Indus Valley Times

ଓଡ଼ିଆ ନବବର୍ଷରେ ଉଦଘାଟିତ ହେଲା ନୂତନ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ

 Breaking News

ଓଡ଼ିଆ ନବବର୍ଷରେ ଉଦଘାଟିତ ହେଲା ନୂତନ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ

ଓଡ଼ିଆ ନବବର୍ଷରେ ଉଦଘାଟିତ ହେଲା ନୂତନ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ
April 15
09:48 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୫/୪ : ସ୍ଥାନୀୟ ଶ୍ରୀରାମ ନଗର (ଟେଲିଫୋନ ଅଫିସ ନିକଟ) ଠାରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜନ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠର ନୂତନ ଗୃହ ଓଡ଼ିଆ ନବ ବର୍ଷରେ ଉଦଘାଟିତ ହୋଇଯାଇଛି। ଶ୍ରୀ ଜଗଦ୍ଦେବ ହୋମ, ଯଜ୍ଞ ଓ ପୂଜାପାଠ କରିବା ପରେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ସହ ତୁରନ୍ତ ସମାଧାନ ପାଇଁ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ।
ଏହି ଅବସରରେ ବିଧାୟକ ଶତାଧିକ ଲୋକଙ୍କୁ ଶ୍ରୀମଦ୍ ଭଗବତ ଗୀତା ପୁସ୍ତକ ବଣ୍ଟନ କରିଥିଲେ । ତେବେ ଏହି ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ ପ୍ରତ୍ୟେକ ଦିନ ଖୋଲା ରହିବା ସହ ସପ୍ତାହକୁ ତିନି ଦିନ ବିଧାୟକ ନିଜେ ଉପସ୍ଥିତ ରହି ଲୋକଙ୍କ ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ଶୁଣି, ସମାଧାନ କରିବେ ବୋଲି ପ୍ରକାଶ କରିଛନ୍ତି।
ଶେଷରେ ଉପସ୍ଥିତ ଜନସାଧାରଣଙ୍କୁ ବିଧାୟକ ଓଡ଼ିଶା ନବବର୍ଷର ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ସମସ୍ତଙ୍କ ପାଇଁ ପଣା ଓ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031