Indus Valley Times

ଉତ୍କଳ ମହିଳା ବିକାଶ ପରିଷଦର ରୌପ୍ୟ ଜୟନ୍ତୀ ପାଳନ

 Breaking News

ଉତ୍କଳ ମହିଳା ବିକାଶ ପରିଷଦର ରୌପ୍ୟ ଜୟନ୍ତୀ ପାଳନ

ଉତ୍କଳ ମହିଳା ବିକାଶ ପରିଷଦର ରୌପ୍ୟ ଜୟନ୍ତୀ ପାଳନ
June 01
11:24 2026

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧/୬ : ଉତ୍କଳ ମହିଳା ବିକାଶ ପରିଷଦ ର ରୌପ୍ୟ ଜୟନ୍ତୀ ମହାସମାରୋହରେ ପାଳନ ହୋଇଯାଇଛି।
ଏହି ରୌପ୍ୟ ଜୟନ୍ତୀ ଅତ୍ୟନ୍ତ ଆଡମ୍ବରପୂର୍ଣ୍ଣ ଓ ଭାବବିହ୍ୱଳ ପରିବେଶରେ ସୁଶ୍ରୀ ସଂଯୁକ୍ତା ମିଶ୍ରଙ୍କ ସଭାପତିତ୍ୱ ଓ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟ ଅତିଥି ଭାବେ ମ୍ୟୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗଦେଇ ମହିଳା ସଶକ୍ତିକରଣ ଓ ସମାଜ ସେବା କ୍ଷେତ୍ରରେ ପରିଷଦର ଦୀର୍ଘ ୨୫ ବର୍ଷର ଅବଦାନକୁ ଭୁୟସୀ ପ୍ରଶଂସା କରିଥିଲେ।
ସମ୍ମାନୀୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ପୁଷ୍ପାଞ୍ଜଳି ମିଶ୍ର,ପୂର୍ବତନ ମହିଳା କମିଶନର ଜ୍ୟୋତିର୍ମୟୀ ପାଣିଗ୍ରାହୀ,ସାଇବର ଇନ୍ସପେକ୍ଟର ଭାରତୀ ନାଏକ ଓ ଟାଉନ ଗାର୍ଲ୍ସ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ନରେନ୍ଦ୍ର ମିଶ୍ର ମଞ୍ଚାସୀନ ଥିଲେ।ଗଣେଶ ବନ୍ଦନାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ସଂସ୍ଥାର ଫାଉଣ୍ଡର ଦୀନବନ୍ଧୁ ମିଶ୍ରଙ୍କୁ ସ୍ୱାଗତ କରିଥିଲେ।
ସମାରୋହର ଏକ ଭାବବିହ୍ୱଳ ମୁହୂର୍ତ୍ତରେ ପରଲୋକଗତା ମଞ୍ଜୁଳା ମିଶ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।
ତାଙ୍କର ସମାଜ ସେବା ଓ ନାରୀ ଜାଗରଣ ପ୍ରତି ଅବଦାନକୁ ସ୍ମରଣ କରି ଏକ ସ୍ମୃତିଚାରଣ ପତ୍ର ତାଙ୍କ ସ୍ୱାମୀ ଶ୍ରୀ ନରେନ୍ଦ୍ର ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ରାମସ୍ୱାମୀ ମହିଳା କମିଟି,ଆଦ୍ୟାଶକ୍ତି ମହିଳା ସଂଗଠନ,କବୟିତ୍ରୀ ଡା.ବାସନ୍ତୀ ହନୁମାନ,ସମାଜସେବୀ ରୋଲିନି ଦାଶ,ପଦ୍ମାବତୀ ମେହେର ଓ ଶ୍ରୀ ନରେନ୍ଦ୍ର ମିଶ୍ରଙ୍କୁ ସମାଜସେବା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା।
ବଲାଙ୍ଗୀର ବାର ଆସୋସିଏସନ ସଦାସର୍ବଦା ଉନ୍ନୟନ ମୂଳକ ତଥା ଅନେକ ବୌଦ୍ଧିକ କାର୍ଯ୍ୟକ୍ରମ କରିଆସୁଥିବାରୁ ଓକିଲ ସଂଘଙ୍କୁ ସମ୍ମାନିତ କରାଯାଇଥିଲା।
ସମାରୋହକୁ ଆହୁରି ଆକର୍ଷଣୀୟ କରିଥିଲା ବିଭିନ୍ନ ପ୍ରକାରର ପ୍ରତିଯୋଗିତା।ରଙ୍ଗୋଳି,ଶଙ୍ଖ ଧ୍ୱନି,ହୁଳହୁଳି,ମ୍ୟୁଜିକାଲ ଚେୟାର ଓ ନୃତ୍ୟ ପ୍ରତିଯୋଗିତାରେ ବହୁ ମହିଳା ଓ ଯୁବତୀ ଅଂଶଗ୍ରହଣ କରିଥିଲେ।ଶେଷରେ ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
ରୌପ୍ୟ ଜୟନ୍ତୀ ସମାରୋହ ମାଧ୍ୟମରେ “ଉତ୍କଳ ମହିଳା ବିକାଶ ପରିଷଦ” ନାରୀ ସଶକ୍ତିକରଣ,ସାମାଜିକ ସଚେତନତା ଓ ସେବାର ଯେଉଁ ଉଜ୍ଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି କରିଛି,ତାହାକୁ ସମସ୍ତ ଅତିଥି ଓ ଉପସ୍ଥିତ ଜନସାଧାରଣ ଭୁୟସୀ ପ୍ରଶଂସା କରିଥିଲେ।ଏହି କାର‌୍ୟ୍ୟକ୍ରମ କୁ ଶ୍ରୀମତୀ ରଂଜିତା ମିଶ୍ର ପରିଚାଳନା କରିଥିବା ବେଳେ ସଭାନେତ୍ରୀ ଶ୍ରୀମତୀ କସ୍ତୁରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ।କାର‌୍ୟ୍ୟକ୍ରମ କୁ ସଫଳ କରିବା ପାଇଁ,ଆଡ଼ଭୋକେଟ ସବିତା ରାଣୀ ମିଶ୍ର,ମାଧୁରୀ ସ୍ୱାଇଁ,ମମତା ମିଶ୍ର,ଦେବବ୍ରତ ମିଶ୍ର, ସଙ୍କଳ୍ପ ପଣ୍ଡା,ରଞ୍ଜନ କୁମାର ମିଶ୍ର,ଆଶାଲତା ସେଠୀ,ସୁବାସିନୀ ମିଶ୍ର ମିଳନ ପଣ୍ଡା,ନିହାରିକା ମିଶ୍ର,ଅନିତା ମିଶ୍ର,ମମତା ସୁନା, ସୁଜାତା ନନ୍ଦ,ସଂଗୀତା ଦେଓ,ସ୍ୱରଣିକା ପଣ୍ଡା ଏବଂ ଉତ୍କଳ ମହିଳା ବିକାଶ ପରିଷଦ ର ସମସ୍ତ ସଭ୍ୟା ସମ୍ପୂର୍ଣ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31