Indus Valley Times

‘ଏହି ବିଜୟ ପାଇଁ ମୁଁ ଭାରତର ଯୁବପିଢ଼ିଙ୍କୁ ଅଭିନନ୍ଦନ ଜଣାଉଛି, ସେମାନଙ୍କ କଥା ଶୁଣିବା ଆମ ଦାୟିତ୍ଵ’

 Breaking News

‘ଏହି ବିଜୟ ପାଇଁ ମୁଁ ଭାରତର ଯୁବପିଢ଼ିଙ୍କୁ ଅଭିନନ୍ଦନ ଜଣାଉଛି, ସେମାନଙ୍କ କଥା ଶୁଣିବା ଆମ ଦାୟିତ୍ଵ’

‘ଏହି ବିଜୟ ପାଇଁ ମୁଁ ଭାରତର ଯୁବପିଢ଼ିଙ୍କୁ ଅଭିନନ୍ଦନ ଜଣାଉଛି, ସେମାନଙ୍କ କଥା ଶୁଣିବା ଆମ ଦାୟିତ୍ଵ’
July 25
19:31 2026

ଭୁବନେଶ୍ୱର,୨୫/୭: ନିଟ୍ ପେପର ଲିକ୍ ବିବାଦକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି। ଇତିମଧ୍ୟରେ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ ସେମାନଙ୍କର ପ୍ରତିକ୍ରିୟା ରଖୁଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ମଧ୍ୟ ଏହି ଘଟଣାରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି।
ଏଥିରେ ସେ କହିଛନ୍ତି, ଏହି ବିଜୟ ପାଇଁ ମୁଁ ଭାରତର ଯୁବପିଢ଼ିଙ୍କୁ, ବିଶେଷକରି Gen-Zଙ୍କୁ ଅଭିନନ୍ଦନ ଜଣାଉଛି। ଜନମତ ପ୍ରତି ଉତ୍ତରଦାୟିତ୍ୱ ଏବଂ ସମ୍ବେଦନଶୀଳତା ଏକ ଦୃଢ଼ ଗଣତନ୍ତ୍ରର ଅବିଚ୍ଛେଦ୍ୟ ମୂଲ୍ୟବୋଧ। ଲୋକଙ୍କ ଇଚ୍ଛାଠାରୁ କେହି ଊର୍ଦ୍ଧ୍ୱରେ ନୁହନ୍ତି। ଆମ ଲୋକଙ୍କ ବିଶେଷକରି ଯୁବପିଢ଼ିଙ୍କ ସ୍ବର ଶୁଣିବାକୁ ଯୋଗ୍ୟ। ଭାରତର ଭବିଷ୍ୟତ ଯୁବପିଢ଼ିଙ୍କର। ମୁଁ ସେମାନଙ୍କୁ ଶୁଭକାମନା ଜଣାଉଛି ବୋଲି ନବୀନ ତାଙ୍କ ଫେସ୍‌ବୁକ୍ ପେଜ୍‌ରେ ଲେଖିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930