Indus Valley Times

କଲରାପତରିଆ ବାଘ ଛାଲ ବିକ୍ରି ଯୋଜନା ପଣ୍ଡ : ଜଣେ ଗିରଫ: ୨ଟି କଲରାପତରିଆ ଛାଲ ଜବତ, ଚାଲାଣ ଚେର ଖୋଜୁଛି ବନ ବିଭାଗ

 Breaking News

କଲରାପତରିଆ ବାଘ ଛାଲ ବିକ୍ରି ଯୋଜନା ପଣ୍ଡ : ଜଣେ ଗିରଫ: ୨ଟି କଲରାପତରିଆ ଛାଲ ଜବତ, ଚାଲାଣ ଚେର ଖୋଜୁଛି ବନ ବିଭାଗ

କଲରାପତରିଆ ବାଘ ଛାଲ ବିକ୍ରି ଯୋଜନା ପଣ୍ଡ : ଜଣେ ଗିରଫ: ୨ଟି କଲରାପତରିଆ ଛାଲ ଜବତ, ଚାଲାଣ ଚେର ଖୋଜୁଛି ବନ ବିଭାଗ
September 18
19:59 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୮/୯ : କଲରାପତରିଆ ବାଘର ଛାଲ ବିକ୍ରି ପାଇଁ ନେଉଥିବା ବେଳେ ବନ ବିଭାଗ ଓ ପୋଲିସର ମିଳିତ ଚଢ଼ାଉରେ ଜଣେ ବ୍ୟକ୍ତି ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘର ଛାଲ ଜବତ କରାଯାଇଛି।
ଏହି ଘଟଣାକୁ ନେଇ ବନ୍ୟଜନ୍ତୁ ଚମଡ଼ାର ବେଆଇନ କାରବାର ଉପରେ ପୁଣିଥରେ ପ୍ରଶ୍ନ ଉଠିଥିବା ବେଳେ, ଏହା ପଛରେ ଥିବା ଚେର ଖୋଜିବାକୁ ବନ ବିଭାଗ ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ବନ୍ୟଜନ୍ତୁ ସାମଗ୍ରୀ ବେଆଇନ ଭାବେ ରଖିବା ଓ ବିକ୍ରି ସମ୍ପର୍କରେ ବନ ବିଭାଗକୁ ଖବର ମିଳିଥିଲା। ଏହାପରେ ଶୁକ୍ରବାର ବାଲିଗୁଡ଼ା ବସ୍‌ଷ୍ଟାଣ୍ଡ ନିକଟରେ ବନ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ କରାଯାଇଥିଲା।
ଏହି ସମୟରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ରତଙ୍ଗ ଗାଁର ଉତ୍ତମ ମାଝୀଙ୍କୁ ସନ୍ଦେହରେ ଯାଞ୍ଚ କରାଯିବା ପରେ ତାଙ୍କ ନିକଟରୁ ଦୁଇଟି କଲରାପତରିଆ ଛାଲ ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି। ବନ ବିଭାଗର ସୂଚନା ଅନୁସାରେ, ଜବତ ଛାଲଗୁଡ଼ିକୁ ରାଜ୍ୟ ଭିତରେ ଚାଲାଣ କରି ବିକ୍ରି କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ନେଇ ଯାଉଥିବା ଜଣାପଡ଼ିଛି।
ତେବେ ଉତ୍ତମ ମାଝୀ ନିଜେ କଲରାପତରିଆ ବାଘକୁ ଶିକାର କରିନଥିବା ଏବଂ ଶିକାରୀଙ୍କଠାରୁ ଛାଲ ଆଣି ବିକ୍ରି ପାଇଁ ନେଉଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିବା ବିଷୟ ଡିଏଫ୍‌ଓ କହିଛନ୍ତି।
ବାଲିଗୁଡ଼ା ACF ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ବାଲିଗୁଡ଼ା ରେଞ୍ଜ ଅଧିକାରୀଙ୍କ ସମେତ କେ.ନୂଆଗାଁ, କୋଟଗଡ଼, ତୁମୁଡ଼ିବନ୍ଧ ଓ ବ୍ରାହ୍ମଣୀଗାଁ ରେଞ୍ଜର କର୍ମଚାରୀମାନେ ଏହି ଚଢ଼ାଉରେ ସାମିଲ ହୋଇଥିଲେ।
ଏନେଇ ବାଲିଗୁଡ଼ା ରେଞ୍ଜରେ କେସ୍ ନଂ. ୪୩/୨୦୨୬-୨୭ ରୁଜୁ ହୋଇଛି। ବନ୍ୟଜନ୍ତୁ ସୁରକ୍ଷା ଆଇନ, ୧୯୭୨ର ଧାରା ୩୯(ବି), ୪୮(ଏ) ଓ ୪୯(ବି) ଅନୁଯାୟୀ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ବାଲିଗୁଡ଼ା ଡି ଏଫ ଓ ଘନଶ୍ୟାମ ମହନ୍ତଙ୍କ ସୂଚନା ଅନୁସାରେ, ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ଛାଲ କେଉଁ ଶିକାରୀଙ୍କ ଠାରୁ ଆସିଛି ଏବଂ ଏହାକୁ କେଉଁଠାକୁ ଚାଲାଣ କରାଯିବାର ଯୋଜନା ଥିଲା, ସେ ସମ୍ପର୍କରେ ଏକ ସ୍ୱତନ୍ତ୍ର ଟିମ୍ ତଦନ୍ତ କରୁଛି।
ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡି ଏଫ ଓ କହିଛନ୍ତି ।
ବନ୍ୟଜନ୍ତୁ ଶିକାର ଓ ଛାଲ ଚାଲାଣର ମୂଳ ଚେର ପର୍ଯ୍ୟନ୍ତ ତଦନ୍ତ ପହଞ୍ଚିବ କି ନାହିଁ, ଏବେ ତାହା ଉପରେ ସମସ୍ତଙ୍କ ନଜର।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930