Indus Valley Times

ଓଡ଼ିଶା ମାଟି ତଳେ ଧନର ଭଣ୍ଡାର; ମିଳିଲା ହୀରା, ମାଣିକ୍ୟ ଓ ସୁନାର ନୂଆ ଖୋଜ, ମନ୍ତ୍ରୀ କହିଲେ ରାଜ୍ୟରେ ଖଣିଜ ସମ୍ଭାବନାର ନୂଆ ଅଧ୍ୟାୟ

 Breaking News

March 19
18:23 2026

ଭୁବନେଶ୍ୱର, ୧୯/୩: ଆଉ ଗହଣା ପାଇଁ ଟେନ୍‌ସନ୍ ନାହିଁ । ଦାମ୍ ଯେତେ ହେଲେ ବି ଚିନ୍ତା ଯିବ । କାରଣ ଆମ ରାଜ୍ୟରେ ଗଚ୍ଛିତ ଅଛି ପୁଳା ପୁଳା ଗହଣା । ଓଡିଶା ମାଟି ତଳେ ହୀରାର ଭଣ୍ଡାର । ଖାସ୍ କରି ନୂଆପଡାରେ ହୀରା ଖଣିର ସନ୍ଧାନ ହୋଇଛି । ସେହିଭଳି କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକ ର ହିଞ୍ଜିଳିବାହାଲ-ଜିଲିଙ୍ଗିବାର ଠାରେ ମାଣିକ ଥିବାର ଚିହ୍ନଟ ହୋଇଛି ।
ସୂଚନା ଥାଉକି, ନୂଆପଡା ଜିଲ୍ଲାର ନୂଆପଡା ବ୍ଲକ ଅନ୍ତର୍ଗତ କାଲମିଦାଦର ଠାରେ ହୀରାପଥର ଥିବାର ଚିହ୍ନଟ ହୋଇଛି । ଏହାର ବୈଷୟିକ, ଅର୍ଥନୈତିକ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମୂଲ୍ୟାୟନ କାର‌୍ୟ୍ୟ ଚାଲୁଅଛି । ସେହିପରି କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକର ହିଞ୍ଜିଳିବାହାଲ-ଜିଲିଙ୍ଗିବାର ଠାରେ ମାଣିକ ଥିବାର ଚିହ୍ନଟ ହୋଇଛି । ବର୍ତ୍ତମାନ ସୁଦ୍ଧା ଓଡିଶାରେ କୌଣସି ମୋତି ଖଣି ଚିହ୍ନଟ କରାଯାଇ ନାହିଁ ।
ରାଜ୍ୟରେ ଦେବଗଡ ଜିଲ୍ଲାର ରିଆମାଳ ବ୍ଲକ ଅନ୍ତର୍ଗତ ଆଦାସ-ରାମପାଲ୍ଲୀ ଅଞ୍ଚଳରେ ତମ୍ଵାବାହୀ ପଥର, ଗ୍ରାଫାଇଟ୍, ନିକେଲ ସହିତ ସୁନା ଥିବାର ଜଣାପଡିଛି । ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ଅନ୍ତର୍ଗତ ମଦନାସାହି-କାଞ୍ଜିଆ ଅଞ୍ଚଳରେ ତମ୍ବାବାହୀ ପଥର ସହିତ ସୁନା ଥିବାର ଆକଳନ ହୋଇଛି ଓ କେନ୍ଦୁଝର ଜିଲ୍ଲାର ବଂଶପାଳ ବ୍ଲକ ଅନ୍ତର୍ଗତ ଗୋପୁର-ଜଳଡ଼ିହି ଅଞ୍ଚଳରେ ସୁନାପଥର ଥିବାର ସନ୍ଧାନ ମିଳିଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031