Indus Valley Times

କଟକ ଦୁର୍ଗା ପୂଜାରେ ସୁଉଚ୍ଚ ତୋରଣ ଉପରେ ଲାଗିଲା କଟକଣା

 Breaking News

କଟକ ଦୁର୍ଗା ପୂଜାରେ ସୁଉଚ୍ଚ ତୋରଣ ଉପରେ ଲାଗିଲା କଟକଣା

କଟକ ଦୁର୍ଗା ପୂଜାରେ ସୁଉଚ୍ଚ ତୋରଣ ଉପରେ ଲାଗିଲା କଟକଣା
August 21
19:01 2025

କଟକ,୨୧/୮: କଟକ ଦୁର୍ଗାପୂଜା ପ୍ରସଙ୍ଗ ଉପରେ ହାଇକୋର୍ଟ ଗୁରୁବାର ଏକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସୁଉଚ୍ଚ ତୋରଣ ଉପରେ ହାଇକୋର୍ଟଙ୍କ କଟକଣା ଲଗାଇଛନ୍ତି।
ଏପରିକି ଇଲେକ୍ର୍ଟିକ ଗେଟ୍ ନିର୍ମାଣ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗେଟ୍ ନିର୍ମାଣ କରିବାକୁ ପୂଜା କମିଟିକୁ ଅନୁମତି ଦିଆଯିବ ବୋଲି କୁହାଯାଇଛି। ଏପରିକି ୬୫ ଡେସିବଲ ସାଉଣ୍ଡ ମଧ୍ୟରେ ଡିଜେ ବଜାଇବାକୁ କମିଟିକୁ ଅନୁମତି ଦିଆଯାଇଛି।
ଗୁରୁବାର ଜଷ୍ଟିସ ସଙ୍ଗମ କୁମାର ସାହୁ ଏବଂ ଜଷ୍ଟିସ ଭି ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ପାର୍ବଣ ସମୟରେ ଉପୁଜୁଥିବା ସମସ୍ୟାକୁ ଆଖି ଆଗରେ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ତୋରଣଗୁଡ଼ିକର ଉଚ୍ଚତା ଓ ସୁରକ୍ଷାକୁ ନେଇ ଜିଲାପାଳ ପଦକ୍ଷେପ ନେବାକୁ କୁହାଯାଇଛି।
ଏପରିକି ପୂଜାରେ ତୋରଣ ଏବଂ ସୁରକ୍ଷା ସମ୍ପର୍କିତ ଅନୁମତି ପାଇଁ ସିଂଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା ହେବ । ଅନ୍ୟପକ୍ଷେ ଲେଜର ଲାଇଟକୁ କୋର୍ଟ ବାରଣ କରିଛନ୍ତି । ତୋରଣ ନିମାଣ ପୂର୍ବରୁ ପୂଜା କମିଟିଙ୍କଠାରୁ ତୋରଣର ଡ୍ରୟିଂ ମାଗିବାକୁ କୋର୍ଟଙ୍କୁ କଟକ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ପୂଜା କମିଟି ପ୍ରସ୍ତୁତି ବୈଠକରେ ଏହି ସବୁ କଥା ଉପସ୍ଥାପିତ କରିବେ ବୋଲି ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହାବ୍ୟତୀତ ପୂଜାରେ ଶବ୍ଦ ପ୍ରଦୂଷଣ ନେଇ ଚିନ୍ତାପ୍ରକଟ କରିଛନ୍ତି କୋର୍ଟ।
ଶବ୍ଦ ପ୍ରଦୂଷଣକୁ ୬୫ ଡେସିବିଲ ମଧ୍ୟରେ ସୀମିତ ରଖିବା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପାର୍ବଣ ଆସୁଥିବା ହେତୁ ସହର ରାସ୍ତାଘାଟର ସମସ୍ୟା ନେଇ ବିରକ୍ତି ପ୍ରକାଶ କରିଛନ୍ତି କୋର୍ଟ। ପାର୍ବଣ ସମୟରେ ସ୍ବଚ୍ଛ ପିଇବା ପାଣି ଯୋଗାଇବା ପାଇଁ ଓ୍ବାଟକୋକୁ ନିର୍ଦ୍ଦେଶ। ପାର୍ବଣ ସମୟରେ ବିଷାକ୍ତ ଖାଦ୍ୟ ବିକ୍ରି ଉପରେ ନଜର ରଖିବାକୁ ସିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯୋର ଜବରଦସ୍ତ ପୂଜା ଚାନ୍ଦାକୁ ଆଦୟ ଦିଗରେ ଜିରୋ ଟଲେରାନ୍ସ ନୀତି ଆପଣାଇବା ପାଇଁ ଡିସିପିଙ୍କୁ ନିର୍ଦ୍ଦେଶ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031