Indus Valley Times

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ, ଡ୍ରାମା ଅଧ୍ୟାପକ ଶତ୍ରୁଘ୍ନ ସାମଲ ବହିଷ୍କୃତ

 Breaking News

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ, ଡ୍ରାମା ଅଧ୍ୟାପକ ଶତ୍ରୁଘ୍ନ ସାମଲ ବହିଷ୍କୃତ

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ, ଡ୍ରାମା ଅଧ୍ୟାପକ ଶତ୍ରୁଘ୍ନ ସାମଲ ବହିଷ୍କୃତ
December 04
19:14 2025

ଭୁବନେଶ୍ୱର , ୪/୧୨ : ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ଘଟଣାରେ ଆକ୍ସନ ମୋଡରେ ସଂସ୍କୃତି ବିଭାଗ।
ଅଭିଯୁକ୍ତ ସମ୍ପୃକ୍ତ ଡ୍ରାମା ବିଭାଗର ଅଧ୍ୟାପକଙ୍କୁ ବହିଷ୍କୃତ କରାଯାଇଛି। ଛାତ୍ରୀଙ୍କ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସଙ୍ଗୀତ ମହାବିଦ୍ୟାଳୟ ପ୍ରିନ୍ସିପାଲ।
ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ପରେ ଜୋରଦାର ହଙ୍ଗାମା ହୋଇଥିଲା। କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇବା ସହ ରାଜରାସ୍ତା ଘେରିଥିଲେ ଛାତ୍ରଛାତ୍ରୀ।
ଡ୍ରାମା ବିଭାଗର ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ ପରେ, ମହାବିଦ୍ୟାଳୟ ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । ସମ୍ପୃକ୍ତ ଅଧ୍ୟାପକଙ୍କୁ ନିଲମ୍ୱନ ଓ ଗିରଫ ଦାବିରେ ଅଡ଼ି ବସିଥିଲେ ଛାତ୍ରଛାତ୍ରୀ।
ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାଶ ସଙ୍ଗୀତ ମହାବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଶେଷରେ ସମ୍ପୃକ୍ତ ଅଧ୍ୟାପକଙ୍କୁ ବହିଷ୍କାର କରାଯାଇଛି।
ଅଭିଯୁକ୍ତ ଅଧ୍ୟାପକ ଶତ୍ରୁଘ୍ନ ସାମଲ ଗତ ଜୁନ୍ ମାସରେ ଅତିଥି ଅଧ୍ୟାପକ ଭାବେ କଲେଜରେ ଯୋଗଦେଇଥିଲେ। ତାଙ୍କ ନାଁରେ ‘ଖରାପ ସ୍ପର୍ଶ’, ଯୌନ ଇଙ୍ଗିତ, ଓ ଭଲ ଗ୍ରେଡ୍ ବା ସୁବିଧା ଦେବା ଲୋଭ ଦେଖାଇ ଶାରୀରିକ ସମ୍ପର୍କ ପାଇଁ ପ୍ରବର୍ତ୍ତାଇବା ଭଳି ସଙ୍ଗୀନ ଅଭିଯୋଗ ଥିଲା। ଏହି ଘଟଣାକୁ ନେଇ ଛାତ୍ରୀମାନେ କ୍ୟାମ୍ପସରେ ହଙ୍ଗାମା କରିବା ସହ ରାଜରାସ୍ତା ଅବରୋଧ କରି ତୁରନ୍ତ ଅଭିଯୁକ୍ତଙ୍କୁ ବହିଷ୍କାର କରିବାକୁ ଦାବି କରିଥିଲେ। ବିକ୍ଷୋଭ ସମୟରେ ଜଣେ ଛାତ୍ରୀ ଅସୁସ୍ଥ ହୋଇ ମେଡିକାଲ୍ ଯାଇଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031