ଆସନ୍ତା ୨୩ ତାରିଖରେ ବାଂଲାଦେଶ ଛୁଇଁବ ବାତ୍ୟା : IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର
March 16
15:47
2022
ଭୁବନେଶ୍ୱର,୧୬/୩: ଆସନ୍ତା ୨୩ ତାରିଖରେ ବାଂଲାଦେଶ ଛୁଇଁବ ବାତ୍ୟା । ୨୩ ତାରିଖ ସନ୍ଧ୍ୟାରେ ବାତ୍ୟା ଆକାରରେ ଏହା ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବୋଲି ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ପାଣିପାଗ ବିଭାଗ ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୧୯ ସୁଦ୍ଧା ତାହା ଆଣ୍ଡାମାନ ସାଗରରେ ଲୋ-ପ୍ରେସର ରୂପନେବ।
କାଳକ୍ରମେ ଦିଗ ବଦଳାଇ ତାହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ୨୦ରେ ଅବପାତ ଓ ୨୧ରେ ବାତ୍ୟାର ରୂପ ନେବା ସମ୍ଭାବନା । ବାତ୍ୟା ଆକାରରେ ୨୩ ସଂଧ୍ୟାରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବ ।
ଓଡ଼ିଶା ଉପରେ ଏହି ବାତ୍ୟାର କୌଣସି ପ୍ରଭାବ ପଡ଼ିବ ନାହିଁ । ଏପରିକି ପବନ କି ବର୍ଷା ହେବନି ବୋଲି କହିଛନ୍ତି ଓଗଊ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।