Indus Valley Times

କଣ୍ଟାବାଞ୍ଜିରୁ ୨୭ ଦାଦନ ଶ୍ରମିକ ଓ ୧୦ରୁ ଅଧିକ ଶିଶୁ ଉଦ୍ଧାର

 Breaking News

କଣ୍ଟାବାଞ୍ଜିରୁ ୨୭ ଦାଦନ ଶ୍ରମିକ ଓ ୧୦ରୁ ଅଧିକ ଶିଶୁ ଉଦ୍ଧାର

October 13
10:59 2022

କଣ୍ଟାବାଞ୍ଜି, ୧୩/୧୦ : ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମିବା ନାଁ ଧରୁନି । କାମ ଯୋଗାଇଦେବାର ପ୍ରଲୋଭନ ଦେଖାଇ ହାଇଦ୍ରାବାଦ ଚାଲାଣବେଳେ ବେହେରେନସିଲେଟ ଗାଁରୁ ୨୭ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୁଲିସ। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୧୧ ମହିଳା, ୪ ପୁରୁଷ ଓ ୧୦ ଛୋଟଛୁଆ ଅଛନ୍ତି।
ଶ୍ରମିକ ଚାଲାଣ କରୁଥିବା ଅଭିଯୋଗରେ ସର୍ଦ୍ଦାର ସୁରଜ ବାଗକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଉଦ୍ଧାର ଶ୍ରମିକମାନେ ବେଳପଡାଥାନା ଓ ତୁରେକେଲା ଥାନା ଅଞ୍ଚଳ ହୋଇଥିବା ଜଣାପଡିଛି।
ଗତକାଲି ବିଳମ୍ବିତ ରାତିରେ ୨୭ଜଣ ଦାଦନ ଶ୍ରମିକଙ୍କୁ ଇଟା ଇଟା ଭାଟିରେ କାମ କରିବାକୁ ହାଇଦ୍ରାବାଦ ଚାଲାଣ କରାଯାଉଥିବା ପୁଲିସ କୌଣସୁ ସୂତ୍ରରୁ ଖବର ପାଇଥିଲା। ପୁଲିସ ବେହେରେନସିଲେଟ ଗାଁରେ ପହଞ୍ଚି ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲା।
ସର୍ଦ୍ଦାର ଦାଦନ ଶ୍ରମିକଙ୍କୁ ବେହେରେନସିଲେଟ ଗାଁରେ ଏକଜୁଟ କରି କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ନେବାକୁ ଯୋଜନା କରିଥିଲା। ହେଲେ ତାର ଏହି ଯୋଜାନା ଫେଲ୍ ମାରିଥିଲା। ପୁଲିସ ସମସ୍ତ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ସର୍ଦ୍ଦାରକୁ ଅଟକ ପଚରାଉଚରା କରୁଛି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031