Indus Valley Times

କନ୍ଧମାଳ ହଳଦୀ ପାଇଁ ବୋର୍ଡ ଗଠନ : କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କନ୍ଧମାଳ ବାସୀଙ୍କ ପ୍ରଶଂସା

 Breaking News

କନ୍ଧମାଳ ହଳଦୀ ପାଇଁ ବୋର୍ଡ ଗଠନ : କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କନ୍ଧମାଳ ବାସୀଙ୍କ ପ୍ରଶଂସା

କନ୍ଧମାଳ ହଳଦୀ ପାଇଁ ବୋର୍ଡ ଗଠନ : କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କନ୍ଧମାଳ ବାସୀଙ୍କ ପ୍ରଶଂସା
October 06
09:46 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୬/୧୦: ଗୁରୁବାର କେନ୍ଦ୍ର କ୍ୟାବିନେଟରେ କନ୍ଧମାଳ ହଳଦୀକୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର କନ୍ଧମାଳ ହଳଦୀ ବୋର୍ଡ ଗଠନ କରିଛନ୍ତି । ଏହାକୁ ନେଇ ସମଗ୍ର କନ୍ଧମାଳ ଜିଲ୍ଲା ବାସୀ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଖୁବ ପ୍ରଶଂସା କରିବା ସହିତ ଧନ୍ୟବାଦ ବି ଜଣାଇଛନ୍ତି । ବୋର୍ଡ ଗଠନ ହେବା ଦ୍ୱାରା ହଳଦୀ ଚାଷୀଙ୍କ ଆୟ ବୃଦ୍ଧି ପାଇବ ଏବଂ ବୋର୍ଡ ମାଧ୍ୟମରେ ବିକ୍ରି ବଟା କରି ଚାଷୀ ମାନେ ଲାଭବାନ ହୋଇପାରିବେ । ଅନ୍ୟପକ୍ଷରେ ପୂର୍ବରୁ କନ୍ଧମାଳ ହଳଦୀକୁ ଜି-ଆଇ ଟ୍ୟାଗ ମାନ୍ୟତା ମଧ୍ୟ ମିଳି ସାରିଛି ।
କନ୍ଧମାଳ ଜିଲ୍ଲାରେ ଜୈବିକ ପଦ୍ଧତିରେ ହେଉଥିବା ହଳଦୀ ଚାଷ ଯୋଗୁଁ ସେଥିରେ ରହିଥିବା କରକୁମିନ ବିଶେଷ କରି କ୍ୟାନ୍ସର ରୋଗକୁ ଭଲ କରିବାରେ ବେଶ ସହାୟକ ହୋଇ ପାରୁଛି ।
ତେଣୁ କନ୍ଧମାଳ ହଳଦୀ ବୋର୍ଡ ଗଠନ ଦ୍ୱାରା ହଳଦୀ ଦର କମ ରହୁଥିବା ଯୋଗୁଁ ଅନେକ ଚାଷୀ ଚାଷ କାମ ଛାଡ଼ି ଦାଦନ ଶ୍ରମିକ ଭାବେ ବାହାରକୁ ଯାଉଥିଲେ । କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ଅଞ୍ଚଳର ଚାଷୀମାନେ ପୁନର୍ବାର ହଳଦୀ ଚାଷ ପାଇଁ ଆଗ୍ରହ ପ୍ରକାଶ କରିବେ ବୋଲି ଆଶା ପ୍ରକଟ କରାଯାଉଛି ।
କଂଗ୍ରେସର ପୁରୁଣା ଗଡ଼ରେ ପ୍ରଚାରକୁ ଜୋରଦାର କଲେ ରାଜ୍ୟ ସମ୍ପାଦିକା
ବାଲିଗୁଡା,୬/୧୦: କଂଗ୍ରେସର ଗଡ଼ କୁହାଯାଉଥିବା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତଥା ଜି. ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ର ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଏବେ ବିଜେଡି ଶାସନ କରୁଛି।
ବୃହତ ବ୍ଲକ ଭାବେ ରହିଥିବା ଦାରିଙ୍ଗବାଡ଼ି ବ୍ଲକ ପଞ୍ଚାୟତ ସମିତି ବିଜେଡି ହାତରେ ରହିଥିବା ବେଳେ ଜିଲା ପରିଷଦର ଦୁଇଟି ଜୋନ୍ ତଥା ୧୦ ନଂ ଜୋନ୍ ବିଜେଡି ଓ ୧୧ ନଂ ଜୋନ୍ କଂଗ୍ରେସ ହାତରେ ଶାସନ ରହିଛି। ସେହିପରି ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ପଦବୀ ମଧ୍ୟ ବିଜେଡି ହାତରେ ରହିଛି।
ଏବେ ନିଜ ଗଡ଼ କହୁଥିବା କଂଗ୍ରେସ ପୁଣି ବିଧାୟକ ପଦବୀ ଠାରୁ ଆରମ୍ଭ କରି ପଞ୍ଚାୟତ, ବ୍ଲକ ସ୍ତରରେ ନିଜ ମତଦାତା ସଂଖ୍ୟାକୁ ବୃଦ୍ଧି କରିବା ସହ ଆସନ୍ତା ସାଧାରଣ ନିର୍ବାଚନରେ ବିଜୟୀ କରିବାକୁ ଉଦ୍ୟମ ଜାରୀ ରଖିଛନ୍ତି ।
ଏହି ଅବସରରେ କଂଗ୍ରେସର କର୍ମକର୍ତ୍ତାମାନେ ଘରେ ଘରେ ହାତକୁ ନେଇ ପ୍ରଚାର ପ୍ରସାର କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ ଲୋକଙ୍କ ନିକଟରେ ପହଞ୍ଚି ପ୍ରଚାର ପ୍ରସାର ଚଳାଇଛନ୍ତି।
ଦାରିଙ୍ଗବାଡ଼ି ଅଞ୍ଚଳରେ ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସମ୍ପାଦିକା ବିଳାସିନୀ ନାୟକ ଘରକୁ ଘର, ସରକାରୀ ଓ ବେସରକାରୀ ଅଞ୍ଚଳରେ ବୁଲି ଲୋକଙ୍କୁ କଂଗ୍ରେସ ଦଳ ସମ୍ପର୍କରେ ବୁଝାଇବା ସହ ବିଜେଡି ଓ ଭାଜପା ଦଳର ପ୍ରତିଶ୍ରୁତି ଓ ପ୍ରତାରଣା ତଥା କୃଷି କୃଷକର ସମସ୍ୟା, ବେକାରୀ ଯୁବତୀ ଓ ଯୁବକଙ୍କ ନିଯୁକ୍ତି ସମସ୍ୟା, ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ବ୍ୟବସ୍ଥା, ବସ୍ତି ବାସିନ୍ଦା ଓ ଗରିବ ବାସହୀନଙ୍କ କଥା କହିବା ସହ ବିଜେଡି ସରକାରଙ୍କ ୨୩ ବର୍ଷ ଶାସନରେ ରହିଥିବା ବିଭିନ୍ନ ଦୁର୍ନୀତି ର ଅଭିଯୋଗ ଆଣିଛନ୍ତି।
ଏଥିସହ କଂଗ୍ରେସ ଶାସନ ସମୟରେ ଓଡ଼ିଶା ପ୍ରତି ଅବଦାନ ରହିଥିବା ଲୋକଙ୍କୁ କୁହାଯାଉଛି। କଂଗ୍ରେସର କର୍ମକର୍ତ୍ତା ବିଭିନ୍ନ ଅଞ୍ଚଳରେ ଏଭଳି ପ୍ରଚାରକୁ ଜୋରଦାର କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031