Indus Valley Times

ଆଉ ଏକ ଆତ୍ମହତ୍ୟା, କାଠଯୋଡ଼ି ବ୍ରିଜରୁ ଡେଇଁ ପଡ଼ିଲେ ସ୍ବାମୀ-ସ୍ତ୍ରୀ

 Breaking News

ଆଉ ଏକ ଆତ୍ମହତ୍ୟା, କାଠଯୋଡ଼ି ବ୍ରିଜରୁ ଡେଇଁ ପଡ଼ିଲେ ସ୍ବାମୀ-ସ୍ତ୍ରୀ

August 09
21:25 2024

କଟକ, ୯/୮ : ବ୍ରିଜ୍ ଉପରେ ଆଧାରକାର୍ଡ ରଖି କାଠଯୋଡ଼ିକୁ ଡେଇଁପଡ଼ିଲେ ଦମ୍ପତି। ଆଜି ସନ୍ଧ୍ୟା ବେଳେ ଏପରି ହୃଦୟବିଦାରକ ଘଟଣା କଟକ ତ୍ରିଶୁଳିଆ ବ୍ରିଜ୍‌ରେ ଘଟିଛି।
ଉଭୟଙ୍କ ଘର ବାଙ୍କୀ ବାଆଁରା ରାମଚନ୍ଦ୍ର ଅଞ୍ଚଳର। ପାରିବାରିକ କଳହରୁ ଉଭୟ ଭରା ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି। ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ବାରଙ୍ଗ ପୁଲିସ୍ ଅଗ୍ନିଶମ ବିଭାଗ।
ରାମଚନ୍ଦ୍ର ଅଞ୍ଚଳର ଶତ୍ରୁଘ୍ନ ଲେଙ୍କା ପେସାରେ ଜଣେ ଡ୍ରାଇଭର। କଟକରେ ରହି ପ୍ରାଇଭେଟ୍ କାର ଚଲାନ୍ତି। ଆଜି ସନ୍ଧ୍ୟା ବେଳେ ସେ ଓ ତାଙ୍କ ପତ୍ନୀ ତ୍ରିଶୁଳି ବ୍ରିଜ୍ ପାଖକୁ ଆସିଥିଲେ। ବ୍ରିଜ୍ ଉପରେ ମୋବାଇଲ୍ ଓ ଆଧାରକାର୍ଡ ରଖି ଭରା କାଠଯୋଡି ନଦୀକୁ ଡେଇଁ ପଡ଼ିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ବର୍ଷା ସତ୍ତ୍ୱେ ବ୍ରିଜ୍ ଉପରେ ଲୋକଙ୍କ ଗହଳି ଲାଗି ରହିଛି। ବାରଙ୍ଗ ପୁଲିସ୍ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ହେଲେ ନଦୀରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଉଦ୍ଧାରକାଳୀ ଦଳ ନଦୀ ଭିତରକୁ ପ୍ରବେଶ କରିବାକୁ ସାହସ କରିପାରୁନି।
ମିଳିଥିବା ସୂଚନା ଅନୁସାରେ ଶତ୍ରୁଘ୍ନ ଓ ତାଙ୍କ ପତ୍ନୀଙ୍କୁ ମିଶାଇ କାଠଯୋଡ଼ିକୁ ଗତ ୧୫ ଦିନରେ ୬ ଜଣ ଡେଇଁଲେଣି। ସେମାନଙ୍କ ଭିତରୁ କିଛି ଲୋକଙ୍କ ମୃତଦେହ ମିଳିଥିବା ବେଳେ ଆଉ କେତେକଙ୍କ ଆଜି ପର‌୍ୟ୍ୟନ୍ତ ଚିହ୍ନବର୍ଣ୍ଣ ମିଳିନାହିଁ। ଗତ ୪ ତାରିଖରେ ଯୋବ୍ରା ବ୍ୟାରେଜରୁ କାଠଯୋଡ଼ିକୁ ଡେଇଁ ପଡ଼ିଥିଲେ କାମିନୀ ସ୍ୱାଇଁ। ନଦୀରେ ମାଛ ଧରୁଥିବା ମତ୍ସ୍ୟଜୀବୀମାନେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଛି।
ପୂର୍ବରୁ କଟକ ଓଡ଼ିଆ ବଜାରର ଶିକ୍ଷୟିତ୍ରୀ ମମତା ସାହୁ ବ୍ରିଜ୍ ଉପରେ ସ୍କୁଟି ରଖି କାଠଯୋଡ଼ିକୁ ଡେଇଁ ପଡ଼ିଥିଲେ। ତା’ପୂର୍ବରୁ ଭୁବନେଶ୍ୱରର ବ୍ୟବସାୟୀ ତୁଷାର ଭଟ୍ଟ ତ୍ରିଶୁଳିଆ ବ୍ରିଜ୍‌ରୁ କାଠଯୋଡ଼ି ନଦୀକୁ ଡେଇଁ ପଡ଼ିଥିଲେ। କୁହାଯାଉଛି ଅନ୍‌ଲାଇନ୍ ଗେମ୍‌ରେ ହାରି ଋଣଗ୍ରସ୍ତ ହୋଇଯାଇଥିଲେ। ଯେଉଁଥିପାଇଁ ସେ ଆତ୍ମହତ୍ୟାର ରାସ୍ତା ବାଛିଥିଲେ। ତାଙ୍କର ମୃତଦେହ ଆଜି ପର‌୍ୟ୍ୟନ୍ତ ମିଳିନି। ଗତ ଶୁକ୍ରବାର ରାତିରେ ଖାନ୍‌ନଗର ଅଞ୍ଚଳର ମନୋଜ ବେହେରା ମଧ୍ୟ କାଠଯୋଡି ନଦୀକୁ ଡେଇଁଥିଲେ। ଆଜି ପର‌୍ୟ୍ୟନ୍ତ ତାଙ୍କର ତାଙ୍କର ପତ୍ତା ମିଳିନି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031