Indus Valley Times

ଓଡ଼ିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ୍ କରିବା ଘଟଣା, ମାଷ୍ଟରମାଇଣ୍ଡର ଆଉ ଦୁଇ ସହଯୋଗୀ ଅଟକ

 Breaking News

ଓଡ଼ିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ୍ କରିବା ଘଟଣା, ମାଷ୍ଟରମାଇଣ୍ଡର ଆଉ ଦୁଇ ସହଯୋଗୀ ଅଟକ

ଓଡ଼ିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ୍ କରିବା ଘଟଣା, ମାଷ୍ଟରମାଇଣ୍ଡର ଆଉ ଦୁଇ ସହଯୋଗୀ ଅଟକ
May 21
10:49 2023

ଭୁବନେଶ୍ବର,୨୧/୫: ଓଡିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣାର ମାଷ୍ଟରମାଇଣ୍ଡ ପଠାଣିସାମନ୍ତ ଲେଙ୍କାର ଦୁଇ ସହଯୋଗୀ ଅଟକ। ଦେଶଦ୍ରୋହୀ କାର୍ଯ୍ୟ କରୁଥିବା ଅଭିଯୋଗରେ ଯାଜପୁରରୁ ଦୁଇଜଣଙ୍କୁ ଏସଟିଏଫ୍ ଉଠାଇଥିବା ଜଣାଯାଇଛି। ଏଣେ ଖୁବଶୀଘ୍ର ଫରେନ୍ସିକ ଲ୍ୟାବକୁ ଯିବ ଅଭିଯୁକ୍ତଙ୍କ ମୋବାଇଲ। ଏନଆଇଏ ଓ ଆଇବିକୁ ଏସଟିଏଫ୍ ସମସ୍ତ ତଥ୍ୟ ଦେଇଛି। ଆଇଟି ଏକ୍ସପର୍ଟ ଆବଶ୍ୟକସ୍ଥଳେ ସୋସିଆଲ ମିଡିଆ ବ୍ୟବହାର ନେଇ ଯାଞ୍ଚ କରିବେ ବୋଲି ସୂଚନା ରହିଛି। ଆଗରୁ ଏହି ମାମଲାରେ ତିନିଜଣଙ୍କୁ ଗିରଫ କରାଯାଇଛି।
ତେଣେ ସୋମବାରଠାରୁ ରିମାଣ୍ଡରେ ଆସିବ ପଠାଣି ସାମନ୍ତ ଲେଙ୍କା। ତାର ଦିଲ୍ଲୀ, ରାଜସ୍ତାନ, ଗୁଜୁରାଟ ଓ ପଶ୍ଚିମବଙ୍ଗରେ ଥିବା ପାକିସ୍ତାନି ଆଇଏସଆଇ ଏଜେଣ୍ଟଙ୍କ ସହ ସମ୍ପର୍କ ଥିବା ନେଇ ତଦନ୍ତ ବେଳେ ଏସଟିଏଫକୁ ସାଙ୍ଘାତିକ ତଥ୍ୟ ମିଳିଛି। ଏହାଛଡ଼ା କେଉଁ କେଉଁ ଅଂଚଳରୁ ସିମକାର୍ଡ କିଣା ହୋଇଥିଲା ସେନେଇ ଚାଲିଛି ଖୋଳତାଡ଼ କେବେଠାରୁ ପାକିସ୍ତାନ ଆଇଏସଆଇଏଜେଣ୍ଟ ଲିଙ୍କରେ ଥିଲେ ତାର ତଦନ୍ତ ଚାଲିଛି। ପୂର୍ବରୁ ଅଫିସିଆଲ ଡାଟା ଲିକ ନେଇ ଜଲପାଇଗୁଡି ଥାନାରେ ରହିଛି ମାମଲା।ସେପଟେ ଟେଲିକମ ପ୍ରୋଭାଇଡରଙ୍କୁ ମଧ୍ୟ ସ୍କାନରକୁ ନେଇଛି ଏସଟିଏଫ୍। ଟ୍ରାଞ୍ଜାକ୍ସନ ଯାଞ୍ଚ ପାଇଁ ନ୍ୟାସନ୍ୟାଲ ପେମେଣ୍ଟ କର୍ପୋରେସନକୁ ବି ଚିଠି ଲେଖାଯାଇଛି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031