Indus Valley Times

‘ଓଡ଼ିଆ ପୁଅକୁ ବାହା ହୋଇଛନ୍ତି, ମାସେ ପୁରିନି ଶ୍ବଶୁର ଘରକୁ ଧମକ ଦେଉଛନ୍ତି’

 Breaking News

‘ଓଡ଼ିଆ ପୁଅକୁ ବାହା ହୋଇଛନ୍ତି, ମାସେ ପୁରିନି ଶ୍ବଶୁର ଘରକୁ ଧମକ ଦେଉଛନ୍ତି’

‘ଓଡ଼ିଆ ପୁଅକୁ ବାହା ହୋଇଛନ୍ତି, ମାସେ ପୁରିନି ଶ୍ବଶୁର ଘରକୁ ଧମକ ଦେଉଛନ୍ତି’
July 11
18:41 2025

ଭୁବନେଶ୍ୱର, ୧୧/୭ : ଝାରୁସୁଗୁଡ଼ାରେ ବାଂଲାଦେଶୀ ଶ୍ରମିକଙ୍କୁ ଅଟକ ରଖିବା ମାମଲାରେ ଓଡ଼ିଶା ସରକାରଙ୍କୁ ଧମକ ଦେଇଥିବା ପଶ୍ଚିମବଙ୍ଗ କ୍ରୀଷ୍ଣାନଗର ସାଂସଦ ତଥା ବିଜେଡ଼ି ନେତା ପିନାକୀ ମିଶ୍ରଙ୍କ ପତ୍ନୀ ମହୁଆ ମୋଇତ୍ରଙ୍କୁ କଡ଼ା ଜବାବ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ଓଡ଼ିଆ ପୁଅକୁ ବାହା ହୋଇଛନ୍ତି, ମାସେ ପୂରିନି ଶଶୁର ଘରକୁ ଧମକ ଦେଉଛନ୍ତି । ଇଂରେଜମାନେ ଓଡ଼ିଶାକୁ ଧମକାଇ ପାରିଲେ ନାହିଁ, ମହୁଆ କିଏ ବୋଲି ପ୍ରଶ୍ନ କରିଛନ୍ତି ସୁରେଶ ପୂଜାରୀ ।
ରାଜସ୍ୱ ମନ୍ତ୍ରୀ ମହୁଆଙ୍କୁ ତାତ୍ସଲ୍ୟ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ମହୁଆ ମୋଇତ୍ର ଯାହା କୁହନ୍ତି ସେ ନିଜେ ବୁଝନ୍ତି ନାହିଁ । ମହୁଆ ଲୋକସଭାରୁ ବିତାଡ଼ିତ ହୋଇଥିଲେ, ସେ କ\’ଣ ଓଡ଼ିଶାକୁ ଧମକ ଦେବେ ।
ମନ୍ତ୍ରୀ ଆହୁରି କହିଛନ୍ତି ଓଡ଼ିଆ ପୁଅକୁ (ପିନାକୀ ମିଶ୍ର) ବିବାହା କରିଛନ୍ତି, ମାସେ ନ ପୁରୁଣୁ ଶଶୁର ଘରକୁ ଧମକ ଦେଉଛନ୍ତି । ଶାଶୂ ଘର ଓଡ଼ିଶାରେ କଲେ କିନ୍ତୁ ମହୁଆଙ୍କ ମନ ଓ ଶରୀର ବଙ୍ଗଳାରେ ଅଛି । ଯେଉଁଠି ଇଂରେଜମାନେ ଓଡ଼ିଶାକୁ ଧମକାଇ ପାରିଲେ ନାହିଁ ମହୁଆ କିଏ ବୋଲି ପଚାରିଛନ୍ତି ସୁରେଶ ପୂଜାରୀ । ସେ ଓଡ଼ିଶା ପ୍ରତି ଦୃଷ୍ଟି ନ ଦେଇ ଯଦି ବେଙ୍ଗଲ ପ୍ରତି ଦୃଷ୍ଟି ଦିଅନ୍ତେ ମଙ୍ଗଳ ହୁଅନ୍ତା ବୋଲି କଟାକ୍ଷ କରିଛନ୍ତି ମନ୍ତ୍ରୀ ।
ଗତ କିଛି ଦିନ ତଳେ ଝାରୁସୁଗୁଡ଼ାରେ ଏସଟିଏଫ୍ ଦ୍ୱାରା ଅଟକ ଥିବା ବଙ୍ଗୀୟ ଶ୍ରମିକଙ୍କୁ ତୁରନ୍ତ ଛାଡ଼ିବାକୁ ମହୁଆ ଓଡ଼ିଶା ସରକାରଙ୍କୁ ଧମକ ଦେଇଥିଲେ । ସେମାନଙ୍କୁ ବେଆଇନଭାବେ ଅଟକ ରଖାଯାଇଛି । ଅଟକ ଶ୍ରମିକଙ୍କୁ ଯଥାଶୀଘ୍ର ମୁକ୍ତ କରିବାକୁ ଦାବି କରିଥିଲେ । ଯଦି ସେମାନଙ୍କୁ ଛଡ଼ା ନ ଯାଏ ସେ କୋର୍ଟରେ ମାମଲା ରୁଜୁ କରିବା ସହିତ ନିଜେ ଘଟଣା ସ୍ଥଳକୁ ଆସିବେ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ମେ ମାସରେ ମହୁଆ ମୋଇତ୍ର ଏବଂ ପିନାକୀ ମିଶ୍ର ପରସ୍ପରକୁ ଜର୍ମାନୀରେ ବିବାହ କରିଥିବାରୁ ଖବର ଆସିଥିଲା । ଉଭୟଙ୍କ ବିବାହ ଫଟୋ ଏବଂ ଏକାଠି ନାଚର ଭିଡ଼ିଓ ଜୁନ ମାସରେ ଭାଇରାଲ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31