Indus Valley Times

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ, ମାଁ ସମଲେଶ୍ୱରୀଙ୍କ ପୀଠରେ ହେବ ନବାନ୍ନ ଲାଗି

 Breaking News

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ, ମାଁ ସମଲେଶ୍ୱରୀଙ୍କ ପୀଠରେ ହେବ ନବାନ୍ନ ଲାଗି

September 08
08:11 2024

ଓଡ଼ିଶା, ୮/୯ : ଆଜି ନୂଆଁଖାଇ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ଗାଁଠୁ ସହର। ଅଧିଷ୍ଠାତ୍ରୀ ଦେବୀଙ୍କ ପାଖରେ ନୂଆଁ ଖାଦ୍ୟ ଲଗାଇବା ପରେ, ପରିବାର ସହ ଏକାଠି ବସିବେ ସମସ୍ତେ।
ନୂଆଁ ଅନ୍ନ ସହ ଭଳି ଭଳିକା ଖାଦ୍ୟ ଖାଇବେ। ସମ୍ବଲପୁରରେ ମାଆ ସମଲେଶ୍ୱରୀଙ୍କ ପାଖରେ ଓ ବଲାଙ୍ଗିରର ମା’ ପାଟଣେଶ୍ୱରୀଙ୍କ ପାଖରେ ନୂଆ ଖାଦ୍ୟ ଲାଗି କରାଯିବ। ସମ୍ବଲପୁରରେ ମା’ ସମଲେଇଙ୍କଠାରେ ଆଜି ପୂର୍ବାହ୍ନ ୯ଟା ୧୨ରୁ ୯ଟା ୨୭ ମିନିଟ ମଧ୍ୟରେ ନବାନ୍ନ ଲାଗି ନେଇ ଶୁଭଲଗ୍ନ ସ୍ଥିର ହୋଇଛି। ଏହି ସମୟରେ ଲୋକେ ନିଜ ନିଜର ଇଷ୍ଟ ଦେବାଦେବୀଙ୍କ ପାଖରେ ନବାନ୍ନ ଭୋଗ ଲାଗି କରିବା ପରେ ନବାନ୍ନ ଭକ୍ଷଣ କରିବେ।
ନୂଆଁଖାଇ ପାଳନପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ଲୋକେ ନିଜ ନିଜ ଘରକୁ ଯାଇଛନ୍ତି। ସହରରେ ଥିବା ଲୋକେ ଗାଁକୁ ଓ ରାଜ୍ୟ ବାହାରେ ରହୁଥିବା ଲୋକେ ଘରକୁ ଫେରିଛନ୍ତି।
ନିଜ ନିଜ ଘରେ ନିଜ ଇଷ୍ଟ ଦେବାଦେବୀଙ୍କୁ ପୂଜା କରିବା ପରେ ଘରେ ଘରେ ଲୋକେ ନୂଆ ଖାଇବେ। ନୂଆ ଖାଇ ସାରିବା ପରେ ସାନମାନେ ବଡ଼ମାନଙ୍କୁ ମୁଣ୍ଡିଆ ମାରିବେ। ବଡ଼ମାନେ ସାନମାନଙ୍କୁ ଆଶିର୍ବାଦ କରିବେ।
କୃଷି ସଂସ୍କୃତି ଓ ଅନନ୍ୟ ପରମ୍ପରାର ପର୍ବ ହେଉଛି ନୂଆଁଖାଇ। ପ୍ରକୃତି ମାତାଙ୍କୁ ପ୍ରଥମ ଶସ୍ୟ ଅର୍ପଣର ପର୍ବ ହେଉଛି ନୂଆଁଖାଇ । ନିଜ ଗାଁ ମାଟି ମହକରେ ପରିବାରର ସଦସ୍ୟ, ସାଙ୍ଗସାଥୀ ମେଳରେପାଳିତ ଏହି ପର୍ବର ମଧୂରତା ନିଆରା । ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲା, ସଦର ମହକୁମା, ପଲ୍ଲୀଠୁ ଗାଁ ସବୁଠି ପାଳିତ ହେଉଛି ଏହି ପର୍ବ ।
ପରମ୍ପରା ଅନୁଯାୟୀ ପ୍ରତ୍ୟେକ ବର୍ଷ ଜନ୍ମାଷ୍ଟମୀ ପର ଦିନ ଅର୍ଥାତ୍ ନନ୍ଦୋତ୍ସବରେ ସମ୍ବଲପୁରରେ ନୂଆଖାଇ ଲଗ୍ନ ନିର୍ଦ୍ଧାରଣ କରାଯାଇଥାଏ। ବ୍ରହ୍ମପୁରା ମନ୍ଦିରରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବୈଠକରେ ପଣ୍ଡିତମାନେ ପଞ୍ଜିକା ଦେଖି ମା\’ ସମଲେଇଙ୍କ ରାଶି ଓ ନକ୍ଷତ୍ର ଅନୁସାରେ ଲଗ୍ନ ନିର୍ଣ୍ଣୟ କରିଥାନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031