Indus Valley Times

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ଆସାମ, ମିଜୋରାମ ଓ ମହାରାଷ୍ଟ୍ର ପୁଲିସର ସହାୟତା ନେବ ଏସଟିଏଫ୍ !

 Breaking News

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ଆସାମ, ମିଜୋରାମ ଓ ମହାରାଷ୍ଟ୍ର ପୁଲିସର ସହାୟତା ନେବ ଏସଟିଏଫ୍ !

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ଆସାମ, ମିଜୋରାମ ଓ ମହାରାଷ୍ଟ୍ର ପୁଲିସର ସହାୟତା ନେବ ଏସଟିଏଫ୍ !
September 15
12:11 2026


ଭୁବନେଶ୍ବର, ୧୫/୯ : ବାଲେଶ୍ବର ଜିଲ୍ଲାରୁ ଉଦ୍ଧାର କରାଯାଇଥିବା ୫ଟି ଦୁର୍ଲଭ ଓରାଙ୍ଗଉଟାନ ଶିଶୁଙ୍କୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହିଥିବା ଏହି ସମସ୍ତ ଶିଶୁ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ସ୍ୱାଭାବିକ ଏବଂ ସ୍ଥିର ରହିଛି ବୋଲି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।
ନନ୍ଦନକାନନର ଉପନିର୍ଦ୍ଦେଶକ ପ୍ରଦୀପ ମିରାସେ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଡାକ୍ତରି ରିପୋର୍ଟ ଜାରି କରି ଏହି ସୂଚନା ଦେଇଛନ୍ତି। ଚିଡ଼ିଆଖାନାର ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରର ସଙ୍ଗରୋଧ (Quarantine) କକ୍ଷରେ ଥିବା ସମସ୍ତ ୫ ଶିଶୁ ଓରାଂଓଟାନ୍‌ଙ୍କୁ ବିଶେଷଜ୍ଞ ଓ ପ୍ରାଣୀ ଚିକିତ୍ସକଙ୍କ ନିରୀକ୍ଷଣରେ ରଖାଯାଇଛି।
ରିପୋର୍ଟ ଅନୁଯାୟୀ, ଉଦ୍ଧାର ହୋଇଥିବା ୩ଟି ଅଣ୍ଡିରା ଏବଂ ୨ଟି ମାଈ ଓରାଙ୍ଗଉଟାନଙ୍କ ଶରୀରର ଓଜନ ଏବଂ ତାପମାତ୍ରା ନିୟମିତ ଭାବେ ଯାଞ୍ଚ କରାଯାଉଛି। ପ୍ରଥମ ଅଣ୍ଡିରା ଶିଶୁର ଓଜନ ୪.୯୯୦ କେଜି ଓ ତାପମାତ୍ରା ୯୮.୩ ଡିଗ୍ରୀ ଫାରେନ୍‌ହାଇଟ୍ ଥିବାବେଳେ, ଦ୍ୱିତୀୟ ଅଣ୍ଡିରାଟିର ଓଜନ ୩.୪୭୦ କେଜି ଓ ତାପମାତ୍ରା ୯୯ ଡିଗ୍ରୀ ଫାରେନ୍‌ହାଇଟ୍ ରହିଛି।
ସେହିପରି ତୃତୀୟ ଅଣ୍ଡିରା ଶିଶୁର ଓଜନ ୨.୮୫୦ କେଜି ଏବଂ ତାପମାତ୍ରା ୯୮.୨ ଡିଗ୍ରୀ ଫାରେନ୍‌ହାଇଟ୍ ରହିଛି। ଅନ୍ୟପକ୍ଷରେ, ଦୁଇଟି ମାଈ ଶିଶୁ ମଧ୍ୟରୁ ପ୍ରଥମଟିର ଓଜନ ୪.୧୩ କେଜି ଓ ତାପମାତ୍ରା ୯୮.୮ ଡିଗ୍ରୀ ଫାରେନ୍‌ହାଇଟ୍ ଥିବାବେଳେ ଦ୍ୱିତୀୟ ମାଈ ଶିଶୁର ଓଜନ ୨.୦୮୦ କେଜି ଓ ତାପମାତ୍ରା ୯୮.୪ ଡିଗ୍ରୀ ଫାରେନ୍‌ହାଇଟ୍ ରହିଛି।
ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ କହିବାନୁସାରେ, ସମସ୍ତ ୫ଟି ଶିଶୁ ଓରାଙ୍ଗଉଟାନ ବର୍ତ୍ତମାନ ଶାନ୍ତିପୂର୍ଣ୍ଣ ଭାବେ ବିଶ୍ରାମ ନେଉଛନ୍ତି। ଏହାସହ ଚିକିତ୍ସା କେନ୍ଦ୍ରରେ କରାଯାଇଥିବା ମଳ ନମୂନା ପରୀକ୍ଷାରୁ ଜଣାପଡ଼ିଛି ଯେ, ପୂର୍ବରୁ ଚିନ୍ତାଜନକ ଥିବା \’ବାଲାଣ୍ଟିଡିୟମ୍ କୋଲାଇ\’ର ମାତ୍ରା ଗତକାଲି ତୁଳନାରେ ବେଶ୍ ହ୍ରାସ ପାଇଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930