Indus Valley Times

ଆଭାଶିରେ ୧୧୮ଟି ଗୋଦା ବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

 Breaking News

ଆଭାଶିରେ ୧୧୮ଟି ଗୋଦା ବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଆଭାଶିରେ ୧୧୮ଟି ଗୋଦା ବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
January 07
20:24 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୭/୧ : ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ପଲଟନ୍ ପଡ଼ିଆରେ ଓଡ଼ିଶା ରାଜ୍ୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଆନୁକୁଲ୍ୟରେ ଏକ ବିଶାଳ ଶୈଖିକ ବାତାବରଣ ମଧ୍ୟରେ ପଞ୍ଚସଖା ମଧ୍ୟରୁ ଅନ୍ୟତମ ପ୍ରଖ୍ୟାତ ଶିକ୍ଷାବିତ ଗୋଦାବରୀଶ ମିଶ୍ରଙ୍କ ନାମରେ ୧୨୦୦୦ କୋଟି ବ୍ୟୟ ଅଟକଳରେ ୨୨୦୦ ବିଦ୍ୟାଳୟ କାର୍ଯ୍ୟକ୍ଷମ ଲକ୍ଷ୍ୟଧାର୍ଯ୍ୟ ଅଧୀନ ଆଜି ପ୍ରଥମ ପର‌୍ୟ୍ୟାୟରେ ୩୦ ଗୋଟି ଜିଲ୍ଲାର ୧୧୮ ଗୋଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଆଭାଷୀରେ ଭିତ୍ତି ପ୍ରସ୍ତର ସ୍ଥାପନ କରି ଯୁଗାନ୍ତକାରୀ ଶିକ୍ଷା ଯୋଜନା ଆରମ୍ଭ କରିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ କହିଲେ କେନ୍ଦ୍ର ସରକାରଙ୍କ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଓଡ଼ିଶା ସରକାର ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥାକୁ ଅନନ୍ୟ ଓ ସର୍ବୋତ୍ତମ କରିବା, ଅତ୍ୟାଧୁନିକ ଓ ଗୁଣାତ୍ମକ ଶିକ୍ଷ୍ୟା ଦେବା ଲକ୍ଷ୍ୟରେ ଏବଂ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାର ମୂଳଦୁଆ ମଜବୁତ୍ କରି ସେମାନଙ୍କ ଭିତରେ ଥିବା ଶିକ୍ଷା ଦକ୍ଷତାକୁ ପ୍ରସ୍ଫୁଟିତ କରିବା ଏହି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ମୂଳ ଲକ୍ଷ୍ୟ ଅଟେ ବୋଲି ଉତ୍ଥାପନ କରିଥିଲେ ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଏହି ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ଶ୍ରେଣୀ, କ୍ରୀଡ଼ା, ଶିଶୁ ବାଟିକା, ସ୍ବଚ୍ଛତା ବାତାବରଣ, ସୃଜନ ଶୀଳତା, ନୈତିକତା, ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦକ୍ଷତା ବିକାଶ,ବୃତ୍ତିଗତ ବିକାଶ, ଆସ ସ୍କୁଲଜିବା ଓ ନିପୁଣ ଓଡ଼ିଶା ଶିକ୍ଷା କାର୍ଯ୍ୟକ୍ରମ ବିକଶିତ ଭାରତ ଓ ବିକଶିତ ଓଡ଼ିଶାକୁ ସାକାର କରିବା ସହ ଓଡ଼ିଶା ଓ ଭାରତକୁ ବିଶ୍ଵ ଦରବାରରେ ଶିକ୍ଷାର ବୈପ୍ଳବିକ ପରିବର୍ତ୍ତନରେ କର୍ଣ୍ଣଧାର ସାଜିବ । ସମ୍ମାନିତ ଅତିଥି ଭାବେ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇ କହିଲେ ଏ ଖୋର୍ଦ୍ଧା ମାଟିର ସୂ ଯୋଗ୍ୟ ସନ୍ତାନ ଗୋଦାବରୀଶ ମିଶ୍ରଙ୍କ ନାମରେ ଆଜି ଯେଉଁ ୧୧୮ ଗୋଟି ପ୍ରାଥମିକ ବିଦ୍ୟାଳୟ ଭିତ୍ତି ପ୍ରସ୍ତର ସ୍ଥାପନ ଲୋକାର୍ପଣ କରାଗଲା ତାହା ପ୍ରାଥମିକ ଶିକ୍ଷ୍ୟା ବ୍ୟବସ୍ଥାକୁ ଶସକ୍ତ କରି ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନରେ ଉତ୍କୃଷ୍ଟ ସୁଯୋଗ ପ୍ରଦାନ କରିବ ।
ସମ୍ମାନିତ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଗଣଶିକ୍ଷା ବିଭାଗ ଶ୍ରୀଯୁକ୍ତ ନୀତ୍ୟା ନନ୍ଦ ଗଣ୍ଡ ଯୋଗଦେଇ କହିଲେ ଖୋର୍ଦ୍ଧା ମାଟି କୃତିବାସ ପାଟ୍ଟଶାଣୀଙ୍କ ମାଟି, ପାଇକ ବିଦ୍ରୋହର ମାଟି ।
