Indus Valley Times

ଓସ୍କାର୍ ୨୦୨୩ ଉପସ୍ଥାପକ ତାଲିକାରେ ସାମିଲ ହେଲେ ଦୀପିକା ପଦୁକୋନ୍

 Breaking News

ଓସ୍କାର୍ ୨୦୨୩ ଉପସ୍ଥାପକ ତାଲିକାରେ ସାମିଲ ହେଲେ ଦୀପିକା ପଦୁକୋନ୍

ଓସ୍କାର୍ ୨୦୨୩ ଉପସ୍ଥାପକ ତାଲିକାରେ ସାମିଲ ହେଲେ ଦୀପିକା ପଦୁକୋନ୍
March 03
16:40 2023

ମୁମ୍ବାଇ,୩/୩: ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ବଲିଉଡର ନମ୍ବର ୱାନ୍ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ଯାଏଁ ସବୁଠି ନିଜ ଆକ୍ଟିଂର ଜାଦୁ ଦେଖାଇ ସାରିଛନ୍ତି ଦୀପିକା। ଏବେ ଏହି ଅଭିନେତ୍ରୀଙ୍କୁ ମିଳିଛି ବଡ଼ ଦାୟିତ୍ୱ। ୯୫ତମ ଓସ୍କାର ପୁରସ୍କାର ପାଇଁ ତାଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି। ଯାହା ଭାରତୀୟଙ୍କ ପାଇଁ ବଡ଼ ଖୁସି ଖବର ଆଣି ଦେଇଛି।
ଚଳିତ ଓସ୍କାର ଆୱାର୍ଡ ସମାରୋହରେ ଉପସ୍ଥାପିକା ସାଜିବେ ଦୀପିକା। ୯୫ତମ ଓସ୍କାର ପୁରସ୍କାର ପାଇଁ ପ୍ରେଜେଣ୍ଟର ଲିଷ୍ଟରେ ତାଙ୍କ ନାଁ ସାମିଲ ଅଛି। ଏନେଇ ଦୀପିକା ନିଜେ ସୋଶାଲ ମିଡିଆରେ ଫଟୋ ଶେଆର କରି ସୂଚନା ଦେଇଛନ୍ତି।
ଦୀପିକା ନିଜ ଇନ୍ଷ୍ଟାଗ୍ରାମରେ ଏକ ଲିଷ୍ଟ ଶେଆର କରିଛନ୍ତି, ଯେଉଁଥିରେ ଓସ୍କାର ୨୦୨୩ର ପ୍ରେଜେଣ୍ଟର୍ସମାନଙ୍କ ନାଁ ସାମିଲ ଅଛି। ଏହି ତାଲିକାରେ ରିଜ୍ ଅହମଦ, ଡୁଏନ୍ ଜନ୍ସନ୍, ଜେନିିଫର କନେଲି, ଏରିୟାନା ଡିବୋସ, ଏମିଲି ବ୍ଲଣ୍ଟ, ଗ୍ଲେନ କ୍ଲୋଜ, ସାମୁଏଲ୍ ଏଲ୍ ଜ୍ୟାକ୍ସନ, ମାଇକଲ ବି ଜର୍ଡନ୍, ଟ୍ରାୟ କୋତ୍ସୁର, ଜୋନାଥନ ମେଜର୍ସ, ମେଲିସା କ୍ୟାକ୍କାର୍ଥି, ଜେନେଲ ମୋନାଏ, କ୍ୱେଷ୍ଟଲବ, ଜୋ ସଲଦାନା ଓ ଡୋନି ୟେନ୍ଙ୍କ ସମେତ ଦୀପିକା ପାଦୁକୋନଙ୍କ ନାଁ ମଧ୍ୟ ସାମିଲ ଥିବା ଦେଖିବାକୁ ମିଳିଛି।
ଆସନ୍ତା ୧୨ ତାରିଖରେ ଲସ୍ ଏଞ୍ଜଲିସ୍ର ଡଲ୍ବି ଥିଏଟର୍ରେ ଅନୁଷ୍ଠିତ ହେବ ୯୫ତମ ଏକାଡେମୀ ପୁରସ୍କାର ଆୱାର୍ଡ ତଥା ଓସ୍କାର ଆୱାର୍ଡ। ତେବେ ଏଥର ଓସ୍କାର ପାଇଁ ଭାରତର ତିନୋଟି ଫିଲ୍ମ ନମିନେଟ୍ ହୋଇଛି। ଏସି୍ଏସ୍ ରାଜାମୌଲୀଙ୍କ ଫିଲ୍ମ ଆର୍ଆର୍ଆର୍ର ‘ନାଟୁ ନାଟୁ’ ଗୀତ ବେଷ୍ଟ ଅରିଜିନାଲ ଗୀତ ପାଇଁ ନମିନେଟ୍ ହୋଇଛି। ସେହିପରି ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର୍ ଫିଲ୍ମ ପାଇଁ ଶୌନକ ସେନ୍ଙ୍କ ‘ଅଲ୍ ଦାଟ୍ ବ୍ରେଥ୍’କୁ ନମିନେଟ୍ କରାଯାଇଛି।

 

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031