Indus Valley Times

ଆରପାରିରେ ଲୋକନୃତ୍ୟ ଗୁରୁ ପଦ୍ମଶ୍ରୀ ଉଛବ ଚରଣ ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶୋକ

 Breaking News

ଆରପାରିରେ ଲୋକନୃତ୍ୟ ଗୁରୁ ପଦ୍ମଶ୍ରୀ ଉଛବ ଚରଣ ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶୋକ

February 26
10:56 2026

ଚୌଦ୍ବାର/କଟକ,୨୬/୨ : ବିଶିଷ୍ଟ ଘୋଡ଼ାନାଚ କଳାକାର ଉତ୍ସବ ଚରଣ ଦାସଙ୍କ ପରଲୋକ ଘଟିଛି। ଅସୁସ୍ଥତା କାରଣରୁ ଚୌଦ୍ବାରର ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। କଳା କ୍ଷେତ୍ରରେ ଅବଦାନ ପାଇଁ ୨୦୨୧ରେ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ। ପାରମ୍ପରିକ ଘୋଡ଼ାନାଚ ଉଜ୍ଜୀବିତ ରଖିବାରେ ଥିଲା ତାଙ୍କ ବିଶିଷ୍ଟ ଅବଦାନ।
କଟକ ଟାଙ୍ଗୀ ଚେଦ୍ବାରସ୍ଥିତ ମଣିଆ ଗାଁରେ ୧୯୪୫ ମସିହା ଏପ୍ରିଲ ୧୪ରେ ଜନ୍ମିତ ଉତ୍ସବ ଅଷ୍ଟମ ଶ୍ରେଣୀରେ ପିବା ବେଳୁ ଘୋ ନାଚ ପ୍ରତି ଆକର୍ଷିତ ହୋଇଥିଲେ। ୧୯୬୪ରେ ଦଶମ ପଢିବା ସମୟରେ ସଂଗୀତ କଳା ସଂସଦ ନାମରେ ଏକ ସାଂସ୍କୃତିକ ସଂଗଠନ ଗିଥିଲେ। ୧୯୬୫ରେ ଆକାଶବାଣୀର ସ୍ବୀକୃତିପ୍ରାପ୍ତ କଳାକାର ହୋଇଥିଲେ। ସାରା ଭାରତରେ ସେ ଘୋଡା ନାଚକୁ ପହଞ୍ଚାଇ ପାରିଥିଲେ। ୧୯୯୭ ମସିହାରେ ସେ ଓ ସଙ୍ଗ ୀତ ନାଟକ ଏକାଡେମୀ ସମ୍ମାନ ଲାଭ କରିଥିଲେ। ଜାତୀୟ ସ୍ତରରେ ବହୁ ପୁରସ୍କାର ସହ ୨୦୧୫ରେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରୁ ଡକ୍ଟରେଟ ଲାଭ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031