Indus Valley Times

କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ

 Breaking News

କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ

କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ
April 12
22:54 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୨/୪ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସ୍ଥିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ ଦୀର୍ଘ ୫ମାସ ହେଲା ବି.ଇ.ଓ. ପଦବୀ ଖାଲି ପଡିଛି ।
ଯାହା ଫଳରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ପ୍ରକାଶ ଯେ, ଗତ ୫ ମାସ ହେଲା ବ୍ଲକ୍ ଶିକ୍ଷାଧୂକାରୀ ପ୍ରମୋଦ କୁମାର ମଲ୍ଲିକ ଅବସର ନେଇଥିବା ବେଳେ ତାଙ୍କ ସ୍ଥାନରେ ଆଉ କାହାକୁ ମଧ୍ୟ ନୂଆ ନିଯୁକ୍ତି ମିଳିନି ।
ଫିରିଙ୍ଗିଆ ବ୍ଲକ୍ ଶିକ୍ଷାକାରୀ ଆଲୋକ ପଧାନଙ୍କୁ ଏଠାରେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି ସତ କିନ୍ତୁ ଦୁଇ ଦୁଇଟି ବ୍ଲକ୍‌ର ଦାୟିତ୍ଵକୁ ଏକ କାଳୀନ ସଂପନ୍ନ କରିବା ତାଙ୍କ ପକ୍ଷେ ସମ୍ଭବ ପର ହୋଇ ପାରୁନି ।
ବେଳେ ବେଳେ ସେ ଏଠାକୁ ଆସୁଥିବା ବେଳେ କେତେକ କ୍ଷେତ୍ରରେ ଜରୁରୀ ଫାଇଲ ରେ ଦସ୍ତଖତ କରିବା ପାଇଁ କର୍ମଚାରୀଙ୍କୁ ଫିରିଙ୍ଗିଆ ଯିବାକୁ ପଡ଼ୁଛି ବୋଲି ଜଣାପଡିଛି । ଫଳରେ ମୋଟା ମୋଟି ଭାବେ କ. ନୂଆଗାଁ ବିଇଓ ଅଫିସ୍ କାମଚଳା ନୀତି ରେ ପରିଚାଳିତ ହେଉଛି ।
ସେହିପରି ଏଠାରେ ଦୁଇ ଏବିଇଓ ପଦବି ମଧ୍ୟ ଖାଲି ପଡ଼ିଛି । ୪ ବର୍ଷ ତଳେ ଜଣେ ଏବିଇଓଙ୍କ ବଦଳି ହୋଇଥିବା ବେଳେ ଗତ ଏକ ବର୍ଷ ହେଲା ଏବିଇଓ ସୁରେନ୍ଦ୍ର ଦାସ ଅବସର ଗ୍ରହଣ କରିଛନ୍ତି ।
ଏବେ କେବଳ ଦୁଇ ଜଣ ଏବିଇଓଙ୍କ ଉପରେ କ.ନୂଆଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟର ଭାର। ସେବେ ଠାରୁ ମାତ୍ର ଦୁଇ ଜଣ ଏବିଇଓ ଚୈତନ୍ୟ କହଁର ଓ ହରିହର ମଲ୍ଲିକ ଦାୟିତ୍ଵରେ ରହି କାମ ତୁଲାଉ ଛନ୍ତି ସେହିପରି କାର୍ଯ୍ୟାଳୟରେ ଜଣେ ଆକାଉଣ୍ଟାଣ୍ଟ ପଦ ମଧ୍ୟ ଖାଲି ପଡ଼ିଛି ।
ତେବେ ଖାଲି ପଦବି ପୂରଣ ହୋଇ ନ ପାରିବା, ରାଜ୍ୟ ଶିକ୍ଷା ବିଭାଗର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କ. ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ ଅଧୀନ ରେ ମୋଟ ୧୩୬ ଟି ବିଦ୍ୟାଳୟ ରହିଛି ।
ସେଥି ମଧ୍ୟରୁ ୭୪ ଟି ପ୍ରାଥମିକ ବିଦ୍ୟାଳୟ, ୪୧ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୧୬ ଟି ଉଚ୍ଚ ବିଦ୍ୟାଳୟ ଓ ସେବାଶ୍ରମ ବିଦ୍ୟାଳୟ ରହିଥ‌ିବା ବେଳେ ୩ଟି ଘରୋଇ ବିଦ୍ୟାଳୟ ମଧ୍ୟ ରହିଛି। ବିଭାଗୀୟ ଅଧିକାରୀ ମାନଙ୍କ ପଦବି ଖାଲିପଡ଼ିଥିବା ହେତୁ ପରିଚାଳନାରେ ଘୋର ବିଭ୍ରାଟ ଦେଖିବାକୁ ମିଳିଛି ।
ଶିକ୍ଷା ବିଭାଗ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥୁବାରୁ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଚଳିତମାସ ଠାରୁ ଶିକ୍ଷାବର୍ଷ । ଆରମ୍ଭ ହେଉଥ‌ିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପଦବି ପୂରଣ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି।

