Indus Valley Times

ଆନ୍ଧ୍ର ପରେ ଓଡ଼ିଶାରେ କରୋନା ଏଣ୍ଟ୍ରି; ବ୍ରହ୍ମପୁରରେ ୩ ପଜିଟିଭ୍ ଚିହ୍ନଟ, ସତāର୍କ ହେଲା ସ୍ୱାସ୍ଥ୍ୟ ବିଭାଗ

 Breaking News

ଆନ୍ଧ୍ର ପରେ ଓଡ଼ିଶାରେ କରୋନା ଏଣ୍ଟ୍ରି; ବ୍ରହ୍ମପୁରରେ ୩ ପଜିଟିଭ୍ ଚିହ୍ନଟ, ସତāର୍କ ହେଲା ସ୍ୱାସ୍ଥ୍ୟ ବିଭାଗ

ଆନ୍ଧ୍ର ପରେ ଓଡ଼ିଶାରେ କରୋନା ଏଣ୍ଟ୍ରି; ବ୍ରହ୍ମପୁରରେ ୩ ପଜିଟିଭ୍ ଚିହ୍ନଟ, ସତāର୍କ ହେଲା ସ୍ୱାସ୍ଥ୍ୟ ବିଭାଗ
July 22
14:25 2026

ଗଞ୍ଜାମ , ୨୨/୭ :ଗଞ୍ଜାମ ଜିଲ୍ଲାରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି। ଆକ୍ରାନ୍ତ ଜଣଙ୍କ ଜଣେ ମହିଳା। ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମହିଳା ଜଣଙ୍କୁ ଥଣ୍ଡାଜ୍ୱର ଲାଗି ରହିଥିବାରୁ ସେ ଏମକେସିଜିରେ ବେଶ କିଛି ଦିନ ହେବ ଚିକିତ୍ସିତ ହେଉଥିଲେ। ସେଠାରେ ତାଙ୍କର କରୋନା ଟେଷ୍ଟ କରା ଯାଇଥିଲା। ଏହି ସମୟରେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିଥିଲା। ତାଙ୍କ ଲକ୍ଷଣ ସାମାନ୍ୟ ରହିଥିଲେ ହେଁ ସୁରକ୍ଷା ଦୃଷ୍ଟିରୁ ଏବେ ବି ସେ ଏମକେସିଜିରେ ଚିକିତ୍ସିତ ହେଉଛନ୍ତି।
ବେସରକାରୀ ସୂତ୍ରରୁ ଓଡ଼ିଶାରେ ଦୀର୍ଘ ବର୍ଷ ପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଖବର ମିଳିଥିଲେ ହେଁ ସରକାରୀ ସ୍ତରରେ ଏନେଇ କୌଣସି ସୂଚନା ଦିଆଯାଇନି। ସରକାର ଏହି ଖବରକୁ ଯାଞ୍ଚ କରି ବିସ୍ତୃତ ତଥ୍ୟ ଦେବେ ବୋଲି ଜଣାପଡ଼ିଛି।
ଏହାପୂର୍ବରୁ ଆନ୍ଧ୍ର ପ୍ରଦେଶରେ ଜୁନ୍ ୨୬ରୁ ଜୁଲାଇ ୧୬ ମଧ୍ୟରେ ୧୨ ଜଣ କୋଭିଡ୍ -୧୯ରେ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୪ ଜଣ ରୋଗୀ ସଂକ୍ରମଣର ଯୋଗୁ ପ୍ରାଣ ହରାଇଛନ୍ତି।
ଏବେ ଆନ୍ଧ୍ରର ପଡ଼ୋଶୀ ଗଞ୍ଜାମରୁ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ଓଡ଼ିଶାରେ ସଂକ୍ରମଣ ଭୟକୁ ବଢ଼ାଇ ଦେଇଛି। ତଥାପି ବିଶେଷଜ୍ଞମାନେ ଏହାକୁ ନେଇ ଆତଙ୍କିତ ନ ହେବାକୁ କହିଛନ୍ତି।
ବିଶେଷଜ୍ଞଙ୍କ କହିବା କଥା ଯେ ଏବେ କରୋନ ସଂକ୍ରମଣ ମଧ୍ୟମଧରଣର ରହିଛି। ଏହାର ଚିକିତ୍ସା ଘରେ କରାଯାଇ ପାରିବ। ତେବେ ସଂକ୍ରମଣ ଏବେ ବି ବୟସ୍କ, ବହୁବିଧ ରୋଗୀ ଓ ଦୁର୍ବଳ ରୋଗ ପ୍ରତିରୋଧ ଶକ୍ତି ଥିବା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ବିଗାଡ଼ାକୁ ସକ୍ଷମ।
ବର୍ତ୍ତମାନ ଭୟଭୀତ ହେବା ପରିବର୍ତ୍ତେ ପ୍ରାଥମିକ ସ୍ତରରେ ଲକ୍ଷଣଗୁଡ଼ିକୁ ଚିହ୍ନିବା, ସାଧାରଣ ସତର୍କତା ଅବଲମ୍ବନ କରିବା ଓ ଗୁରୁତର ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରୀ ପରାମର୍ଶ ନେବା ଉପରେ ଗୁରୁତ୍ୱ ଦିଆଯିବା ଉଚିତ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031