Indus Valley Times

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀଙ୍କ ଆତ୍ମସମର୍ପଣ

 Breaking News

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀଙ୍କ ଆତ୍ମସମର୍ପଣ

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀଙ୍କ ଆତ୍ମସମର୍ପଣ
November 02
14:04 2026

ପାରଳାଖେମୁଣ୍ଡି, ୨/୧୧ : ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଶେଷରେ ଆତ୍ମସମର୍ପଣ କରିଛନ୍ତି ସ୍ତ୍ରୀ ତଥା ମାମଲାର ଅଭିଯୁକ୍ତ ବିଦ୍ୟାଭାରତୀ ପଣ୍ଡା।
ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍ କୋର୍ଟରେ ବିଦ୍ୟାଭାରତୀ ଆତ୍ମସମର୍ପଣ କରିଛନ୍ତି। ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଖାରଜ ପରେ ସେ ଆତ୍ମସମର୍ପଣ କରିଛନ୍ତି।
ପ୍ରକାଶ ଯେ, ୨୦୨୧ରେ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା।
ମୃତ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ତତ୍କାଳୀନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ରୋଷେୟା ମନ୍ମଥ କୁମ୍ଭ ଓ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ।
ଏହି ମାମଲାରେ ଦୀର୍ଘଦିନ ଧରି ଅଦାଲତରେ ହାଜର ହେବାରୁ ଅଭିଯୁକ୍ତମାନେ ଦୂରେଇ ରହିଥିବାବେଳେ ସର୍ବୋଚ୍ଚ ନ୍ୟାୟାଳୟ ସେମାନଙ୍କ ଆବେଦନ ଖାରଜ କରି ଏସ୍‌ଡିଜେଏମ୍ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପୂର୍ବତନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ ଗତ ଦୁଇ ମାସ ମଧ୍ୟରେ କୋର୍ଟରେ ହାଜର ହୋଇ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି।
ଏବେ ବିଦ୍ୟାଭାରତୀ କୋର୍ଟରେ ପହଞ୍ଚିଥିବାରୁ ମାମଲାର ପରବର୍ତ୍ତୀ ଶୁଣାଣି ଓ ଅଦାଲତଙ୍କ ନିର୍ଦ୍ଦେଶ ଉପରେ ସମସ୍ତଙ୍କ ନଜର ରହିଛି।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30