ବେଲଘର ବନାଞ୍ଚଳ ରେ ପୁଣି ହାତୀ ଆତଙ୍କ : ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ବାଲିଗୁଡା, ୧୨/୪ : କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅଧୂନସ୍ତ ବେଲଘର ବନାଞ୍ଚଳର ଝିରିପାଣି ସେକ୍ସନରେ କିଛିଦିନ ବ୍ୟବଧାନରେ ପୁଣି ଦେଖୁବାକୁ ମିଳିଛି ଗଜରାଜ ଙ୍କ ଆତଙ୍କ ।
ଘଟଣାରୁ ପ୍ରକାଶ ଯେ, ମେରଦୀକୂପା ଗ୍ରାମର ଜଣେ ବ୍ୟକ୍ତି ତରୁଣ ପାତ୍ର (୩୭) ଶନିବାର ଏକ ବ୍ୟକ୍ତିଗତ କାର୍ଯ୍ୟରେ କାଉଁଗୁଡା ଗ୍ରାମକୁ ଆସିଥିଲେ ସମୟ ପ୍ରାୟ ସନ୍ଧ୍ୟା ୭ଘଣ୍ଟା ହୋଇଥିଲା ।
ମେରଦୀକୂପ ଠାରୁ କାଉଁଗୁଡା ନିଜ ଶଶୁର ଘରକୁ ଆସୁଥିବା ସମୟରେ ଝିରିପାଣି ପଞ୍ଚାୟତର କୀଡଙ୍ଗା ଗ୍ରାମ ଏକ ପୋଲ ପାଖରେ ହଠାତ ହାତୀ ସହ ମୁହାଁ ମୁହିଁ ହୋଇଥିଲେ ତରୁଣ ଓ ହଠାତ ହାତୀ ପଲ ଦେଖି ନିଜ ସୁରକ୍ଷା ନିମନ୍ତେ କୌଣସି ଉପାୟ ପାଇନଥିଲେ ଫ
ହାତୀ ଟି ତରୁଣ ଙ୍କ ପାଖକୁ ଆସି ତରୁଣ ଏବଂ ତାଙ୍କ ମଟର ସାଇକେଲ କୁ କଚାଡି ଦେଇ ପ୍ରବଳ ମାତ୍ରାରେ ଗଜରାଜ ଦେଇଥିଲେ ଗର୍ଜନ । ଗୁରୁତର ଆହତ ତରୁଣ ହାତୀର ଗର୍ଜନ ଶୁଣି ଜୀବନ ବିକଳରେ ଘୁଷୁଡ଼ି ଘୁଷୁଡ଼ି ଏକ ପୋଲ ତଳକୁ ଯାଇ କିଛି ସମୟ ଆତ୍ମ ଗୋପନ କରିଥିଲେ କିଛି ସମୟ ପରେ ତରୁଣ ନିଜ ସ୍ତ୍ରୀ ଙ୍କୁ ଫୋନ୍ ମାଧ୍ୟମରେ ଘଟଣା ସମ୍ପର୍କ ରେ କହିଥିଲେ । କାଉଁଗୁଡା ଗ୍ରାମବାସୀ ଏବଂ ତରୁଣ ଙ୍କ ସ୍ତ୍ରୀ ମିଶି ତରୁଣ ଙ୍କ ପାଖରେ ପହଞ୍ଚିଥିଲେ ।
ଗ୍ରାମବାସୀ ଙ୍କୁ ଦେଖି ହାତୀପଲ ଜଙ୍ଗଲ ଭିତ ଭିତରକୁ ଚାଲିଯାଇଥିଲେ । ଏହା ପରେ ପୋଲ ତଳୁ ଗୁରୁତର ଆହତ ତରୁଣ ଙ୍କୁ ଉଦ୍ଧାର କରି ତୁମୁଡିବନ୍ଧ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ ପରିବାର ଲୋକେ ।
ବର୍ତମାନ ତରୁଣ ତୁମୁଡିବନ୍ଧ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥ‌ିବା ବଳେ ତାଙ୍କର ବାମପଖ ଛାତି, ପିଠି, ଗୋଡ଼, ହାତ ର ଆଘାତ ହୋଇଥିବା ହେତୁ ନିଶ୍ବାସ ପ୍ରଶ୍ବାସ ଏବଂ କଥା କହିବାରେ କଷ୍ଟ ହେଉଥିବା ବିଷୟ ପରିବାର ଲୋକେ କହିଛନ୍ତି ।
ହେଲେ ଏଠି ପ୍ରଶ୍ନ ଉଠୁଛି ଯେ, ବିଗତ ଦିନରେ ଝିରିପାଣି ଅଞ୍ଚଳରେ ଦୁଇ ଦୁଇ ଟି ହାତୀର ମୃତ୍ୟୁ ହୋଇଥିଲେ ମଧ୍ୟ ବନବିଭାଗ ର ବର୍ତମାନ ସୁଦ୍ଧା ଖାମଖୁଆଲ ନୀତି ଚାଲିଛି ବୋଲି ଝିରିପାଣି ଗ୍ରାମବାସୀ କହିଛନ୍ତି ।
ଏବେ ସେହି ଜଙ୍ଗଲରେ କେତୋଟି ହାତୀ ଅଛି ହାତୀ ର ଗତିପଥ କେଉଁଆଡେ ଅଛି ତାହାର ଖବର ବନବିଭାଗ ପାଖରେ ନଥୁବା ଘୋର ପରିତାପର ବିଷୟ ପାଲଟିଛି । ଯଦି ଆଗାମୀ ଦିନରେ ହାତୀ ଗତିପଥ ଏବଂ ଯଦି ହାତୀ ଗାଁ ମୁହାଁ ହେଉଛି ଡାକବାଜି ଯନ୍ତ୍ର ସାହାଯ୍ୟରେ ଗ୍ରାମବାସୀଙ୍କୁ ସୂଚନା ଦିଆଯାଏ ନ ଯାଏ ତେବେ ଗ୍ରାମବାସୀ ଙ୍କର ଯାହା କିଛି ଅଘଟଣ ଘଟିବ, ସେଥିପାଇଁ ବନବିଭାଗ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31