Indus Valley Times

ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ପାଇଁ ଜାରିହେଲା ହେଲ୍ପଲାଇନ୍ ନମ୍ବର

 Breaking News

ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ପାଇଁ ଜାରିହେଲା ହେଲ୍ପଲାଇନ୍ ନମ୍ବର

ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ପାଇଁ ଜାରିହେଲା ହେଲ୍ପଲାଇନ୍ ନମ୍ବର
April 14
17:38 2024

ନୂଆଦିଲ୍ଲୀ, ୧୪/୪: ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ ରବିବାର ନିଜ ନାଗରିକଙ୍କ ପାଇଁ ଏକ ନୂଆ ‘ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରି’ ଜାରି କରିଛି, ଯେଉଁଥିରେ ସେମାନଙ୍କୁ ଶାନ୍ତ ରହିବା ଏବଂ ସୁରକ୍ଷା ପ୍ରୋଟୋକଲ୍ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।
ଦମାସ୍କସରେ ଇସଲାମିକ୍ ରିପବ୍ଲିକ୍ର ଏକ କୂଟନୈତିକ ପ୍ରତିଷ୍ଠାନ ଉପରେ ଇସ୍ରାଏଲ କରିଥିବା ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଇରାନ୍ ଏବଂ ତା’ର ସହଯୋଗୀମାନେ ଶନିବାର ଇସ୍ରାଏଲ ଉପରେ ୩୩୦ଟି କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଛନ୍ତି, ଯେଉଁଥିରେ ଦୁଇ ଜଣ ଶୀର୍ଷ କମାଣ୍ଡରଙ୍କ ସମେତ ଅନେକ ଲୋକ ପ୍ରାଣ ହରାଇଛନ୍ତି।
ଭାରତୀୟ ଦୂତାବାସ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରିଥିବା ’ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରି’ରେ କହିଛି ଯେ ଏହି ଅଞ୍ଚଳରେ ସାମ୍ପ୍ରତିକ ଘଟଣାକୁ ଦୃଷ୍ଟିରେ ରଖି ଇସ୍ରାଏଲରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଶାନ୍ତ ରହିବାକୁ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ସୁରକ୍ଷା ପ୍ରୋଟୋକଲପାଳନ କରିବାକୁ ପରାମର୍ଶ ଦିଆଯାଇଛି।
ଦୂତାବାସ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ଆମର ସମସ୍ତ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଇସ୍ରାଏଲ କର୍ତ୍ତୃପକ୍ଷ ଏବଂ ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ସହ ଯୋଗାଯୋଗରେ ରହିଛି। ଏଥିସହ ଭାରତୀୟ ନାଗରିକମାନେ ଦୂତାବାସରେ ନିର୍ଦ୍ଦିଷ୍ଟ ଲିଙ୍କ୍ରେ ପଞ୍ଜୀକରଣ କରିବାକୁ ଅନୁରୋଧ କରାଯାଇଛି।
ଇରାନ ଏହାର ନାଗରିକମାନଙ୍କୁ ଅନାବଶ୍ୟକ ଯାତ୍ରାରୁ ଦୂରେଇ ରହିବା, ଶାନ୍ତ ରହିବା ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦେଉଥିବା ବେଳେ ଶୁକ୍ରବାର ଦିନ ଭାରତୀୟ ଦୂତାବାସ ମଧ୍ୟ ଏକ ଆଡଭାଇଜରି ଜାରି କରିଥିଲା।
ପ୍ରଥମ ଥର ପାଇଁ ଇସ୍ଲାମିକ ରିପବ୍ଲିକ୍ ନିଜ ମାଟିରୁ ଇହୁଦୀ ରାଷ୍ଟ୍ର ଉପରେ ଆକ୍ରମଣ କରିଥିଲା। ଇସ୍ରାଏଲ ଉପରେ ଅନେକ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲେ ମଧ୍ୟ ଆମେରିକା ସମେତ କେତେକ ଦେଶ ସେମାନଙ୍କ ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ଏପର‌୍ୟ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି।
ଇସ୍ରାଏଲରେ ସ୍କୁଲ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ସୋମବାର ପର‌୍ୟ୍ୟନ୍ତ ସେମାନଙ୍କ କାର‌୍ୟ୍ୟକଳାପକୁ ସ୍ଥଗିତ ରଖିଛନ୍ତି କିନ୍ତୁ ସରକାରୀ କାର‌୍ୟ୍ୟାଳୟ ଏବଂ ବେସରକାରୀ ବ୍ୟବସାୟଗୁଡିକ ମୁଖ୍ୟତଃ ପୂର୍ବପରି କାର‌୍ୟ୍ୟ କରୁଛନ୍ତି ଏବଂ ସରକାର ସମସ୍ତଙ୍କୁ ହୋମ୍ ଫ୍ରଣ୍ଟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ)ର ମୁଖପାତ୍ର କହିଛନ୍ତି ଯେ ଇରାନ ଦ୍ୱାରା ପ୍ରକ୍ଷେପଣ କରାଯାଇଥିବା ପ୍ରାୟ ୩୩୦ଟି କ୍ଷେପଣାସ୍ତ୍ର ଏବଂ ଡ୍ରୋନ ମଧ୍ୟରୁ ୯୯ ପ୍ରତିଶତକୁ ଅଟକାଯାଇଛି, କିନ୍ତୁ ’ବିପଦ ଟଳିନାହିଁ’। ପ୍ରତିଶୋଧ ନେଲେ ଇସ୍ରାଏଲ ଅଞ୍ଚଳରେ ବଡ଼ ଧରଣର ଆକ୍ରମଣ କରିବ ବୋଲି ଇରାନ ଚେତାବନୀ ଦେଇ କହିଛି ଯେ ଯଦି ୱାଶିଂଟନ ଇରାନ ବିରୋଧରେ ଇସ୍ରାଏଲର କୌଣସି ସାମରିକ କାର‌୍ୟ୍ୟାନୁଷ୍ଠାନକୁ ସମର୍ଥନ କରେ ତେବେ ଆମେରିକୀୟ ଘାଟିକୁ ଟାର୍ଗେଟ କରାଯିବ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031