Indus Valley Times

କଳାବ୍ୟାଚ ପରିଧାନ କଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ : ୧୩ ଦଫା ଦାବିରେ ଆନ୍ଦୋଳନ

 Breaking News

କଳାବ୍ୟାଚ ପରିଧାନ କଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ : ୧୩ ଦଫା ଦାବିରେ ଆନ୍ଦୋଳନ

କଳାବ୍ୟାଚ ପରିଧାନ କଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ : ୧୩ ଦଫା ଦାବିରେ ଆନ୍ଦୋଳନ
November 27
19:39 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୨୭/୧୧ : ରାଜ୍ୟବ୍ୟାପୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ କଳା ବ୍ୟାଚ ପରିଧାନ କରି ୧୩ ଦଫା ଦାବିରେ ଆନ୍ଦୋଳନ ଥିବା ବେଳେ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକରେ ଥିବା ଆଦର୍ଶ ବିଦ୍ୟାଳୟ ଗୁଡ଼ିକରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି ।
ସେହିଭଳି ବାଲିଗୁଡ଼ା ଦଣ୍ଡପଦର ସ୍ଥିତ ଥିବା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ସଂଘ ତତ୍ ସହିତ କର୍ମଚାରୀ ମଧ୍ୟ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ କଳା ବ୍ୟାଚ ପନ୍ଧି କାର୍ଯ୍ୟ କରୁଥିବା ବେଳେ ଯଦି ରାଜ୍ୟ ସରକାର ଦାବୀ ପୂରଣ ନକଲେ ଆଗାମୀ ଦିନରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ତତ୍ ସହିତ ଓଡ଼ିଶା ଆଦର୍ଶ ଶିକ୍ଷକ ସଂଘ ପକ୍ଷରୁ ଗତ ୧୬ ତାରିଖରେ ଭୁବନେଶ୍ଵର ଠାରେ ସାମୁହିକ ଭାବେ ସଂଘ ପକ୍ଷରୁ ନିଷ୍ପତି କ୍ରମେ ଚଳିତ ମାସ ୨୪ ତାରିଖରୁ କଳା ବ୍ୟାଚ ପିନ୍ଧି ଶାନ୍ତି ଶୃଙ୍ଖଳା ଭାବେ ୧୩ ଦଫା ଦାବି ନେଇ ରାଜ୍ୟ ସରକାରଙ୍କ ନିକଟରେ ଆନ୍ଦୋଳନ କରି ଆସୁଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ସରକାରଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।
ଯଦି ଆଗାମୀ ଡିସେମ୍ବର ୮ ତାରିଖ ମଧ୍ୟରେ ସରକାରଙ୍କ ପକ୍ଷରୁ କିଛି ନିଷ୍ପତି ନ ମିଳେ ତେବେ ଆସନ୍ତା ମାସ ୯ ତାରିଖ ଠାରୁ ସମ୍ପୂର୍ଣ୍ଣ କଲମ ଛାଡ଼ କାର‌୍ୟ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031