Indus Valley Times

ଓସ୍ତପୁର- କୋଟପଲ୍ଲା ଗ୍ରାମ ସୀମାକୁ ନେଇ ବିବାଦ, ଆକ୍ରମଣରେ ଦୁଇ ଆହତ

 Breaking News

ଓସ୍ତପୁର- କୋଟପଲ୍ଲା ଗ୍ରାମ ସୀମାକୁ ନେଇ ବିବାଦ, ଆକ୍ରମଣରେ ଦୁଇ ଆହତ

August 08
13:07 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା ,୮/୮ : ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ପୋଡାଡିହ ପଂଚାୟତର ଓସ୍ତପୁର – କୋଟପଲ୍ଲା ଦୁଇ ଗାଁର ସୀମା ଏବଂ ନାମଫଳକ ପୋତିବାକୁ ନେଇ ଉଭୟ ଗ୍ରାମ ମଧ୍ୟରେ ବିବାଦ ସୃଷ୍ଟି ହେବା ସହ ଉତେଜନା ଦେଖାଦେଇଛି ।
ଦୀର୍ଘ ଦିନ ଧରି ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରି ନଥିବା ବେଳେ ବୁଧବାର ନାମ ଫଳକ ପୋତିବାକୁ ନେଇ ବିବାଦ ଉଗ୍ରରୂପ ଧାରଣ କରିଥିଲା ।
କୋଟପଲ୍ଲା ଗ୍ରାମବାସୀଙ୍କ କହିବା ଅନୁଯାୟୀ ଦେଶ ସ୍ଵାଧୀନତା ପରେ ଡାକ ବ୍ୟବସ୍ଥା ପ୍ରଚଳନ ଏବଂ ଏହାକୁ ନେଇ କୋଟପଲ୍ଲା ବଜାରର ନାମକରଣ ହୋଇଥିଲା।
ଏଥିସହ ବସ ପରମିଟରେ ମଧ୍ୟ କୋଟପଲ୍ଲା ନାମ ରହିଛି। ଏହି କୋଟପଲ୍ଲା ବଜାର ନାମକରଣ କେଉଁ ଆବାହମାନ କାଳରୁ ରହିଆସିଛି। ତେବେ କେତେଜଣ ବ୍ୟକ୍ତି ଓସ୍ତପୁର ଗ୍ରାମବାସୀଙ୍କୁ ବିଭ୍ରାନ୍ତ କରି ଓସ୍ତପୁର ନାମରେ ବଜାରର ନାମକରଣ କରିବାକୁ ପ୍ରବତାଉଛନ୍ତି ।
ଫଳରେ ଦୁଇ ଗାଁ ମଧ୍ୟରେ ଅଶାନ୍ତି ଲାଗିରହିଛି। ଅନ୍ୟପଟେ ଓସ୍ତପୁର ଗ୍ରାମବାସୀ କହିଛନ୍ତି ବଜାର ଯେଉଁ ଦିନରୁ ଗଢ଼ି ଉଠିଚ୍ଛି ଏବଂ ପୂର୍ତ୍ତ ବିଭାଗର ରାସ୍ତା ଯାଇଛି ,ତାହା ସଂପୂର୍ଣ୍ଣ ଭାବେ ଓସ୍ତପୁର ମୌଜାରେ ରହିଛି।
ଏହିପରି ଦୁଇ ଗ୍ରାମର ଗ୍ରାମବାସୀଙ୍କ ଆକ୍ଷେପ ପ୍ରତିଆକ୍ଷେପକୁ ନେଇ ଦୀର୍ଘ ବର୍ଷ ଧରି ଉଭୟ ଗାଁ ମଧ୍ୟରେ ମନାନ୍ତର ରହିଆସିଛି। ଏ ନେଇ କିଛିଦିନ ତଳେ ଓସ୍ତପୁର ଗ୍ରାମବାସୀ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଗ୍ରାମବାସୀଙ୍କ ଦାବିକରିଥିଲେ କି ପୂର୍ବରୁ ଲେଖାଥିବା ଓସ୍ତପୁର ନାମ ଫଳକକୁ କୋଟପଲ୍ଲାର କେତେକ ବ୍ୟକ୍ତି ଲିଭାଇ ଦେଇଥିବା ସେମାନେ ଅଭିଯୋଗ ଆଣିବା ସହ ପୁନର୍ବାର ଓସ୍ତପୁର ନାମଫଳକ ଲଗାଇବାକୁ ଦାବି କରିଥିଲେ।
ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ବେଗୁନିଆ ତହସିଲଦାର ତାପସ ବିଶିଙ୍କ ଉପସ୍ଥିତିରେ ପୂର୍ତ୍ତ ବିଭାଗ ପକ୍ଷରୁ ଓସ୍ତପୁର ଓ କୋଟପଲ୍ଲା ନାମରେ ଦୁଇଟି ନାମଫଳକ ପୋତିବା ପାଇଁ ଉଦ୍ୟମ ହେଉଥିବା ବେଳେ ଉଭୟ ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରିଥିଲେ।
ଘଟଣା ସ୍ଥଳରେ ବିବାଦ ଉଗ୍ରରୂପ ଧାରଣ କରିଥିଲା। ଖବରପାଇ ଖୋର୍ଦ୍ଧା ଏସଡ଼ିପିଓ ନିହାର ରଞ୍ଜନ ପ୍ରଧାନ, ବାଘମାରି ଥାନା ଅଧିକାରୀ ଶମ୍ଭୁନାଥ ନାୟକ, ବେଗୁନିଆ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା ଏକ ପ୍ଲାଟୁନ ଫୋର୍ସ ସହ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।
ଗୁରୁବାର ପୁନର୍ବାର ପରସ୍ପର ମଧ୍ୟରେ ପୁଣି ବିବାଦ ଉଗ୍ରରୂପ ନେଇଛି। ବଜାରରେ ଥିବା ଅନେକ ଦୋକାନ ବଜାର ଭାଙ୍ଗିଥିବା ବେଳେ ଉଭୟ ପକ୍ଷରୁ ଟେକାପଥର ମାଡ଼ରେ ଦୁଇ ଆହତ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।
ଉତେଜନା ପରେ ବିଭିନ୍ନ ଥାନାରୁ ପୁଲିସ ଉପସ୍ଥିତ ରହିଛନ୍ତି। କିଛି ଲୋକଙ୍କୁ ଅଟକ ରଖିଛି ପୁଲିସ । ଉତେଜନା ଯୋଗୁଁ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା।
ପ୍ରବଳ ବର୍ଷା ସତ୍ତ୍ୱେ ଆଜି ପୁଣି ଘଟଣାକୁ ନେଇ ଆଇନ ଶୃଙ୍ଖଳା ବିଗିଡ଼ି ଯାଇଥିବା ଅଭିଯୋଗ ହୋଇଛି। ପୁଲିସ ପ୍ରଶାସନ ଘଟଣା ସ୍ଥଳରେ ଉପସ୍ଥିତ ରହି ଘଟଣା ପ୍ରତି ତୀକ୍ଷ୍ଣ ନଜର ରଖିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930