Indus Valley Times

ଓଡ଼ିଶାରେ ୧୨ ଦିନ ଲୁଚିଥିଲା ଗୁଡୁ ମୁସଲିମ, ପୁଲିସକୁ ଚକମା ଦେବାକୁ ବଢ଼ାଇଛି ଦାଢ଼ି

 Breaking News

ଓଡ଼ିଶାରେ ୧୨ ଦିନ ଲୁଚିଥିଲା ଗୁଡୁ ମୁସଲିମ, ପୁଲିସକୁ ଚକମା ଦେବାକୁ ବଢ଼ାଇଛି ଦାଢ଼ି

ଓଡ଼ିଶାରେ ୧୨ ଦିନ ଲୁଚିଥିଲା ଗୁଡୁ ମୁସଲିମ, ପୁଲିସକୁ ଚକମା ଦେବାକୁ ବଢ଼ାଇଛି ଦାଢ଼ି
April 25
16:14 2023

ଭୁବନେଶ୍ବର,୨୫/୪: ପୂର୍ବତନ ସାଂସଦ ତଥା ଗ୍ୟାଙ୍ଗଷ୍ଟର ଅତିକ ଅହମଦର ଘନିଷ୍ଠ ସହଯୋଗୀ ତଥା କୁଖ୍ୟାତ ଅପରାଧୀ ଗୁଡ୍ଡୁ ମୁସଲିମକୁ ଧରିବା ପାଇଁ ଉତ୍ତର ପ୍ରଦେଶ ଏସ୍ଟିଏଫ୍ର ଜୋରଦାର ଉଦ୍ୟମ କରୁଥିଲେ ବି ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ।
ଏସ୍ଟିଏଫ୍ର ସ୍ବତନ୍ତ୍ର ଟିମ୍ ଦେଶର ଏକାଧିକ ସହରରେ ଚଢ଼ଉ କରୁଥିଲେ ବି ଗୁଡ୍ଡୁ ପାଖରେ ପହଞ୍ଚି ପାରୁ ନାହାନ୍ତି। ଏହାରି ମଧ୍ୟରେ ଗୁଡ୍ଡୁକୁ ନେଇ ବଡ ଖବର ସାମ୍ନାକୁ ଆସିଛି। ସେ କିଛି ଦିନ ବରଗଡରେ ଥିବା ନେଇ ସୂଚନା ମିଳିଛି। ସେ ଗତ ଏପ୍ରିଲ ୨ରୁ ୧୩ ଯାଏ ଓଡ଼ିଶାରେ ଲୁଚିଥିଲା ବୋଲି ଚର୍ଚ୍ଚା ହେଉଛି।
ସବୁବେଳେ କ୍ଲିନସେଭ ହେଉଥିବା ଗୁଡୁ ମୁସଲିମ ଏବେ ପୁଲିସ୍କୁ ଚକମା ଦେବା ପାଇଁ ଦାଢ଼ି ମଧ୍ୟ ବଢ଼ାଇଛି। ଓଡ଼ିଶାରେ କିଛି ଦିନ ରହିବା ପରେ ବର୍ତ୍ତମାନ ସେ ଛତିଶଡ଼ଗରେ ରହିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ଏହା ପରେ ସେ ଛତିଶଗଡ ଚାଲିଯାଇଥିଲା ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଛତିଶଗଡ଼ ଯିବା ବେଳେ ସେ ନିଜର ବ୍ୟାଗ ଛାଡିଯାଇଥିଲା। ଫେରାର ପୂର୍ବରୁ ସେ ଓଡ଼ିଶାରେ ୧୨ ଦିନ ରହିଥିଲା ନେଇ ଚର୍ଚ୍ଚା ହେଉଛି। ସେ ମିରଟ, ଆଜମେର, ଝାନସି, ନାସିକ, ପୁଣେ ପରେ ସେ ବରଗଡ଼ ଆସିଥିଲା।
ପ୍ରୟାଗରାଜରେ ଗତ ଫେବ୍ରୁଆରି ୨୪ ତାରିଖରେ ବହୁଚର୍ଚ୍ଚିତ ଉମେଶ ପାଲ ହତ୍ୟାଘଟଣାର ୧୦ ଅଭିଯୁକ୍ତମାନଙ୍କ ମଧ୍ୟରୁ ଅନ୍ୟତମ କୁହାଯାଉଥିବା ଗୁଡ୍ଡୁ ମୁସଲିମ୍ ବିଭିନ୍ନ ରାଜ୍ୟରେ ଲୁଚିବା ପରେ ଶେଷରେ ପୁରୀରେ ପହଞ୍ଚିଥିଲା। ଲୋକେସନ୍ ଟ୍ରାକ୍ କରି ଉତ୍ତର ପ୍ରଦେଶ ଏସଟିଏଫ ପୁରୀରେ ପହଞ୍ଚିଥିଲା। କିନ୍ତୁ ଏସ୍ଟିଏଫ୍ ତାପାଖରେ ପହଞ୍ଚିବା ପୂର୍ବରୁ ସେ ଫେରାର ହୋଇଯାଇଥିଲା ବୋଲି ଚର୍ଚ୍ଚା ହେଉଛି।
ଉମେଶ ପାଲ୍ ହତ୍ୟାଘଟଣାର ଅଭିଯୁକ୍ତମାନଙ୍କ ମଧ୍ୟରୁ ୬ ଜଣ ପ୍ରାଣ ହରାଇ ସାରିଥିବା ବେଳେ ଗୁଡ୍ଡୁ ମୁସଲିମ ସମେତ ଆଉ ୪ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି। ଗୁଡ୍ଡୁ ମୁସଲିମ ଜଣେ ବୋମା ବିଶେଷଜ୍ଞ ଭାବେ ବେଶ ପରିଚିତ ବୋଲି ପୁଲିସ କହିଛି। ପ୍ରୟାଗରାଜରେ ସେ ଉମେଶ ପାଲଙ୍କୁ ହତ୍ୟା କରିବା ପୂର୍ବରୁ ପ୍ରଥମେ ବୋମା ମାଡ଼ କରିଥିଲା। ଗୁଡ୍ଡୁ ମୁସଲିମକୁ ଧରିବା ପାଇଁ ପୁଲିସ୍ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି।
ଅତିକଙ୍କ ଭାଇ ଅସରଫ ଗୁଳିମାଡ଼ରେ ପ୍ରାଣ ହରାଇବାର ଠିକ ପୂର୍ବରୁ ଗଣମାଧ୍ୟମର ପ୍ରତିନିଧିଙ୍କ ଆଗରେ ଗୁଡ୍ଡୁ ମୁସଲିମର ନାଁ ମଧ୍ୟ ନେଇଥିଲେ। ସେ କହିଥିଲେ ଯେ “ମୁଖ୍ୟ କଥା ହେଲା ଗୁଡ୍ଡୁ ମୁଲସଲିମଟ୍ଟ।” ବାସ ସେ ଏତିକି କହିଥିବା ବେଳକୁ ଗତ ଶନିବାର ରାତି ପ୍ରାୟ ୧୦ଟାରେ ସାମ୍ବାଦିକ ବେଶଧାରୀ ୩ ଜଣ ଯୁବକ ଅତିକ ଓ ଅସରଫଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହାପୂର୍ବରୁ ଉତ୍ତର ପ୍ରଦେଶ ଏସଟିଏଫ ଝାନସୀରେ ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ଥିବା ଅତିକଙ୍କ ପୁଅ ଅସଦ ଓ ଗୁଲାମକୁ ଏନକାଉଣ୍ଟର କରିଥିଲା।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031