ଖୋର୍ଦ୍ଧା ମାଟି ପଲ୍ ଟନ୍ ପଡ଼ିଆରେ ଆଜି ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଯେଉଁ ସର୍ବୋତ୍କୃଷ୍ଟ ଶିକ୍ଷା ପ୍ରଦାନ ପାଇଁ ସରକାରଙ୍କର ଅଭିନବ ଯୋଜନା, ୭୬୨ ପି ଏମ ଶ୍ରୀ ସ୍କୁଲ ଭିତ୍ତି ଭୂମି ସୃଷ୍ଟି କରିବା ଏହା ମାନ୍ୟବର ଯଶଶ୍ୱୀ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀତା ପାଇଁ ଓଡ଼ିଶାରେ ବର୍ତ୍ତମାନ ସୁବର୍ଣ୍ଣ ଶିକ୍ଷା ଯୁଗ ଅୟାରମ୍ଭ ବୋଲି କହିଥିଲେ ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାନ୍ୟବର ପୁରୀ ସାଂସଦ ଶ୍ରୀଯୁକ୍ତ ସମ୍ବିତ ପାତ୍ର କହିଲେ ଓଡ଼ିଶାର ଶିକ୍ଷା ଯୋଜନା ସୈଖିକ ବିକାଶରେ ବିରାଟ ପରିବର୍ତ୍ତନ ଆଣି ବିକଶିତ ଭାରତ ଭିଜନକୁ ସଫଳ କରିବ କ୍ଷ ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ, ଖୋର୍ଦ୍ଧା, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ, ମାନ୍ୟବର ବିଧାୟକ, ବେଗୁନିଆ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ, ମାନ୍ୟବର ବିଧାୟକ ଭୁବନେଶ୍ୱର ଏକାମ୍ର, ଶ୍ରୀଯୁକ୍ତ ବାବୁ ସିଂ, ମାନ୍ୟବର ବିଧାୟକ , ଜଟଣୀ ,ଶ୍ରୀଯୁକ୍ତ ବିଭୂତି ଭୂଷଣ ବଳବନ୍ତରାୟ, ପୂର୍ବତନ ବିଧାୟକ ବିଭୁତି ଭୁଷଣ ହରିଚନ୍ଦନ,ଓଡ଼ିଶା ରାଜ୍ୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ନିର୍ଦ୍ଦେଶିକା ଶ୍ରୀମତୀ ଅନନ୍ୟା ଦାସ,ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ରୂପଶ୍ରୀ ରାଣୀ ଗୁମାନ ସିଂହ, ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ ଯୋଗଦେଇ ଥିଲେ । ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେବା ସହ ସ୍ଵର୍ଗତ ଗୋଦା ବରିଶ ଜଣେ ଜ୍ଞାନୀ, ଦେଶ ସେବକ, ଗୋପବନ୍ଧୁ ଦାସଙ୍କ ସହ ପଞ୍ଚସଖା ଥିଲେ ।
ଶିକ୍ଷାର ପରିବର୍ତ୍ତନ ହିଁ ସମାଜ ପରିବର୍ତ୍ତନ ବୋଲି ପ୍ରକାଶ କରିଥିଲେ । ମାନବ ସମ୍ବଳକୁ ସର୍ବୋତ୍ତମ ଶୈଖିକ୍ କରି ବିକଶିତ ଭାରତ ଓ ବିକସିତ ଓଡ଼ିଶା ୨୦୩୬ ଭିଜନକୁ ଆଖି ଆଗରେ ରଖି ଶିକ୍ଷାର ଏଭଳି ଯୁଗାନ୍ତକାରୀ ପଦକ୍ଷେପ ସରକାର ହାତକୁ ନେଇଛନ୍ତି ବୋଲି କହିଥିଲେ ।
ଶେଷରେ ଓଡ଼ିଶା ଶିକ୍ଷା କାର‌୍ୟ୍ୟକ୍ରମ ପ୍ରାଧିକରଣ ଶାସନ ସଚିବ ଡଃ ଏମ ତିରୁମାଲା ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।
ସଭାରେ ବାଣପୁର ର ବହୁ ରାଜନୈତିକ ନେତୃବୃନ୍ଦ,ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ କିଶୋର କୁମାର ପଣ୍ଡା,ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୋନାମିକା ରାୟ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଙ୍କ ସମେତ ବହୁ ସରକାରୀ ଅଧିକାରୀ , ଓସେପା ର ଅଧିକାରୀ ଓ କର୍ମଚାରୀ ବୃନ୍ଦ,ରାଜ୍ୟ ସ୍ତରୀୟ ବରିଷ୍ଟ ସରକାରୀ ଅଧିକାରୀ ଏବଂ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ ।
ଉତ୍ସବରେ ଅତିଥି ମାନଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସର୍ବ ଶେଷରେ ଓଡ଼ିଶା ଆଞ୍ଚଳିକ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ମଞ୍ଚ ଉପସ୍ଥାପିକା ଭାବେ ସୁଲଗ୍ନା ରାଉତରାୟ କାର୍ଯ୍ୟ ସମ୍ପାଦିତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031