରତିନିଧି, ମୁରଲୀଧର ଶତପଥି, ସମାଜସେବୀ ପରମାନନ୍ଦ ମୁଦୁଲି , ସାହିତ୍ୟିକ ବ୍ରଜବନ୍ଧୁ ପୃଷ୍ଟି ଅନ୍ୟ ସମସ୍ତ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। କାଉନସିଲର କଲ୍ୟାଣୀ ମିଶ୍ରଙ୍କୁ ଆଗାମୀ ଭବିଷ୍ୟତ ଜୀବନ ପାଇଁ ଆର୍ଶୀବାଦ କରିବା ସହ , ସାହିତ୍ୟିକ ରାଜିବ ଷଡ଼ଙ୍ଗୀ ଆଗାମୀ ଭବିଷ୍ୟତରେ ପ୍ରଭୁଜୀ ଉପନ୍ୟାସ ରଚନା କରିବା ପାଇଁ କଲ୍ୟାଣୀ ମିଶ୍ରଙ୍କୁ ପରାମର୍ଶ ଦେଇଥିଲେ ।
ପ୍ରଭୁଜୀ କିଛି ସମୟ ଗୀତ ନାଚ ମାଧ୍ୟମରେ ନିଜକୁ ହଜାଇ ଦେଇଥିଲେ । ଶେଷରେ ପ୍ରଭୁଜୀ କିଛି ମିଷ୍ଟାନ୍ନ ଫଳ ଖାଇବା ପରେ ସମସ୍ତେ ବିଦାୟ ନେଇଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930